ପ୍ରମୂଖ ଖବର
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ରାଜ୍ୟ ବିଜେପି ସଭାପତି ନିର୍ବାଚନ ସ୍ଥଗିତ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ବି ସ୍ଥଗିତ

Published By : Prameya | June 30, 2025 11:44 AM

ଭୁବନେଶ୍ୱର,୩୦/୦୬:  ପୁରୀରେ ଦଳାଚକଟା ଯୋଗୁ ୩ ଜଣଙ୍କ  ମୃତ୍ୟୁ ହୋଇଛି । ଅନେକ ଆହତ ହୋଇଛନ୍ତି । ଏଭଳି ଅଘଟଣ ପାଇଁ ସୋମବାରଠାରୁ  ହେବାକୁ ଥିବା ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ନିର୍ବାଚନକୁ ସ୍ଥଗିତ ରଖିଛି  ବିଜେପି । ଏହି ଘଟଣା ପାଇଁ ଆମେ ମର୍ମାହତ । ଏଥିପାଇଁ ନିର୍ବାଚନକୁ ସ୍ଥଗିତ ରଖୁଛୁ  ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି । 

ସେ କହିଛନ୍ତି, ପୁରୀରେ ଯେଉଁ ଦୁର୍ଘଟଣା ଘଟିଲା ଏହା ଆମକୁ ବ୍ୟଥିତ କରିଛି ।  ଏଥିପାଇଁ ପୂର୍ବ ନିର୍ଦ୍ଧାରିତ ସାଂଗଠନିକ ନିର୍ବାଚନକୁ ସ୍ଥଗିତ ରଖୁଛୁ । ସମସ୍ତ ନିର୍ବାଚନ  ପ୍ରକ୍ରିୟାକୁ ଏବେ ପାଇଁ ସ୍ଥଗିତ ରଖାଗଲା । ଆଗାମୀ ଦିନରେ କେନ୍ଦ୍ରୀୟ ନେତୃତ୍ୱଙ୍କ  ସହ ଆଲୋଚନା କରି ପୁଣି ଥରେ ତାରିଖ ପ୍ରକାଶ ପାଇବ ବୋଲି ସେ କହିଛନ୍ତି । 

ରବିବାର ଦିନ ୧୧ଟାରେ ବିଜେପି ପକ୍ଷରୁ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ  ପରିଷଦ ନିର୍ବାଚନ ପାଇଁ ନୋଟିସ ଜାରି ହୋଇଥିଲା । ଚୂଡ଼ାନ୍ତ ମତଦାତାଙ୍କ ତାଲିକା  ବି ପ୍ରକାଶ ପାଇଥିଲା । ଏହି ମତଦାତାମାନେ ହିଁ ରାଜ୍ୟ ସଭାପତି ନିର୍ବାଚନ ପାଇଁ  ଭୋଟ୍‌ ଦେବେ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଥିଲେ । ମତଦାତାଙ୍କ ଭିତରେ ସାଂଗଠନିକ ଜିଲ୍ଲା ସଭାପତି, ରାଜ୍ୟ ପରିଷଦ ସଦସ୍ୟଙ୍କ ସମେତ ୧୦% ବିଧାୟକ ଓ ସାଂସଦ ଥିଲେ । ଦଳୀୟ ସମ୍ବିଧାନ ଅନୁସାରେ ମତଦାତା ତାଲିକା ପ୍ରସ୍ତୁତ ହୋଇଥିଲା । 

ରାଜ୍ୟ ସଭାପତି ପଦ ପାଇଁ ସୋମବାର ଦିନ ୧୧ଟାରୁ ୨ଟା  ଭିତରେ ନାମାଙ୍କନପତ୍ର ଦାଖଲ କରିହେବ ବୋଲି ନୋଟିସରେ କୁହାଯାଇଥିଲା।  ସେହିଭଳି ଅପରାହ୍ନ ୨ଟାରୁ ୩ଟା ଭିତରେ ଆପତ୍ତି ଅଭିଯୋଗର ଯାଞ୍ଚ ପରେ  ଅପରାହ୍ନ ୪ଟାରେ ଚୂଡ଼ାନ୍ତ ନାମାଙ୍କନ ତାଲିକା ପ୍ରକାଶ ପାଇଥାଆନ୍ତା । ଜୁଲାଇ  ୧ରେ ମତଦାନ ବା ଭୋଟିଂ ହେବାର ଥିଲା । ସେହିଦିନ ସାଢ଼େ ୧୨ଟା ସୁଦ୍ଧା  ଚୂଡ଼ାନ୍ତ ଫଳାଫଳ ଘୋଷଣା କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ  ପୁରୀ ଅଘଟଣ ପାଇଁ ଏହାକୁ ସନ୍ଧ୍ୟାରେ ହଠାତ ସ୍ଥଗିତ ରଖାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.