ପ୍ରମୂଖ ଖବର
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ରସଗୋଲା ଦିବସ; ଉତ୍ସବରେ ଭରିଦିଏ ମଧୁରତା, ଜାଣନ୍ତୁ କ'ଣ ରହିଛି ଶ୍ରୀମନ୍ଦିର ପରମ୍ପରା ?

Published By : Ankita S | July 8, 2025 9:24 AM

ଭୁବନେଶ୍ୱର,୦୮/୦୭: ରସଗୋଲା କାହାକୁ ବା ଭଲ ନ ଲାଗେ । ସମ୍ପର୍କରେ ମିଠାପଣ ଭରେ ଉତ୍ସବରେ ମଧୁରତା ଆଣିଥାଏ ସେ ରସଗୋଲା । ଓଡ଼ିଆ ଘରେ ଅତିଥି ଚର୍ଚ୍ଚା ହେଉ କି ଆନନ୍ଦ ଉଲ୍ଲାସର ମୁହୂର୍ତ୍ତ ସବୁଠି ଲୋଡା ପଡ଼େ ରସଗୋଲା । ଘରେ ଘରେ ପର୍ବପର୍ବଣୀରେ ରସଗୋଲା ଆସିବାଟା ନିଶ୍ଚିନ୍ତ । ପ୍ରତିଟି ଓଡିଆଙ୍କ ଆବେଗ ସେ ରସରୋଲା । ରାଗ-ଋଷା, ମାନ ଅଭିମାନ ଭାଙ୍ଗେ ରସଗୋଲା । ଏ ରସଗୋଲା ଦେଇ ଅଭିମାନୀନି ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରନ୍ତି ମହାପ୍ରଭୁ । ଓଡ଼ିଆ ଜାତିର ପ୍ରାଣ କେନ୍ଦ୍ର ଶ୍ରୀମନ୍ଦିରରେ କାହିଁ କେଉଁ କାଳରୁ ରସଗୋଲା ପ୍ରସାଦ ରୂପେ ଅର୍ପଣ କରାଯାଉଅଛି । ନୀଳାଦ୍ରି ବିଜେ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ରସଗୋଲା ଲାଗି ହୋଇ ଆସୁଛି । ଆଜି ରସଗୋଲା ଦିବସ । ଓଡ଼ିଶାର ପାରମ୍ପରିକ ମିଠା ରସଗୋଲା ପାଇଁ ଦିନଟି ସମର୍ପିତ ।

ଶ୍ରୀମନ୍ଦିର ପରମ୍ପରା- ନୀଳାଦ୍ରି ବିଜେ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ମାଆ ଲକ୍ଷ୍ମୀ ସାଆନ୍ତାଣୀଙ୍କ ମାନଭଞ୍ଜନ କରିବା ପାଇଁ ରସଗୋଲା ଦେବା ବିଧି ରହିଛି । ଏହାକୁ ନେଇ ରସଗୋଲା ଦିବସ ପାଳନ କରାଯାଉଛି । ପରମ୍ପରା ଅନୁଯାୟୀ ରଥ ନିକଟରେ ରସଗୋଲା ଲାଗି ହୋଇଥାଏ । ବର୍ଷ ବର୍ଷ ଧରି ଚାଲି ଆସୁଛି ଏହି ପରମ୍ପରା । ୨୦୧୫ ଜୁଲାଇ ୩୦ ନୀଳାଦ୍ରି ବିଜେ ଦିନ ରସଗୋଲା ଦିବସ ପ୍ରଥମେ ପାଳନ ଆରମ୍ଭ ହୋଇଥିଲା । ଏହାପରଠୁ  ୨୦୧୬ ଜୁଲାଇ ୧୭ରୁ ରସଗୋଲା ଦିବସ ପାଳନ ହୋଇଆସୁଛି । 


ରସଗୋଲା ଆମ ଗର୍ବ ଆମ ଗୌରବ- ଏ ରସଗୋଲାକୁ ନେଇ ବି କେତେ ନାଟ । ରସଗୋଲାକୁ ନେଇ ପଶ୍ଚିମବଙ୍ଗ ଓ ଓଡି଼ଶା ମଧ୍ୟରେ 'ମିଠାଯୁଦ୍ଧ' ହୋଇଥିଲା । 'ରସଗୁଲ୍ଲା' ତାଙ୍କର ବୋଲି ଯୁକ୍ତି ବାଢିଥିଲା ପଶ୍ଚିମବଙ୍ଗ । ଓଡ଼ିଶାର ରସଗୋଲାକୁ ଜିଆଇ ମାନ୍ୟତା ଦେବା ପାଇଁ ଏକଜୁଟ ହୋଇଥିଲା ଓଡ଼ିଶା । ଶେଷରେ ଓଡ଼ିଶାର ରସଗୋଲାକୁ ଜିଆଇ ଗ୍ୟାଗ୍‌ ମିଳିଥିଲା । ରସଗୋଲା କାହାର ? ପଶ୍ଚିମବଙ୍ଗର ନା ଓଡ଼ିଶାର । ୨୦୧୯ ଜୁଲାଇ ୧୯ରେ ଏହାର ଉତ୍ତର ମିଳିଥିଲା । ରସଗୋଲାକୁ ଜିଆଇ ମାନ୍ୟତା ମିଳିଲା । ଆମ ଓଡିଆଙ୍କ ଛାତି କୁଣ୍ଢେମୋଟ ହୋଇଗଲା । ଜିଆଇ ମାନ୍ୟତା ମିଳିବାକୁ ୬ ବର୍ଷ ପୂରଣ ହୋଇଛି । ରସଗୋଲା ଓଡ଼ିଶାର ।  ରସଗୋଲା ଆମ ଗର୍ବ ଆମ ଗୌରବ । ରସଗୋଲା ଆମର, ଅଛି , ରହିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.