ନୂଆଦିଲ୍ଲୀ,୦୮/୦୭: ଜୁଲାଇ ୯ ତାରିଖ ଅର୍ଥାତ ଆସନ୍ତାକାଲି (ବୁଧବାର) ଭାରତ ବନ୍ଦ । ଏ ନେଇ ବଡ଼ ଧରଣର ପ୍ରସ୍ତୁତି ହେଉଛି । ୧୭ ଦଫା ଦାବି ନେଇ ୧୦ ଟ୍ରେଡ୍ ୟୁନିୟନ ଦେଶବ୍ୟାପୀ ବନ୍ଦ ଡକରା ହେଇଛନ୍ତି । ବ୍ୟାଙ୍କିଙ୍ଗ୍, ବୀମା, ପୋଷ୍ଟାଲ ସେବା ସମେତ ବିଭିନ୍ନ କ୍ଷେତ୍ରରେ ୨୫ କୋଟି କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇବେ । ଏଥିରେ ଜରୁରୀ ସେବା ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଉଛି ।
ଅଲ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସର ଅମରଜିତ କୌର କହିଛନ୍ତି, ‘ଏହି ଧର୍ମଘଟରେ ୨୫ କୋଟିରୁ ଅଧିକ ଶ୍ରମିକ ଯୋଗ ଦେବେ। ୟୁନିଅନ ଧର୍ମଘଟ ସମୟରେ ବ୍ୟାଙ୍କିଂ ସେବା, ଡାକ ସେବା, ବୀମା ସେବା ପ୍ରଭାବିତ ହେବ । ଏହା ବ୍ୟତୀତ ସରକାରୀ ପରିବହନ ମଧ୍ୟ ପ୍ରଭାବିତ ହେବ । ସେହି ସମୟରେ, ଷ୍ଟକ ବଜାର ଖୋଲା ରହିବ । ସରକାରଙ୍କ ଶ୍ରମିକ କର୍ମଚାରୀ ମାରଣା ନୀତି ବିରୋଧରେ ୧୦ ଟ୍ରେଡ ୟୁନିୟନ ଏହି ବନ୍ଦ ଡାକରା ଦେଇଛି । ସେମାନଙ୍କର ୧୭ ଦଫା ଦାବି ରହିଛି । ଟ୍ରେଡ ୟୁନିୟନଗୁଡିକର ଅଭିଯୋଗ ରହିଛି କି, କେନ୍ଦ୍ର ସରକାର ଦେଶରେ ଶ୍ରମିକମାନଙ୍କ ଅଧିକାରୀଙ୍କୁ ଗୌଣ କରି କର୍ପୋରେଟର ହାଉସ୍ ଓ ପୁଞ୍ଜିପତିମାନଙ୍କୁ ବିଶେଷ ଲାଭ ଦେଉଛନ୍ତି । ବିଶେଷ କରି କେନ୍ଦ୍ର ସରକାର ଆଣିଥିବା ୪ଟି ଶ୍ରମିକ ବିରୋଧୀ ଶ୍ରମ କୋଡକୁ ବାତିଲ କରିବାକୁ ସଂଗଠନ ଦାବି କରିଛି । କେବଳ ଶ୍ରମିକ ଓ କର୍ମଚାରୀ ନୁହଁନ୍ତି ଏହି ଷ୍ଟ୍ରାଇକରେ କୃଷକ ମଧ୍ୟ ସାମିଲ ହେବେ । ଦେଶରେ ୨୫ କୋଟି କର୍ମଚାରୀ ଏହି ଆନ୍ଦୋଳନକୁ ସମର୍ଥନ କରି ରାଜରାସ୍ତାକୁ ଓହ୍ଲାଇବେ ।
ଆସନ୍ତାକାଲି ହେବାକୁ ଥିବା ଷ୍ଚ୍ରାଇକରେ ଅନେକ ସେକ୍ଟର ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ଯେପରିକି ବ୍ୟାଙ୍କିଙ୍ଗ୍, ଫାଇନାନ୍ସ ସେକ୍ଟର, ଡାକ ବିଭାଗ, କୋଲ ମାଇନ୍ସ ଓ ଫ୍ୟାକ୍ଟ୍ରି ଓ ପରିବହନ ଆଦି ଉପରେ ପ୍ରଭାବ ପଡିବ । ଏ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ସ୍କଲ, କଲେଜ, ସରକାରୀ ଅଫିସ୍ ବସ୍, ରେଳ ସେବା ବିମାନ ସେବା, ବଜାର ମେଡିକାଲ ପରି ଜରୁରୀ ସେବା ଖୋଲି ରହିପାରେ । ଏହା ପୂର୍ବରୁ ଶ୍ରମିକ ସଂଗଠନ ୨୦୨୦ ନଭେମ୍ବର ୨୬ରେ, ୨୦୨୨, ୨୮-୨୯ ମାର୍ଚ୍ଚ ଏବଂ ଗତବର୍ଷ ଫେବୃଆରୀ ୧୬ରେ ଏହିପରି ଦେଶବ୍ୟାପୀ ଧର୍ମଘଟ କରିଥିଲେ ।