ଲହୁଣୀପଡ଼ା, ୭/୭: ଚାଷ ଜମିରେ ତଳି ପକା କାମ ପାଇଁ ଆସୁଥିବା ବେଳେ ଦୁର୍ଘଟଣା । ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ ଡଲେଇସରା ଗାଁରୁ ପାଖାପାଖି ୨୦ଜଣ ଶ୍ରମିକ ଶିହିଡିହା ଗାଁ ଆସୁଥିଲେ । ଏହି ସମୟରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଓଲଟି ପଡ଼ିଛିଲେ ।ଏହି ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଥିବା ବେଳେ ୮ରୁ ଉର୍ଦ୍ଧ୍ୱ ଶ୍ରମିକ ଆହତ ହୋଇଥିବା ଜଣାପଡ଼ିଛି ।
ସୂଚନାନୁସାରେ, ଶ୍ରମିକମାନେ ଅଟୋରେ ଆସୁଥିବା ବେଳେ ହଠାତ୍ ଅଟୋର ପଛ ଚକା ଖୋଲି ଯିବାରୁ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା । ଫଳରେ ଅଟୋରେ ବସିଥିବା ଶ୍ରମିକମାନେ ଗୁରୁତର ହୋଇପଡ଼ିଥିଲେ । ଗୁରୁତରଙ୍କୁ ଆହତ ଅବସ୍ଥାରେ ଚିକିତ୍ସା ପାଇଁ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଭାବେ ଆହତ ହୋଇଥିବା ବୁଦୁନି ମୁଣ୍ଡା ଓ ଶ୍ରୀଧର ମୁଣ୍ଡାଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ପଠାଯାଇଛି । ଅନ୍ୟ ୧୦ ଜଣଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ମହୁଲଡିହା ପୁଲିସ ଖବର ପାଇ ବଣାଇ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।