ପ୍ରମୂଖ ଖବର
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ବିଜେପି ସାଙ୍ଗଠନିକ ନିର୍ବାଚନ : ମନମୋହନ ସାମଲ ରିପିଟ୍ ନା ଆଉ କିଏ ? ଆଜି ସଭାପତି ପଦ ପାଇଁ ନାମାଙ୍କନ
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ

Published By : Prameya | July 7, 2025 7:55 AM

ପୁରୀ,୦୭/୦୭:  ସୋମବାର ଦ୍ୱାଦଶୀ ତିଥିରେ ରଥାରୂଢ଼ ଠାକୁରଙ୍କୁ  ଅଧର ପଣା ଭୋଗ ଅର୍ପଣ ହେବ ।  ଠାକୁରଙ୍କ ମଧ୍ୟାହ୍ନ ଧୂପ ସରିଲେ ଏହି  ନୀତି ହେବ । ଅଧର ନୀତି ରାତି  ୮ଟାରେ ସମ୍ପନ୍ନ କରାଯିବାକୁ ପ୍ରଶାସନିକ  ସମୟ ଧାର୍ଯ୍ୟ ହୋଇଛି । ଚତୁର୍ଦ୍ଧାମୂର୍ତ୍ତିଙ୍କ  ଅଧର ଉଚ୍ଚା ତୁମ୍ୱାକୃତି ମାଟିପାତ୍ରରେ  ପଣା ପ୍ରସ୍ତୁତ ହେବ । ଭୋଗ ପରେ  ରଥ ଉପରେ ହାଣ୍ଡି ଭଙ୍ଗା ଯିବ ।  

କିମ୍ବଦନ୍ତୀ କୁହେ ଉକ୍ତ ଭୋଗ ପଣା ରଥ  ପାଶ୍ୱର୍ଦେବାଦେବୀ, ଅଶରୀର ତଥା ଚଣ୍ଡୀ ଚାମଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପଣ ହୁଏ । ପ୍ରତି ରଥରେ ଦାରୁବିଗ୍ରହଙ୍କ ଉଦ୍ଦେଶ୍ୟରେ ୩ଟି ଲେଖାଏଁ ହାଣ୍ଡିରେ  ପଣା ଭୋଗ କରାଯିବ । ଛାଚି, ସର,  କଦଳୀ, ଛେନା, ଗୋଲମରିଚ, କର୍ପୂର  ଓ ଜାଇଫଳ ଆଦି ପଣା ସାମଗ୍ରୀ  ପହଞ୍ଚାଯାଏ । ମହାପ୍ରଭୁଙ୍କ ସେବକମାନେ  ପଣା ପ୍ରସ୍ତୁତ କରିବେ । ଅଧର ନୀତି  ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବାଦାସ  ମଠ ଓ ବଡ଼ଓଡ଼ିଆ ମଠ ପକ୍ଷରୁ ସମସ୍ତ  ପ୍ରସ୍ତୁତି ହୋଇଥାଏ । ପାରମ୍ପରିକ  କୁମ୍ଭାରମାନେ ୯ଟି ଅଧର ହାଣ୍ଡି ତିଆରି ଯୋଗାଇଥାନ୍ତି । ୩ଟା ୩୦ମିନିଟ୍‌ରୁ  ୪ଟା ୩୦ମିନିଟ୍‌ ମଧ୍ୟରେ ମଧ୍ୟାହ୍ନ ଧୂପ  ବଢ଼ିବ । ଏହାପରେ ଅଧରପଣା ଭୋଗ  ସରି ଅନ୍ୟାନ୍ୟ ନୀତି ବଢ଼ି ରାତି ୨ଟାରେ  ଠାକୁରଙ୍କ ପହୁଡ଼ ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.