ରାଉରକେଲା, ୩୦/୬: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା କାଂଶବାହାଲଠାରେ ଥିବା ଶଙ୍ଖ ନଦୀର ଜଳସ୍ତର ବୃଦ୍ଧି ପାଉଛି । ଯାହାଫଳରେ ମନ୍ଦିରା ଡ୍ୟାମ୍ର ୪ଟି ଗେଟ୍ ଖୋଲି ଦିଆଯାଇଛି । ଡ୍ୟାମ୍କୁ ୧୭,୯୭୨ କ୍ୟୁସେକ୍ ଜଳ ପ୍ରବେଶ କରିଥିବା ବେଳେ ୧୭,୮୭୦ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି।
ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀ କୂଳଆବାସୀଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ଶଙ୍ଖ ନଦୀର ଜଳସ୍ତର ବଢ଼ିଲେ ଡ୍ୟାମ୍ର ଆହୁରି ଗେଟ୍ ଖୋଲା ଯାଇପାରେ ବୋଲି ସୂଚନା ରହିଛି ।