ଭଦ୍ରକ, ୦୭/୦୭ : ବୈତରଣୀ ନଦୀ ପାଣିରେ ଭାସୁଛି ପଥର। ବିଶ୍ଵାସ ନହେଲେ ବି ସତ। ପାଣିକୁ ପଥର ଫିଙ୍ଗିବା ସତ୍ତ୍ଵେ ବି ବୁଡ଼ୁନି ପଥର। ବୈତରଣୀ ନଦୀର ଧାମନଗର ବ୍ଲକ ଷେଣ୍ଢପୁର ଠାରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ।
ସୂଚନାନୁଯାୟୀ, ଲଗାଣ ବର୍ଷା ଯୋଗୁଁ ଧାମନଗର ବ୍ଲକ ଷେଣ୍ଢପୁର ଠାରେ ବୈତରଣୀ ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ ନଈ ବଢି ଦେଖିବା ବେଳେ ପଥର ଭଳି କିଛି ଭାସୁଥିବା ଦେଖିଥିଲେ। ପାଖକୁ ଯାଇ ଦେଖିବାକୁ ଏହା ପଥର ବୋଲି ଜାଣିଥିଲେ। ଏହାକୁ ଆଣି ପୁଣି ଥରେ ପାଣିରେ ଫିଙ୍ଗିବା ସତ୍ତ୍ଵେ ପଥର ବୁଡ଼ି ନଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କୌତୁହଳ ପ୍ରକାଶ ପାଇଛି। ଲୋକମାନେ ଏହାକୁ ଅଲୌକିକ ଦିବ୍ୟ ପଥର ବୋଲି କହୁଛନ୍ତି।