ନୂଆଦିଲ୍ଲୀ,୦୮/୦୭: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ନାହାନ୍ତି ବିଲ୍ ଗେଟ୍ସ । ତାଙ୍କ ସମ୍ପତ୍ତି ଏବେ ପୂର୍ବତନ ମାଇକ୍ରୋସଫ୍ଟ ଷ୍ଟିଭ୍ ବଲମଙ୍କ ତୁଳନାରେ କମ୍ । ଯିଏକି ପୂର୍ବରୁ ବିଲ୍ ଗେଟ୍ସଙ୍କ ପାଇଁ କାମ କରୁଥିଲେ ଏବଂ ପରେ ମାଇକ୍ରୋସଫ୍ଟର ସିଇଓ ହୋଇଥିଲେ। ଗୋଟିଏ ସପ୍ତାହରେ ବିଗ୍ ଗେଟ୍ସଙ୍କ ସମ୍ପତ୍ତି ୩୦ ପ୍ରତିଶତ କମିଛି । ତେଣୁ ଟପ୍ ୧୦ ଧନୀ ତାଲିକାରୁ ବାଦ୍ ପଡିଛନ୍ତି ବିଲ୍ ଗେଟ୍ସ ।
ବିଲ୍ ଗେଟ୍ସଙ୍କ ସମ୍ପତ୍ତି ଏହି ସପ୍ତାହରେ ପ୍ରାୟ ୫୨ ବିଲିୟନ ଡଲାର ହ୍ରାସ ପାଇଛି। ଏହା ପୂର୍ବ ଅପେକ୍ଷା ପ୍ରାୟ ୩୦ ପ୍ରତିଶତ କମ୍। ତାଙ୍କ ସମ୍ପତ୍ତି ୧୭୫ ବିଲିୟନରୁ ୧୨୪ ବିଲିୟନକୁ ହ୍ରାସ ପାଇଛି। ସେ ବ୍ଲୁମବର୍ଗ ବିଲିନେୟର୍ସ ଇଣ୍ଡେକ୍ସରେ ପଞ୍ଚମ ସ୍ଥାନରୁ ୧୨ତମ ସ୍ଥାନକୁ ଖସି ଆସିଛନ୍ତି । ତାଙ୍କ ସ୍ଥାନରେ ମାଇକ୍ରୋସଫ୍ଟ ପୂର୍ବତନ ସିଇଓ ଷ୍ଟିଭ୍ ବଲମରଙ୍କ ସମ୍ପତ୍ତି ମୂଲ୍ୟ ବର୍ତ୍ତମାନ ୧୭୨ ବିଲିୟନ ରହିଛି । ଯାହା ତାଙ୍କୁ ବିଶ୍ୱର ୫ମ ଧନୀ ବ୍ୟକ୍ତି କରିଛି ।
୨୦୨୪ ଶେଷ ସୁଦ୍ଧା, ବିଲ୍ ଗେଟ୍ସ ଏବଂ ମେଲିଣ୍ଡା ଗେଟ୍ସ ସେମାନଙ୍କ ଫାଉଣ୍ଡେସନକୁ ୬୦ ବିଲିୟନ ଦାନ କରିଥିଲେ । ଯେତେବେଳେ ୱାରେନ୍ ବଫେଟ୍ ୪୩ ବିଲିୟନ ଦେଇଥିଲେ। ବିଲ୍ ଗେଟ୍ସ ଏବେ ବି ମାଇକ୍ରୋସଫ୍ଟର ପ୍ରାୟ ୧ପ୍ରତିଶତ ମାଲିକ ରହିଛନ୍ତି । ଷ୍ଟକ୍ ଏବଂ ଲାଭାଂଶରେ ୬୦ ବିଲିୟନରୁ ଅଧିକ ରୋଜଗାର କରିଛନ୍ତି । ତାଙ୍କର ଅଧିକାଂଶ ଟଙ୍କା ବର୍ତ୍ତମାନ କାଷ୍ଟେକ୍ ଇନଭେଷ୍ଟମେଣ୍ଟ୍ସ ନାମକ ଏକ କମ୍ପାନୀ ଦ୍ୱାରା ପରିଚାଳିତ ହେଉଛି । ଯାହା ରିଅଲ୍ ଇଷ୍ଟେଟ୍, ଶକ୍ତି ଏବଂ ଅନ୍ୟାନ୍ୟ ବ୍ୟବସାୟରେ ନିବେଶ କରିଥାଏ ।