ପ୍ରମୂଖ ଖବର
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ବିଜେପି ସାଙ୍ଗଠନିକ ନିର୍ବାଚନ : ମନମୋହନ ସାମଲ ରିପିଟ୍ ନା ଆଉ କିଏ ? ଆଜି ସଭାପତି ପଦ ପାଇଁ ନାମାଙ୍କନ
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ହୀରାକୁଦ ଡ୍ୟାମ୍‌କୁ ପ୍ରବେଶ ଅଧିକ ନିଷ୍କାସନ କମ୍, ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି

Published By : Rasmita Pradhan | July 7, 2025 10:23 AM

ସମ୍ବଲପୁର, ୦୭/୦୭ : ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ଅଧିକ, ନିଷ୍କାସନ କମ୍। ହୀରାକୁଦ ଜଳଭଣ୍ଡାରକୁ ଏବେ ପ୍ରତି ସେକେଣ୍ଡରରେ ଜଳଭଣ୍ଡାରକୁ ୨ ଲକ୍ଷ ୮୯ ହଜାର ୯୪୩ କ୍ଯୁସେକ ପାଣି ପ୍ରବେଶ କରୁଥିବାବେଳେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୬୯ ହଜାର ୫୨୮ କ୍ଯୁସେକ ପାଣି ଛଡାଯାଉଛି। ୨୦ଟି ଗେଟ୍ ଦେଇ ବନ୍ଯାଜଳ ନିଷ୍କାସନ ଜାରି ରହିଛି। ସେପଟେ ଜଳସ୍ତର ବୃଦ୍ଧି ପାଇ ୬୦୯.୮୧ ଫୁଟରେ ପହଞ୍ଚିଛି। ଇନଫ୍ଲୋଠାରୁ ଆଉଟଫ୍ଲୋ କମ୍ ଥିବାରୁ ଆହୁରି ଗେଟ୍ ଖୋଲିବାର ସମ୍ଭାବନା ରହିଛି। ରୁଲ୍ କର୍ଭ ଅନୁସାରେ ଜୁଲାଇ ୩୧ ସୁଦ୍ଧା ଜଳସ୍ତର ୬୦୫ ଫୁଟ ରହିବା କଥା।

ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ରବିବାର ଛଡ଼ାଯାଇଛି। ମହାନଦୀ ସାମାନ୍ୟ ଫୁଲିବାର ସମ୍ଭାବନା ରହିଛି। ହେଲେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ତଳିଆ ଅଞ୍ଚଳରେ ନଦୀ ଭିତରକୁ କେହି ନଯିବାକୁ ବାରଣ କରାଯାଇଛି। ଡାକବାଜି ଯନ୍ତ୍ର ସାହାଯ୍ୟରେ ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ କରାଯାଉଛି। ଗାଁ ଗାଁରେ ପ୍ରଚାର ଗାଡ଼ି ବୁଲି ଲୋକଙ୍କୁ ସଚେତନ କରୁଛି। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.