ନୀଳଗିରି,୦୫/୦୭: ବାଲେଶ୍ଵର ଜିଲ୍ଲା ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ଆଜି ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ତିନିଠାକୁର। ବାହୁଡାଯାତ୍ରା ପାଇଁ ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ହୋଇ ରଥାରୂଢ ହୋଇଥିଲେ। ରଥଦାଣ୍ଡରେ ରାତ୍ରିଯାପନ କରିବା ପରେ ଆଜି ରଥଟଣା ହେବ। ଅଧା ରାସ୍ତାରେ ଅଟକି ରହି ପୁଣି ଆସନ୍ତାକାଲି ରଥଟଣା ହୋଇ ଶ୍ରୀମନ୍ଦିରରେ ପହଂଚିବେ ମହାପ୍ରଭୁ। ଆଜି ତିନି ଠାକୁର ସକାଳେ ରଥ ଉପରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ବଡ ଏକାଦଶୀ ହୋଇଥିବାରୁ ହଜାର ହଜାର ଭକ୍ତ ଆଜି ରଥ ଉପରେ ଯାଇ ତିନି ଠାକୁରଙ୍କ ସୁନାବେଶ ଦର୍ଶନ କରି ଆଶିଷ କାମନା କରିଛନ୍ତି।

ଭାଷା ବିବାଦ: ଷ୍ଟାଲିନଙ୍କ ପ୍ରତିକ୍ରିୟାରୁ ନିଜକୁ ଦୂର...