ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟ୍ରେନ୍‌ରେ ଆଦିବାସୀ ଛାତ୍ରୀଙ୍କୁ ଅସଦ୍‌ଆଚରଣ କରି ଶିକ୍ଷକ ଗିରଫ

ମାଲକାନଗିରି, ୧୩/୦୨ : ଆଦିବାସୀ ଛାତ୍ରୀଙ୍କୁ ଅସଦ୍‌ଆଚରଣ ଅଭିଯୋଗରେ ଶିକ୍ଷକ ଗିରଫ। ମାଲକାନଗିରି ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୁତି ପ୍ରସାଦ ପଣ୍ଡା ଗିରଫ ହୋଇଛନ୍ତି। ହଷ୍ଟେଲର ଜଣେ ଆଦିବାସୀ ଛାତ୍ରୀଙ୍କୁ ଅସଦ୍‌ଆଚରଣ କରାଯାଇଥିବା ଅଭିଯୋଗ ହୋଇଛି।

ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ସାମାଜିକ ବିଜ୍ଞାନ ଶିକ୍ଷକ ବିଭୁତି ପ୍ରସାଦ ପଣ୍ଡା ୫ ଜଣ ଛାତ୍ରଛାତ୍ରୀଙ୍କୁୁ ନେଇ ଜାତୀୟ କ୍ରୀଡା ଉତ୍ସବରେ ଯୋଗଦେବା ଲାଗି ଯାଇଥିଲେ। ହେଲେ ସେଠାରୁ ଫେରୁଥିବା ବେଳେ ଚଳନ୍ତା ଟ୍ରେନ୍ ଭିତରେ ଜଣେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ଯାହାର ଫୋଟୋ ଭାଇରାଲ ହେବା ପରେ ଗାଁ ଲୋକେ ବିଦ୍ୟାଳୟରେ ପହଞ୍ଚି ସଂପୃକ୍ତ ଶିକ୍ଷକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ପରେ ସେଠାରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଥିବା ସମୟରେ ସଂପୃକ୍ତ ଶିକ୍ଷକ ଜଣକ ଫେରାର ହୋଇ ଯାଇଥିଲେ। ବୌଦ୍ଧ ଜିଲ୍ଲାରେ ଜଣେ ସମ୍ପର୍କୀୟଙ୍କ ଘରେ ଶିକ୍ଷକ ବିଭୁତି ପ୍ରସାଦ ପଣ୍ଡା ଲୁଚି ରହିଥିବା ଖବର ପାଇ ମାଲକାନଗିରି ପୋଲିସ ସେଠାକୁ ଯାଇଥିଲା । ଗତକାଲି ଶିକ୍ଷକଙ୍କୁ ଗିରଫ କରି ପୋଲିସ ମାଲକାନଗିରି ଆଣିଥିବା ବେଳେ ଆଜି କୋର୍ଟ ଚାଲାଣ କରାଯାଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.