ପ୍ରମୂଖ ଖବର
  • ମା’ ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ
  • ||
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ତୁର୍କୀର ହଜିବ ନିଦ, ଏହି ଶତ୍ରୁ ରାଷ୍ଟ୍ର ଏବେ ଭାରତକୁ ମାଗିଲା ଘାତକ LR-LACM ମିସାଇଲ

Published By : Harapriya Biswal | July 8, 2025 3:08 PM

ନୂଆଦିଲ୍ଲୀ,୮।୭:  ଭାରତର ଅପରେସନ୍ ସିନ୍ଦୂର ବେଳେ  ପାକିସ୍ତାନର ସାହାଯ୍ୟ କରିବାକୁ ଚେଷ୍ଟା କରିଥିଲା ତୁର୍କୀ। ଏହି ସମୟରେ ପାକିସ୍ତାନକୁ ତୁର୍କୀ ସାମରିକ ସହାୟତା ପ୍ରଦାନ କରିଥିଲା। ଏବେ ତୁର୍କୀକୁ ଝଟକା ଦେବା ଭଳି ଏକ ଖବର ସାମନାକୁ ଆସିଛି।  ତାହା ହେଲା ତା’ର ଶତ୍ରୁ ରାଷ୍ଟ୍ର ଗ୍ରୀସ୍ ଭାରତକୁ ଏକ ଖାସ୍ ମିସାଇଲ ଦେବାକୁ ନିବେଦନ କରିଛି। ଏହି ମିସାଇଲ ଏତେ ଘାତକ ଯେ, ଶତ୍ରୁ ରାଷ୍ଟ୍ରର ଯେ କୌଣସି ଆଡ୍ଡାକୁ କ୍ଷଣିକରେ ଧ୍ବଂସ କରିଦେବ। 

’ଦ ଓ୍ବିକ୍’ର ଏକ ରିପୋର୍ଟ ଅନୁସାରେ, ଗ୍ରୀସ୍‌ ଅତ୍ୟାଧୁନିକ ଲଙ୍ଗ ରେଞ୍ଜ ଲ୍ୟାଣ୍ଡ ଆଟାକ୍ କ୍ରୁଜ ମିସାଇଲ (LR-LACM) ଚାହୁଁଛି।  ଯଦି ଗ୍ରୀସ୍‌କୁ ଭାରତ LR-LACM ଦେଇଦିଏ ତେବେ ଏହା ବଡ଼ ରଣନୈତିକ ପଦକ୍ଷେପ ହୋଇପାରେ। LR-LACMକୁ ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆରଡିଓ) ବିକଶିତ କରିଛି। ଏହା ଏକ ସବସୋନିକ୍ କ୍ରୁଜ ମିସାଇଲ, ଯାହାକି ଖାସ୍ ଭାବରେ ହାଇ-ଭ୍ୟାଲୁ ଟାର୍ଗେଟକୁ ଧ୍ୟାନରେ ରଖି ତିଆରି କରାଯାଇଛି। ଏହି ମିସାଇଲ୍ ବିମାନ ବନ୍ଦର, ରାଡାର ଷ୍ଟେସନ୍ ଓ କମାଣ୍ଡ ସେଣ୍ଟର ସହିତ ଶତ୍ରୁର ସମସ୍ତ ଆଡ୍ଡାକୁ ଧ୍ବଂସ କରିବାରେ ସକ୍ଷମ। 

LR-LACM ଭୂପୃଷ୍ଠ ଓ ସମୁଦ୍ରରୁ ଲଞ୍ଚ କରିହେବ, କିନ୍ତୁ ସମୁଦ୍ରରେ ନୌସେନାର ଜାହାଜରୁ ଲଞ୍ଚ କରାଯିବ। ଯଦି ଏହାକୁ ଭୂପପୃଷ୍ଠରୁ ଲଞ୍ଚ କରାଯିଏ ତେବେ ରେଞ୍ଜ ୧୫୦୦ କିଲୋମିଟର ପର୍ଯ୍ୟନ୍ତ ରହିବ। ସେଭଳି ନୌସେନା ଜାହାଜରୁ ଲଞ୍ଚ ହେବାପରେ ୧୦୦୦ର ରେଞ୍ଜ ରହିବ। LR-LACM ତୁର୍କୀର ଅଧିକାଂଶ ଅଂଶକୁ କଭର କରିପାରେ। ଏହି କାରଣରୁ ସେଠାରେ ବିବାଦ ବଢିବାର ଅଛି। ଯଦି ସ୍ପିଡ୍ କଥା ହେବା ତେବେ ଏହା ୮୬୪ କିଲୋମିଟର ପ୍ରତି ଘଣ୍ଟାରୁ ୧୧୧୧ ପ୍ରତିଘଣ୍ଟା ବେଗରେ ଟାର୍ଗେଟ ପର୍ଯ୍ୟନ୍ତ ପହଁଞ୍ଚିପାରେ।  ଏହି ମିସାଇଲ ଭୂପୃଷ୍ଠରୁ ଖୁବ୍ ନିକଟ ଦେଇ ଗତି କରିଥାଏ। ଏହି କାରଣରୁ ରାଡାର ଧରିବା ସହଜ ହୁଏନି। ଆମେରିକାର ଷ୍ଟକହୋମ୍ ଏବଂ ରୁଷର କାଲିବର ମିସାଇଲ ମଧ୍ୟ ଏଭଳି ରହିଛି, ଯାହାକି ରାଡାରରୁ ରକ୍ଷା ପାଇବାରେ ସକ୍ଷମ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.