ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଟ୍ରମ୍ପଙ୍କ ନୂଆ ଘୋଷଣା ପରେ ଚିନ୍ତାରେ ଋଷ; ଜାଣନ୍ତୁ କ’ଣ ରହିଛି ପୁରା ଖବର...?

Published By : Bijay Swain | July 8, 2025 10:59 PM

ମସ୍କୋ: ଆମେରିକା ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ନେଇ ପୁନଃ ଘୋଷଣା କରିବ ପରେ ଚିନ୍ତାରେ ଋଷ। ଏହାରି ମଧ୍ୟରେ ଆମେରିକା ଶତ୍ରୁ ରାଷ୍ଟ୍ରକୁ କେଉଁ ପ୍ରକାରର ଅସ୍ତ୍ରଶସ୍ତ୍ର ଯୋଗାଇ ଦେବ, ତାହା ସ୍ପଷ୍ଟ କରିବାକୁ କିଛି ସମୟ ଲାଗିବ ବୋଲି କ୍ରେମଲିନ୍ ମଙ୍ଗଳବାର ଘୋଷଣା କରିଛି। ଏହି ବୟାନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦେଇଥିବା ମନ୍ତବ୍ୟ ପରେ ଆସିଛି, ଯେଉଁଥିରେ ସେ କହିଥିଲେ ଯେ ଆମେରିକା ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ପ୍ରସ୍ତୁତ ଅଛି। 

ସୂଚନା ମୁତାବକ, ଟ୍ରମ୍ପ ସୋମବାର ଘୋଷଣା କରିଥିଲେ ଯେ ଆମେରିକା ତରଫରୁ ୟୁକ୍ରେନକୁ ରୁଷିଆର ଆକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ୟାଟ୍ରିଅଟ୍ ମିସାଇଲ ଭଳି ଅସ୍ତ୍ର ଯୋଗାଇ ଦିଆଯିବ। ଏହାର ପ୍ରତିକ୍ରିୟାରେ କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ କହିଛନ୍ତି ଯେ, " ଏହା ସ୍ପଷ୍ଟ ଯେ ଦୁଇ ଦେଶ ମଧ୍ୟରେ ଅସ୍ତ୍ର ଯୋଗାଣ ଜାରି ରହିଛି। ୟୁରୋପୀୟ ଦେଶମାନେ ମଧ୍ୟ ୟୁକ୍ରେନକୁ ଅସ୍ତ୍ର ଯୋଗାଇ ଦେଉଛନ୍ତି। କିନ୍ତୁ ଆମେରିକାରୁ କେଉଁ ଅସ୍ତ୍ର ଓ କେତେ ପରିମାଣରେ ଯୋଗାଇ ଦିଆଯିବ, ତାହା ସ୍ପଷ୍ଟ ହେବାକୁ ଅଧିକ ସମୟ ଲାଗିବ।"

ପେସକୋଭ ଆହୁରି ମଧ୍ୟ କହିଛନ୍ତି ଯେ ରୁଷିଆ ଟ୍ରମ୍ପଙ୍କ ଦୁଇ ଦେଶ ମଧ୍ୟରେ ସିଧାସଳଖ ଆଲୋଚନା ଆରମ୍ଭ କରିବାର ପ୍ରୟାସକୁ ସ୍ୱାଗତ କରୁଛି। ସେ ଆମେରିକା ଓ ରୁଷିଆ ମଧ୍ୟରେ ବାଣିଜ୍ୟ ଏବଂ ଅର୍ଥନୈତିକ ସମ୍ପର୍କ ପୁନଃସ୍ଥାପନର ସମ୍ଭାବନା ନେଇ ମଧ୍ୟ ଉଲ୍ଲେଖ କରିଛନ୍ତି। ତେବେ ସେ ଆମେରିକାର ନିଷେଧାଜ୍ଞା ଓ ପାଲଟା ଶୁଳ୍କକୁ ଅବୈଧ ବୋଲି ବର୍ଣ୍ଣନା କରିଛନ୍ତି। ଆମେରିକାର ଏହି ନିୟମ ଉଭୟ ଦେଶର ବ୍ୟବସାୟୀମାନଙ୍କୁ କ୍ଷତି ପହଞ୍ଚାଉଛି ବୋଲି ସେ ନିଜ ବିବୃତ୍ତିରେ କହିଛନ୍ତି। 

ଏହା ପୂର୍ବରୁ ୟୁକ୍ରେନ ଆମେରିକାକୁ ଅସ୍ତ୍ର ଯୋଗାଣକୁ ଜାରି ରଖିବାକୁ ଅନୁରୋଧ କରିଥିଲା। କାରଣ ଟ୍ରମ୍ପ ନିର୍ବାଚନ ଜିତିବା ପରେ ୟୁକ୍ରେନକୁ ଅସ୍ତ୍ର ଯୋଗାଣ ଉପରେ ନିଷେଧାଦେଶ ଲଗାଇଥିଲେ। ଯାହା ଦ୍ୱାରା ୟୁକ୍ରେନ ଋଷ ବିରୁଦ୍ଧରେ ଯୁଦ୍ଧ ଜାରି ରଖିବାକୁ ଇଉରୋପିୟ ଦେଶମାନଙ୍କ ଉପରେ ନିର୍ଭର କରିଥିଲା। ତେବେ ଟ୍ରମ୍ପଙ୍କ ନୂଆ ଘୋଷଣା ଅନୁଯାୟୀ, ଆମେରିକା ୟୁକ୍ରେନକୁ ରକ୍ଷାକାରୀ ଅସ୍ତ୍ର ଯୋଗାଇ ଦେବା ଜାରି ରଖିବ। ଯାହା ଯୁଦ୍ଧବିଧ୍ଵସ୍ତ ୟୁକ୍ରେନକୁ ରୁଷିଆର ଆକ୍ରମଣରୁ ସୁରକ୍ଷା ଦେବାରେ ସାହାଯ୍ୟ କରିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.