ପ୍ରମୂଖ ଖବର
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

୪୪ ବର୍ଷରେ କ୍ୟାପ୍ଟେନ୍ କୁଲ ଏମ୍‌ଏସ ଧୋନୀ, ଜାଣନ୍ତୁ କାହିଁକି ସେ ଖାସ୍‌

Published By : Ankita S | July 7, 2025 8:04 AM

ନୂଆଦିଲ୍ଲୀ,୦୭/୦୭: କ୍ୟାପ୍ଟେନ୍ କୁଲ, ମାହି, ଥାଲା, ଦ ଗ୍ରେଟ୍ ମହେନ୍ଦ୍ର ସିଂହ ଧୋନୀ ୪୪ ବର୍ଷରେ ପାଦ ଥାପିଛନ୍ତି । କ୍ରିକେଟ ଦୁନିଆରେ ସେ ଅନେକ ରେକର୍ଡ କରିଛନ୍ତି । ୧୯୮୧ରେ ଜୁଲାଇ ୭ରେ ଝାଡ଼ଖଣ୍ଡରେ ଜନ୍ମଗ୍ରହଣ କରିଥିଲେ ମହେନ୍ଦ୍ର ସିଂହ ଧୋନୀ । ଆଜି ତାଙ୍କ ଜନ୍ମଦିନ । କ୍ରିକେଟ ଦୁନିଆରେ ସେ ଆଜି ବି ସୁପର ଆକ୍ଟିଭ । କ୍ରିକେଟ ନିଶାରେ ଟିଟି ଚାକିରି ଛାଡିଥିଲେ । ରେକର୍ଡ ପରେ ରେକର୍ଡ କରି ଫ୍ୟାନ୍ସଙ୍କ ହୃଦୟ ଜିତିଥିଲେ । ସେ କେବଳ ଜଣେ ନାମ ନୁହଁନ୍ତି ସମସ୍ତଙ୍କ ଇମୋସନ୍‌ । ଜନ୍ମଦିନ ଅବସରରେ ମହେନ୍ଦ୍ର ସିଂହ ଧୋନୀଙ୍କ ବିଷୟରେ ଜାଣନ୍ତୁ କିଛି ଅଜଣା କଥା ।

୧୯୮୧ରେ ଜୁଲାଇ ୭ରେ ଝାଡ଼ଖଣ୍ଡରେ ଜନ୍ମଗ୍ରହଣ କରିଥିଲେ ମହେନ୍ଦ୍ର ସିଂହ ଧୋନୀ । ତାଙ୍କ ଡ଼ାକ ନାମ ମାହି । କ୍ରିକେଟ ନିଶା ତାଙ୍କୁ ଏମିତି ଘାରିଲା ଯେ ଟିଟି ଚାକିରି ଛାଡି ଦେଲେ । ୨୦୦୦ରେ ଏହି ପ୍ରତିଭାକୁ ଚିହ୍ନିଥିଲେ ରାହୁଲ ଦ୍ରାବିଡ । ୨୦୦୪, ୨୩ ଡିସେମ୍ବରରେ ଆରମ୍ଭ ହୁଏ ଜର୍ସି ନମ୍ବର ୭ର କାହାଣୀ । ବାଂଲାଦେଶ ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିଲେ ଧୋନୀ । ୨୦୧୪ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟରେ ପଦାର୍ପଣ କରିଥିଲେ ଏମ୍‌ଏସ୍‌ଡି । ୨୦୦୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-ଟ୍ୱେଣ୍ଟି ଡେବ୍ୟୁ କରିଥିଲେ ମାହି ।

୨୦୧୯ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଦିନିକିଆ ଖେଳି ଅବସର ନେଇଥିଲେ କ୍ୟାପ୍ଟେନ୍ କୁଲ । ୨୦୦୪ରୁ ୨୦୧୯ ଯାଏ ଭାରତୀୟ କ୍ରିକେଟକୁ ୧୫ ବର୍ଷ ଦେଇଛନ୍ତି ଏମ୍‌ଏସଡି । ଏବେ ସେ କେବଳ ଆଇପିଏଲ ଖେଳୁଛନ୍ତି । ସେ ୯୦ଟି ଟେଷ୍ଟ ମ୍ୟାଚ ଖେଳି ୪,୮୭୬ ରନ୍‌ କରିଛନ୍ତି । ୩୫୦ଟି ଦିନିକିଆ ଖେଳି ୧୦,୭୭୩ ରନ୍ ଓ ୯୮ଟି ଟି-୨୦ ଖେଳି ୧,୬୧୭ ସ୍କୋର କରିଛନ୍ତି । ଅପରାଜିତ ୧୮୩ ଦିନିକିଆରେ ତାଙ୍କର ଟପ୍ ସ୍କୋର ଥିଲା । ତାଙ୍କ ଅଧିନାୟକତ୍ୱରେ ଭାରତ ଆଇସିସିର ସବୁ ଟ୍ରଫି ଜିତିଛି ।

