ଭୁବନେଶ୍ବର, ୩୦।୬ : ସରିଲା ରାସନକାର୍ଡ ଇ-କେଓ୍ବାସି ଡେଡଲାଇନ। ଯେଉଁ ମାନେ ଇ-କେଓ୍ବାସି କରି ନାହାନ୍ତି ଚଳିତ ମାସରୁ ସେମାନଙ୍କ କାର୍ଡ ସସପେଣ୍ଡ କରାଯିବ। ଚଳିତ ମାସରୁ ଆଉ ସେମାନଙ୍କୁ ମିଳିବନି ରାସନ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି।
ଇ-କେଓ୍ବାସି ହୋଇ ନ ଥିବା ୨୦ ଲକ୍ଷ ୫୮ ହଜାର କାର୍ଡ ସସପେଣ୍ଡ କରାଯିବ। ୩ ମାସ ପର୍ଯ୍ୟନ୍ତ କାର୍ଡ ସସପେଣ୍ଡ କରାଯିବ। ଏହି ଅବଧି ମଧ୍ୟରେ ଯେଉଁ ମାନେ ଆସିବେ EKYC କରିବେ ସେମାନକୁ ରାସନ ଦିଆଯିବ। ଯେଉଁମାନେ ନ ଆସିବେ ସେମାନଙ୍କ କାର୍ଡ ସବୁଦିନ ପାଇଁ ବନ୍ଦ ହେବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।