ପ୍ରମୂଖ ଖବର
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ମେଥି ପାଣିର ଚମତ୍କାର ଲାଭ, ମାତ୍ର ୫ ଦିନରେ ଅନୁଭବ କରନ୍ତୁ ପାର୍ଥକ୍ୟ

Published By : Harapriya Sethi | July 6, 2025 7:11 AM

ଯଦି ଆପଣ ସୁସ୍ଥ ରୁହନ୍ତି ତେବେ, ତେବେ ଆପଣଙ୍କ ଦିନଟି ଭଲରେ କଟିଥାଏ । ଯଦି ଆପଣ ଏପରି ଏକ ଘରୋଇ ଏବଂ ପ୍ରଭାବଶାଳୀ ଉପଚାର ଖୋଜୁଛନ୍ତି ଯାହା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ବିନା ଆପଣଙ୍କ ସ୍ୱାସ୍ଥ୍ୟକୁ ଉନ୍ନତ କରିପାରିବ, ତେବେ ମେଥି ପାଣି ଆପଣଙ୍କ ପାଇଁ ଚମତ୍କାର କାମ କରିପାରିବ।

ପାଚନ ପ୍ରକ୍ରିୟାକୁ ମଜବୁତ କରେ: ମେଥି ପାଣି ପେଟରେ ଗ୍ୟାସ, ଏସିଡିଟି ଏବଂ କୋଷ୍ଠକାଠିନ୍ୟକୁ କମ୍ କରେ। ଏଥିରେ ଥିବା ଫାଇବର ପାଚନ ପ୍ରକ୍ରିୟାକୁ ଉନ୍ନତ କରେ ।

ଓଜନ ହ୍ରାସରେ ସହାୟକ: ମେଥି ପାଣି ମେଟାବୋଲିଜିମକୁ ତ୍ୱରାନ୍ୱିତ କରେ ଏବଂ ଭୋକ ନିୟନ୍ତ୍ରଣ କରେ। ସକାଳେ ଏହାକୁ ପିଇବା ଦ୍ୱାରା ଦିନସାରା ଅତ୍ୟଧିକ ଖାଇବାକୁ ରୋକାଯାଇପାରିବ । ଯାହା ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ।

ରକ୍ତ ଶର୍କରାକୁ ସନ୍ତୁଳିତ କରେ: ମେଥି ପାଣି ମଧୁମେହ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ। ଏହା ଶରୀରରେ ଶର୍କରାର ଅବଶୋଷଣକୁ ଧୀର କରିଦିଏ ଏବଂ ଇନସୁଲିନ୍ ସମ୍ବେଦନଶୀଳତାକୁ ବୃଦ୍ଧି କରେ।

ତ୍ୱଚାକୁ ଚମକଦାର କରିଥାଏ: ମେଥି ପାଣିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତ୍ୱଚାରୁ ବିଷାକ୍ତ ପଦାର୍ଥ ବାହାର କରିଦିଏ। ଏହା ତ୍ୱଚାକୁ ଏକ ପ୍ରାକୃତିକ ଚମକ ଦେଇଥାଏ ଏବଂ ବ୍ରଣ ଭଳି ସମସ୍ୟାକୁ କମ କରିଥାଏ।

ହରମୋନ ସନ୍ତୁଳନରେ ସହାୟକ: ମେଥି ପାଣି ମହିଳାମାନଙ୍କ ମଧ୍ୟରେ ଋତୁସ୍ରାବ ଅନିୟମିତତା କିମ୍ବା PCOS ଭଳି ହରମୋନ ଅସନ୍ତୁଳନ ଯୋଗୁଁ ହେଉଥିବା ସମସ୍ୟାରୁ ମୁକ୍ତି ଦେଇପାରେ।

କେଶକୁ ମଜବୁତ ଏବଂ ସୁସ୍ଥ କରିଥାଏ: ମେଥି ପାଣି କେଶ ମୂଳକୁ ପୋଷଣ ଦେଇଥାଏ । ରୁପି କମ୍‌ କରିଥାଏ ଏବଂ କେଶ ଝଡ଼ିବାକୁ ରୋକିଥାଏ। ଏହାର ପ୍ରଭାବ କିଛି ଦିନ ମଧ୍ୟରେ ଦୃଶ୍ୟମାନ ହୁଏ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.