ୱିକେଟ୍ ମଝିରେ ଦୌଡିବା ଓ ପଛରେ ଚମତ୍କାର କାରିଗରୀ କରିବା ତାଙ୍କଠୁ ଭଲ ଆଉ କେହି କରିପାରିବେ ନାହିଁ । ୨୦୦୭ ଟି-୨୦ ବିଶ୍ବ କପ୍ ଜିତାଇ ବିଦେଶ ମାଟିରେ ତ୍ରିରଙ୍ଗା ଉଡାଇଥିଲେ ସେ । ସେହିପରି ୨୮ ବର୍ଷ ପରେ ୨୦୧୧ରେ ଭାରତକୁ ବିଶ୍ୱ ବିଜୟୀ କରାଇଥିଲେ ମହେନ୍ଦ୍ର ସିଂହ ଧୋନୀ । ସତରେ ଏମ୍‌ଏସ ଧୋନୀ ଜଣେ ଅନଟୋଲ୍ଡ ଷ୍ଟୋରୀ । ତାଙ୍କୁ ବର୍ଣ୍ଣନା କରିବା ଅସମ୍ଭବ । ଭାରତୀୟ କ୍ରିକେଟ ପାଇଁ ତାଙ୍କର ଅବଦାନକୁ ସମ୍ମାନିତ କରି ୨୦୧୮ରେ ପଦ୍ମବଭୂଷଣ, ୨୦୦୯ରେ ପଦ୍ମଶ୍ରୀ ଓ ୨୦୦୮ରେ ମେଜର ଧାନଚାନ୍ଦ ଖେଳ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । 

କାହିଁକି ଖାସ୍‌ ଧୋନୀ, ଜାଣନ୍ତୁ କିଛି କଥା- 

-ଏମ୍‌ଏସ ଧୋନୀଙ୍କ ନାମରେ ୩ ଆଇସିସି ଟ୍ରଫି (୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ, ୨୦୧୧ ବିଶ୍ବକପ, ୨୦୧୩ ଚମ୍ପିଅନ୍ସ ଟ୍ରଫି  ରହିଛି । ଏମିତି କରିବାରେ ସେ ଏକମାକ୍ର ଅଧିନାୟକ ।

-ତାଙ୍କ ନାମରେ ୫ଟି ଆଇପିଏଲ ଟ୍ରଫି ଜିତିବାର ରେକର୍ଡ ରହିଛି । ଏହି ରେକର୍ଡରେ ସେ ରୋହିତ ଶର୍ମାଙ୍କ ସହ ସମକକ୍ଷ ଅଛନ୍ତି ।

-ଧୋନୀ ୬୦ ଟେଷ୍ଟ, ୨୦୦ ଦିନିକିଆ ଏବଂ ୭୨ଟି ଟି-ଟ୍ୱେଣ୍ଟିରେ ୱିକେଟ୍‌କିପିଙ୍ଗ କରିବାରେ ଏକମାତ୍ର ଅଧିନାୟକ । ଅଲଗା-ଅଲଗା ଫର୍ମାଟରେ ତାଙ୍କ ନାମରେ ଏହି ରେକର୍ଡ ରହିଛି ।

-ଗୋଟିଏ ଦିନିକିଆ ମ୍ୟାଚରେ ସର୍ବାଧିକ ରନ୍‌ ଅପରାଜିତ ୧୮୩ ୱିକେଟ୍‌କିପର ହିସାବରେ କରିଛନ୍ତି ସେ । ୨୦୦୫ରେ ଶ୍ରୀଲଙ୍କା ବିପକ୍ଷରେ ଏହି ରେକର୍ଡ କରିଥିଲେ ।

-ଥାଲା ସବୁ ଫର୍ମାଟରେ ୫୩୮ ମ୍ୟାଚରେ ୧୯୫ ଷ୍ଟମ୍ପ‌ ଆଉଟ୍ କରିଛନ୍ତି ଯାହା ସର୍ବାଧିକ । ସେ ମୋଟ୍  ୮୨୯ଟି ୱିକେଟ୍ ନେଇଛନ୍ତି ।

-ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟି ଇଣ୍ଟରନ୍ୟାସନାଲରେ ମୋଟ ୩୩୨ ମ୍ୟାଚରେ ଟିମ୍‌ ଇଣ୍ଡିଆର ନେତୃତ୍ୱ ନେଇଛନ୍ତି । ଯାହା ସର୍ବାଧିକ ।

-ଧୋନୀ ୩୩୨ ମ୍ୟାଚରୁ ୧୭୮ ମ୍ୟାଚ ଜିତିଛନ୍ତି । ୧୨୦ଟି ମ୍ୟାଚ ହାରିଛନ୍ତି । ୬ ମ୍ୟାଚ ଟାଇ ଓ ୧୫ଟି ଡ୍ର ହୋଇଛି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.