ପ୍ରମୂଖ ଖବର
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଲାଞ୍ଚ ନେବା ମାମଲା : ଫାର୍ମାସିଷ୍ଟଙ୍କୁ ୨ ବର୍ଷ ଜେଲ

Published By : Suraj Kumar | June 28, 2025 7:26 PM

ସୁନ୍ଦରଗଡ଼,୨୮/୬: ସୁନ୍ଦରଗଡ଼ର ଭିଜିଲାନ୍ସ କୋର୍ଟର ସ୍ଵତନ୍ତ୍ର ବିଚାରପତି ଏକ ଲାଞ୍ଚ ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କ ବିରୋଧରେ ରାୟ ଶୁଣାଇଛନ୍ତି। ରାୟ ଅନୁସାରେ ଅଭିଯୁକ୍ତ ଗୁରୁଣ୍ଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପୂର୍ବତନ ଫାର୍ମାସିଷ୍ଟ  ସୁନିତ୍ କୁମାର ମହାନ୍ତି (ଖଇରଟୋଲା ପିଏଚସି, ହାତୀବାରି ସିଏଚସି ଅଧୀନରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ)ଙ୍କୁ ୨ ବର୍ଷ କାରାଦଣ୍ଡ ସହ ୧୦,୦୦୦ ଟଙ୍କାର ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆଉ ୪ ମାସ କାରାଦଣ୍ଡରେ ଦଣ୍ଡିତ କରିବାକୁ ରାୟ ଦେଇଛନ୍ତି।

ସୂଚନା ଅନୁଯାୟୀ,  ୨୦୧୩ ସେପ୍ଟେମ୍ବର  ମାସରେ ଗୁରୁଣ୍ଡିଆ ବ୍ଲକ ଅଧୀନ ବଡ଼ଗାଁ ଗ୍ରାମର ଜିଦ୍ଦି ଓରାମକ ମାଆଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ  ନେଇ ଥିଲେ। ସେଠାରେ ଥିବା ତତ୍କାଳୀନ ଫାର୍ମାସିଷ୍ଟ ଶ୍ରୀ ମହାନ୍ତି ଉତ୍ତମ ଔଷଧ ଦେବା ପାଇଁ ୧୨୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଜିଦ୍ଦୀ ଗ୍ରାମର ଜୌରା ଓରାମଙ୍କୁ ଜଣାଇଥିଲେ। ଫଳରେ ଜୌରା ଭିଜିଲାନ୍ସରେ ଅଭିଯୋଗ କରିଥିଲେ।  ଯୋଜନା ମୁତାବକ ୧୨୦୦ ଟଙ୍କା ଫାର୍ମାସିଷ୍ଟ ଶ୍ରୀ ମହାନ୍ତି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଏହି ମାମଲା ଭିଜିଲାନ୍ସ କୋର୍ଟରେ ବିଚାରଧୀନ ଚାଲିଥିବା ବେଳେ ଶନିବାର ବିଚାରପତି ଏହାର ଶୁଣାଣି କରି ରାୟ ଶୁଣାଇଛନ୍ତି। ସୁନ୍ଦରଗଡ଼ ଭିଜିଲାନ୍ସ,ବିଭାଗର ପୂର୍ବତନ ଡିଏସପି ପରମେଶ୍ୱର କିଷାନ ମାମଲାର ତଦନ୍ତ   କରିଥିଲେ ।  ସୁନ୍ଦରଗଡ଼ ଭିଜିଲାନ୍ସ, ସ୍ୱତନ୍ତ୍ର ପି.ପି. ଶ୍ୟାମ ସୁନ୍ଦର ମିଶ୍ର ମାମଲା ପରିଚାଳନା କରିଥିଲେ। ଭିଜିଲାନ୍ସ ପକ୍ଷରୁ ସହାୟକ ପି.ପି. (କ୍ୟାଡର) ସନ୍ଦୀପ ପଣ୍ଡା ସହାୟତା କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.