ପ୍ରମୂଖ ଖବର
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

୫୩ ବର୍ଷରେ ପଦାର୍ପଣ କଲେ ସୌରଭ ଗାଙ୍ଗୁଲି, ଜାଣନ୍ତୁ ତାଙ୍କର ଅବିଶ୍ୱସନୀୟ ୫ ରେକର୍ଡ

Published By : Ankita S | July 8, 2025 11:56 AM

ନୂଆଦିଲ୍ଲୀ,୦୮/୦୭: ଭାରତୀୟ କ୍ରିକେଟରେ ଯେବେ 'ଦାଦା' କୁହାଯାଏ, କେବଳ ଗୋଟିଏ ନାମ ଆସେ ସେ ହେଉଛନ୍ତି ସୌରଭ ଗାଙ୍ଗୁଲି । ଭାରତର ପୂର୍ବତନ ଅଧିନାୟକ, ଚମତ୍କାର ବ୍ୟାଟ୍ସମ୍ୟାନ, ନିର୍ଭୀକ କ୍ୟାପ୍ଟେନ୍ ସୌରଭ ଗାଙ୍ଗୁଲିଙ୍କର ଆଜି ଜନ୍ମଦିନ । ୫୩ ବର୍ଷରେ ପଦାର୍ପଣ କରିଛନ୍ତି ଦାଦା । ତାଙ୍କର ଅନେକ ରେକର୍ଡ ହୋଇଛି ଯାହାକୁ ଅନ୍ୟ କେହି ଖେଳାଳି ଭାଙ୍ଗିପାରିନାହାନ୍ତି । 

ସୌରଭ ଗାଙ୍ଗୁଲି ଶେଷ ଥର ପାଇଁ ପଡ଼ିଆରେ ପାଦ ଦେବାର ଅନେକ ବର୍ଷ ବିତିଯାଇଛି । କିନ୍ତୁ ତାଙ୍କର ସଫଳତା ଏବେ ବି କ୍ରିକେଟ୍ ପ୍ରଶଂସକଙ୍କ ହୃଦୟରେ ଜୀବିତ ଅଛି । ସେ କେବଳ ରନ୍‌ ସ୍କୋର କରିନଥିଲେ, ବରଂ ଟିମ୍ ଇଣ୍ଡିଆକୁ ପ୍ରାଧାନ୍ୟ ବିସ୍ତାର କରିବାର ସାହସ ମଧ୍ୟ ଦେଇଥିଲେ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା 'ଦାଦା'ଙ୍କ ସେହି ୫ଟି ରେକର୍ଡ ଯାହା ଏବେ ବି ରହିଛି । ହୁଏତ ଭବିଷ୍ୟତରେ କେହି ଏହାକୁ ଭାଙ୍ଗିପାରିବେ ନାହିଁ ।

ଦିନିକିଆରେ ସବୁଠୁ ବଡ଼ ଭାଗିଦାରୀ- ଯେତେବେଳେ ସୌରଭ ଗାଙ୍ଗୁଲି ଏବଂ ସଚିନ୍‌ ତେନ୍ଦୁଲକର କ୍ରିଜରେ ଥିଲେ, ସେତେବେଳେ ବିପକ୍ଷ ଦଳର ବୋଲର ନାକରେ କାନ୍ଦୁଥିଲେ । ଏହି ଦୁଇ କିମ୍ବଦନ୍ତୀ ମିଶି ୧୭୬ ଇନିଂସରେ ୮୨୨୭ ରନ୍ କରିଥିଲେ । ଏ ପର୍ଯ୍ୟନ୍ତ  କୌଣସି ଯୋଡ଼ି ଏକଦିବସୀୟ କ୍ରିକେଟରେ ୬୦୦୦ ରନ୍ ଛୁଇଁ ନାହାଁନ୍ତି । 


ବାମହାତୀ ବ୍ୟାଟ୍ସମ୍ୟାନ ଭାବେ ବଡ଼ ଟେଷ୍ଟ ସ୍କୋର- ଗାଙ୍ଗୁଲି ୨୦୦୭ରେ ପାକିସ୍ତାନ ବିପକ୍ଷରେ ୨୩୯ ରନର ଇନିଂସ ଖେଳିଥିଲେ। ଏହି ଇନିଂସ ଏଯାଏ କେହି ଭାରତୀୟ ବାମହାତୀ ବ୍ୟାଟରଙ୍କ ଦ୍ୱାରା ସର୍ବୋତ୍ତମ ଟେଷ୍ଟ ସ୍କୋର। ଅନେକ ବଡ଼ ଖେଳାଳି ଆସିଛନ୍ତି ଏବଂ ଯାଇଛନ୍ତି, କିନ୍ତୁ ଏହି ରେକର୍ଡ ଆଜି ବି ଅକ୍ଷୂର୍ଣ୍ଣ ।

ଦିନିକିଆରେ ୪ଥର ପ୍ଲାୟର ଅଫ୍ ଦି ମ୍ୟାଚ- ୧୯୯୭ରେ ସୌରଭ ଗାଙ୍ଗୁଲି ଏପରି କିଛି କରିଥିଲେ ଯାହା ଆଜି ପର୍ଯ୍ୟନ୍ତ କେହି କରିନାହାନ୍ତି । ସେ ଲଗାତାର  ୪ଟି ଦିନିକିଆ ମ୍ୟାଚ୍ ରେ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ଟାଇଟଲ୍ ଜିତିଥିଲେ। ଏହା  ଏବେ ବି ଏକ ବିଶ୍ୱ ରେକର୍ଡ । ଫର୍ମରେ ରହିବା ଏବଂ ଶୀର୍ଷରେ ରହିବା ଗାଙ୍ଗୁଲିଙ୍କ ବିଶେଷତ୍ୱ ଥିଲା ।

ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ରେକର୍ଡ- ଚାମ୍ପିଅନ୍ସ ଟ୍ରଫି ୨୦୦୦ , ଯାହାକୁ ମିନି ବିଶ୍ୱକପ୍ ମଧ୍ୟ କୁହାଯାଏ, ଫାଇନାଲରେ ସୌରଭ ଗାଙ୍ଗୁଲି ୧୧୭ ରନ୍‌ର ଏକ ଚମତ୍କାର ଇନିଂସ ଖେଳିଥିଲେ । ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ  ଏହି ଇନିଂସ ଏବେ ବି ସର୍ବାଧିକ ସ୍କୋର । ଏତେ ବଡ଼ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଏମିତିକା ପ୍ରଦର୍ଶନ ବହୁତ କମ୍ ଦେଖିବାକୁ ମିଳେ ।

ବିଶ୍ୱକପରେ ସବୁଠୁ ବଡ଼ ପାଳି- ୧୯୯୯ ବିଶ୍ୱକପରେ ସୌରଭ ଗାଙ୍ଗୁଲି ଶ୍ରୀଲଙ୍କା ବିପକ୍ଷରେ ୧୮୩ ରନ କରିଥିଲେ। ବିଶ୍ୱକପରେ ଏହି ଇନିଂସ ଏବେ ବି  ଭାରତର କୌଣସି ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ସର୍ବାଧିକ ସ୍କୋର । ରୋହିତ, ବିରାଟ ଏବଂ ସେହୱାଗଙ୍କ ଭଳି ମହାନ୍‌ ଖେଳାଳିଙ୍କ ସତ୍ତ୍ୱେ, ଗାଙ୍ଗୁଲିଙ୍କ ରେକର୍ଡ ଏବେ ବି ଅତୁଟ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.