ପ୍ରମୂଖ ଖବର
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି

Published By : Anindita Ratha | July 9, 2025 8:37 AM

ନୂଆଦିଲ୍ଲୀ,୦୯/୦୭:ଜଳ ପ୍ରଳୟରେ ବେହାଲ ଆମେରିକା ଟେକ୍ସାସ । ବାଦଲଫଟା ବର୍ଷା ସାଙ୍ଗକୁ ହଠାତ୍‌ ବନ୍ୟାରେ ଅନେକ ଲୋକଙ୍କ ଜୀବନ ଗଲାଣି । ତା ସହିତ ଖାଦ୍ୟ ଓ ବିଜୁଳି ବିନା ବଞ୍ଚି ରହିଥିବା ମଣିଷ ବି ଛଟପଟ ହେଉଛନ୍ତି । ଜୁଲାଇ ୪ ତାରିଖରେ ଆମେରିକାର ଟେକ୍ସାସ ରାଜ୍ୟର ଗୁଆଡାଲୁପ୍ ନଦୀରେ ହଠାତ୍ ବନ୍ୟା ଆସିବାରୁ ଏପର୍ଯ୍ୟନ୍ତ ୧୦୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ୧୬୦ ରୁ ଅଧିକ ଲୋକ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି । 

ଏନେଇ ମଙ୍ଗଳବାର ରାଜ୍ୟପାଳ ଗ୍ରେଗ୍ ଆବୋଟ୍ କହିଛନ୍ତି,ଖରାପ ପାଗ ଯୋଗୁଁ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା କଷ୍ଟକର ହେଉଛି। ନିଖୋଜ ଲୋକଙ୍କ ତାଲିକା ଆହୁରି ଲମ୍ବା ହୋଇପାରେ। "କେବଳ କେର କାଉଣ୍ଟି ଅଞ୍ଚଳରେ,୧୬୧ ଜଣ ନିଖୋଜ ଅଛନ୍ତି ବୋଲି ଜଣାପଡ଼ିଥିବା କହିଛନ୍ତି। ତେବେ ଗତ ସପ୍ତାହର ଶେଷ ଭାଗରେ ରାତାରାତି  ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଶୁକ୍ରବାର ଅର୍ଥାତଜୁଲାଇ ୪ ତାରିଖ ପ୍ରତ୍ୟୁଷରେ କେନ୍ଦ୍ରୀୟ ଟେକ୍ସାସରେ ପଶିଯାଇଥିଲା। ଫଳରେ କେର କାଉଣ୍ଟିରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ସେଠାରେ ୯୪ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଅତି କମରେ ୨୭ ଜଣ ଯୁବତୀ ଏବଂ ପରାମର୍ଶଦାତା ଅଛନ୍ତି । ଯେଉଁମାନେ ଗୁଆଡାଲୁପ୍ ନଦୀ କୂଳରେ ଥିବା ଏକ ଖ୍ରୀଷ୍ଟିଆନ୍ ଗ୍ରୀଷ୍ମକାଳୀନ ଶିବିର କ୍ୟାମ୍ପ ମିଷ୍ଟିକ୍ ରେ ଶୋଇଥିବା ବେଳେ ବନ୍ୟା ପାଣି ମାଡ଼ିଆସିଥିଲା। ସେପଟେ ଉଦ୍ଧାରକାରୀ ଦଳ ଜଳବନ୍ଦୀ ଭଗ୍ନାବଶେଷକୁ ଭ୍ରମଣ କରିବା ପାଇଁ ହେଲିକପ୍ଟର,ଡ୍ରୋନ, କୁକୁର ଏବଂ ଡଙ୍ଗା ବ୍ୟବହାର କରୁଛନ୍ତି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.