ପ୍ରମୂଖ ଖବର
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍‌ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନ୍‌ର ଧମକ

Published By : Tapas Panda | July 9, 2025 10:20 PM

Image source: Live Hindustan

ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନିଙ୍କ ବରିଷ୍ଠ ପରାମର୍ଶଦାତା ଜାବାଦ ଲାରିଜାନି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଧମକ ଦେଇଛନ୍ତି । ସେ କହିଛନ୍ତି ଯେ, ଟ୍ରମ୍ପ ତାଙ୍କ ବିଳାସପୂର୍ଣ୍ଣ ଘର ମାର-ଏ-ଲାଗୋରେ ଖରାରେ ଛିଡ଼ା ହୋଇଥିବା ବେଳେ ତାଙ୍କ ଉପରେ ଗୁଳି ମାଡ଼ ହୋଇପାରେ । ଇରାନ ଇଣ୍ଟରନ୍ୟାସନାଲ ୱେବସାଇଟ୍ ଅନୁଯାୟୀ, ସେ କହିଛନ୍ତି, 'ଯେତେବେଳେ ସେ ଖରାରେ ପେଟେଇ ଶୋଇଥିବେ, ଏକ ଛୋଟ ଡ୍ରୋନ୍ ତାଙ୍କ ଉପରେ ଆକ୍ରମଣ କରିପାରେ । ଏହା ବହୁତ ସହଜ।’ ତେବେ ଲାରିଜାନିଙ୍କୁ ଆୟାତୋଲ୍ଲା ଖାମେନିଙ୍କ ନିକଟତର ବୋଲି ବିବେଚନା କରାଯାଏ । 

'ବ୍ଲଡ୍ ପ୍ୟାକ୍ଟ' ନାମକ ଏକ ଅନଲାଇନ୍ ପ୍ଲାଟଫର୍ମ ଉଭା ହୋଇଥିବା ବେଳେ ଲାରିଜାନିଙ୍କ ମନ୍ତବ୍ୟ ଚିନ୍ତାର କାରଣ ପାଲଟିଛି । ଏହି ପ୍ଲାଟଫର୍ମ ଖାମେନିଙ୍କୁ ଅପମାନିତ କରୁଥିବା ଏବଂ ତାଙ୍କ ଜୀବନକୁ ବିପଦରେ ପକାଇଥିବା ଲୋକଙ୍କ ବିରୋଧରେ 'ପ୍ରତିଶୋଧ' ପାଇଁ ପାଣ୍ଠି ସଂଗ୍ରହ କରୁଛି । ୱେବସାଇଟ୍ ଦାବି କରିଛି ଯେ, ଏପର୍ଯ୍ୟନ୍ତ ୨୭ ମିଳିୟନ ଡଲାରରୁ ଅଧିକ ସଂଗ୍ରହ କରିଛି ଏବଂ ଏହାର ଲକ୍ଷ୍ୟ ୧୦୦ ମିଲିୟନ ଡଲାର ସଂଗ୍ରହ କରିବ । ୱେବସାଇଟରେ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି, ‘ଆଲ୍ଲାଙ୍କ ଶତ୍ରୁମାନଙ୍କୁ ନ୍ୟାୟ ପ୍ରଦାନ କରୁଥିବା ଏବଂ ଖାମେନିଙ୍କ ଜୀବନକୁ ବିପଦରେ ପକାଇଥିବା ଲୋକଙ୍କୁ ଯେଉଁମାନେ ଶାନ୍ତି ଦେବେ  ଆମେ ସେମାନଙ୍କୁ ପୁରସ୍କୃତ କରିବୁ।’

 ଇରାନର ରିଭୋଲ୍ୟୁସନାରୀ ଗାର୍ଡ ସହ ଜଡିତ ଫାର୍ସ ନ୍ୟୁଜ୍ ଏଜେନ୍ସି ଏହି ଅଭିଯାନ ଆରମ୍ଭ ହେବା ନିଶ୍ଚିତ କରିଛି ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକର ଦୂତାବାସ ଓ  ସହର କେନ୍ଦ୍ରଗୁଡ଼ିକରେ ପ୍ରତିବାଦ କରିବାକୁ ଧାର୍ମିକ ଗୋଷ୍ଠୀଗୁଡ଼ିକୁ ନିବେଦନ କରିଛି ।  ଏହା ସହ 'ମୋହାରେବେ' ଭଳି ଇସଲାମିକ ଆଇନ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଉପରେ ଲାଗୁ ହେବା ଉଚିତ ବୋଲି ଏଥିରେ କୁହାଯାଇଛି । ଇରାନ ଆଇନରେ 'ମୋହାରେବେ' ଅର୍ଥାତ୍ 'ଆଲ୍ଲାଙ୍କ ବିରୋଧରେ ଯୁଦ୍ଧ' ଏକ ଗମ୍ଭୀର ଅପରାଧ ଯାହା ମୃତ୍ୟୁଦଣ୍ଡଯୋଗ୍ୟ । ଇରାନର ନୂତନ ରାଷ୍ଟ୍ରପତି ମାସୁଦ ପେଜେସ୍କିୟାନ ଆମେରିକୀୟ ସାମ୍ବାଦିକ ଟକର କାର୍ଲସନଙ୍କ ସହ ଆଲୋଚନା ସମୟରେ କହିଥିଲେ ଯେ, ଏହି 'ଫତୱା' ସରକାରଙ୍କ କିମ୍ବା ଖାମେନିଙ୍କ ନୁହେଁ । 

ଡୋନାଲ୍ଡ ଟ୍ରମ୍ପ ୨୦୨୦ ମସିହାରେ ଇରାକରେ ଇରାନୀ ଜେନେରାଲ କାସିମ ସୁଲେମାନୀଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେବା ପରଠାରୁ ଇରାନର ଟାର୍ଗେଟରେ ଅଛନ୍ତି। ଗତବର୍ଷ ଆମେରିକୀୟ ଏଜେନ୍ସିଗୁଡ଼ିକ ପ୍ରକାଶ କରିଥିଲେ ଯେ, ଇରାନର ରିଭଲ୍ୟୁସନରୀ ଗାର୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.