ପ୍ରମୂଖ ଖବର
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ୟୁଟ୍ୟୁବ୍‌ର ନୂଆ ମନିଟାଇଜେସନ୍ ପଲିସି; ଜାଣି ରଖନ୍ତୁ ଏହି ଦିନଠାରୁ ଲାଗୁ ହେବ ନିୟମ

Published By : Anindita Ratha | July 8, 2025 11:21 AM

ନୂଆଦିଲ୍ଲୀ,୦୮/୦୭: ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ୍  । ଏହା ଆଗାମୀ ଦିନରେ କପି ଏବଂ ରିପିଟ୍‌ ବିଷୟବସ୍ତୁ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏହି ନୂଆ ନିୟମ ଆସନ୍ତା ଜୁଲାଇ ୧୫ ତାରିଖଠାରୁ  କାର୍ଯ୍ୟକାରୀ ହେବାକୁ ଯାଉଛି ।

ତେବେ ଏହି ନୂଆ ନୀତିରେ ବହୁଳ ଭାବରେ ପୁନଃବ୍ୟବହୃତ କଣ୍ଟେଣ୍ଟ ଉପରେ ରୋକ୍ ଲାଗିବ । ଏନେଇ ପ୍ଲାଟଫର୍ମ ବିଶେଷ ଧ୍ୟାନ ଦେଉଛି । ସଂଶୋଧିତ ନିର୍ଦ୍ଦେଶାବଳୀ ୟୁଟ୍ୟୁବର ଅଫିସିଆଲ୍‌ ପେଜ୍‌ରେ ପ୍ରକାଶିତ ହୋଇଛି । ଯେଉଁଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ ଆଗାମୀ ସମୟରେ କେବଳ ମୂଳ ଏବଂ ପ୍ରାମାଣିକ ବିଷୟବସ୍ତୁକୁ ପ୍ରଚାର କରାଯିବ ଏବଂ ପ୍ଲାଟଫର୍ମ ଦ୍ବାରା ମୁଦ୍ରୀକରଣ କରାଯିବ । ୟୁଟ୍ୟୁବ୍ ନିଜର ପ୍ରକୃତ କ୍ରିଏଟରଙ୍କୁ ସୁରକ୍ଷା ଦେବା ଏବଂ ଏହି ପ୍ଲାଟଫର୍ମର ଅପବ୍ୟବହାରକୁ ରୋକିବା ଲାଗି ନୂଆ ନିୟମ ଆଣିଛି । ଏହାଦ୍ବାରା କ୍ଲିକବେଟ୍‌, ନିମ୍ନ ଗୁଣବତ୍ତା ଏବଂ ରିପିଟ୍‌ ହେଉଥିବା ଭିଡିଓକୁ ରୋକା ଯାଇପାରିବ । କମ୍ପାନୀ କେବଳ ଭ୍ୟୁ ପାଇବା ଉଦ୍ଦେଶ୍ୟରେ ସୃଷ୍ଟି ହୋଇଥିବା ଭିଡିଓ ବ୍ୟତୀତ, ଶିକ୍ଷା ବା ମନୋରଞ୍ଜନରେ ଯୋଗଦାନ ଦେଉଥିବା ବିଷୟବସ୍ତୁ ଉପରେ ଅଧିକ ଗୁରୁତ୍ବ ଦେଉଛି । ଏପରି ଭିଡିଓ ୟୁଜର୍ସଙ୍କୁ ଅଧିକ ଲାଭଦାୟୀ ହୋଇଥାଏ ।

 ପ୍ରକାଶ ଥାଉକି, ୟୁଟ୍ୟୁବ୍ ଭାରତର କ୍ରିଏଟର ଅର୍ଥନୀତିରେ ଗତ ୩ ବର୍ଷ ଧରି ୨୧୦ ବିଲିଅନ ବା ୨୧,୦୦୦ କୋଟି ଟଙ୍କା ନିବେଶ କରିଛି । ତେବେ ଆଗାମୀ ୨ ବର୍ଷ ମଧ୍ୟରେ ଆଉ ୮୫୦ କୋଟି ଟଙ୍କା ନିବେଶ କରିବ । ଏନେଇ ନିକଟରେ ମୁମ୍ବାଇରେ ଆୟୋଜିତ ବିଶ୍ବ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ ୨୦୨୫ରେ ଯୋଗଦେଇ ଗୁଗଲ୍‌ ମାଲିକାନାରେ ଥିବା ୟୁଟ୍ୟୁବର ସିଇଓ ନିଲ ମୋହନ ଘୋଷଣା କରିଥିଲେ



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.