ପ୍ରମୂଖ ଖବର
  • ମିନାକ୍ଷୀ ବାହିନୀପତି ହେଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ଦିଗପହଣ୍ଡି : ଝାଡାବାନ୍ତିରେ ଜଣେ ମୃତ, ୯ ଗୁରୁତର
  • ||
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଉପରମୁଣ୍ଡରେ ପ୍ରବଳ ବର୍ଷା; ବଢୁଛି ତେଲେନ୍- ଭେଡେନ ନଦୀ ଜଳସ୍ତର, ବଢିଲା ବନ୍ୟା ଆଶଙ୍କା

Published By : Ankita S | July 6, 2025 2:25 PM

କୋଲାବିରା,୦୬/୦୭: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅଞ୍ଚଳରେ ଶନିବାର ଅପରାହ୍ନରୁ ପ୍ରବଳ ବର୍ଷା ଲାଗି ରହିଛି । ଏହାସହ ଉପର ମୁଣ୍ଡରେ ବର୍ଷା ଯୋଗୁଁ ନଦୀ ଜଳସ୍ତର ବଢୁଛି । ତେଲେନ୍ ନଦୀ ଫୁଲିବାରେ ଲାଗିଛି । ଏହାସହ ଭେଡେନ ନଦୀରେ ମଧ୍ୟ ପାଣି ବଢିବାରେ ଲାଗିଛି । ବର୍ଷାର ପରିମାଣ ବଢିଲେ ପାଣି ଆହୁରି ପଡିବ । ଜଳସ୍ତର ବଢ଼ିବା ବନ୍ୟା ପରିସ୍ଥିତି ଆଣିପାରେ ।

ଉଭୟ ତେଲେନ୍‌ ଓ ଭେଡେନ୍‌ ନଦୀ ପାର୍ଶ୍ବରେ ଥିବା ଅନେକ ଗାଁରେ ଜମିକୁ ପାଣି ମାଡ଼ି ଯାଇଛି । ଏହି ବ୍ଲକର ଗୁଛାପାଲି, ମଙ୍ଗରାପାଲି, ଗାଞ୍ଜେରମାଲ, ଅମନାପାଲି, କୁକିଆଡେରା, କେ. ସମାସିଂହା, କୁମ୍ଭାରମାଲ, ତରେଇକେଳା, ଭଜୁପଡ଼ା, ଭେଜିକୁଦ, ସାଲେପାଲି, କାଲିବାହାଲ ଇତ୍ୟାଦି ଗ୍ରାମାଞ୍ଚଳରେ ବନ୍ୟା ଆଶଙ୍କା ଦେଖା ଦେଇଛି । ରହିବାର ସକାଳୁର ପରିମାଣ ବର୍ଷା କମିଛି ହେଲେ ଭୟ ରହିଛି ।

ଯଦି ପୁଣି ଥରେ ବର୍ଷା ହୁଏ ତାହା ହେଲେ ଉଭୟ ଭେଡେନ୍‌ ଓ ତେଲେନ୍‌ ନଦୀରେ ବନ୍ୟା ଆସିବାର ଆଶଙ୍କା ରହିଛି । ଏଥିପାଇଁ ନଦୀ ପାର୍ଶ୍ବ ସମସ୍ତ ଗ୍ରାମବାସୀ ଓ ପ୍ରଶାସନ ଏଥି ପ୍ରତି ସତର୍କ ଥିବା ସୂଚନା ମିଳିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.