ପ୍ରମୂଖ ଖବର
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଭାରତକୁ ମସୁଦର ଧମକ : ଆକ୍ରମଣ ପାଇଁ ପ୍ରସ୍ତୁତ ୧୦ ହଜାର ଆତ୍ମଘାତୀ ଆତଙ୍କୀ, ଜୈସ୍‌ ପାଖରେ ଏବେ ଅଛନ୍ତି ୩୦ ହଜାର କ୍ୟାଡର

Published By : Rasmita Pradhan | July 9, 2025 8:25 AM

ନୂଆଦିଲ୍ଲୀ, ୦୯/୦୭ : ଅନ୍ୟମାନଙ୍କ ପାଖରେ ଆକ୍ରମଣ କରିବା ଲାଗି ମିସାଇଲ ଅଛି। କିନ୍ତୁ ଆମ ପାଖରେ ଫିଦାୟୀନ (ଆତ୍ମଘାତୀ ଆକ୍ରମଣକାରୀ) ଅଛନ୍ତି । କୌଣସି ମିସାଇଲ କିମ୍ବା ଶକ୍ତି ସେମାନଙ୍କୁ ଅଟକାଇପାରିବ ନାହିଁ । ଯେଉଁଠି ଚାହିଁବୁ ଆକ୍ରମଣ କରିପାରିବୁ ବୋଲି ଭାରତକୁ ପରୋକ୍ଷରେ ଧମକ ଦେଇଛି ଜୈସ୍‌-ଇ-ମହମ୍ମଦ ଆତଙ୍କୀ ସଙ୍ଗଠନର ମୁଖ୍ୟ ତଥା ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ ଆତଙ୍କୀ ମସୁଦ ଆଝାର । ପାକିସ୍ତାନର ବାହାବଳପୁର ଠାରେ ଥିବା ଏକ ମସ୍‌ଜିଦରେ ମସୁଦ୍‌ର ଏଭଳି ଧମକପୂର୍ଣ୍ଣ ଅଡିଓ ପ୍ରସାରଣ କରାଯାଇଛି । ଯେଉଁଥିରେ ମସୁଦ କହିଛି ଯେ, ଅନ୍ୟମାନଙ୍କ ପାଖରେ ସବୁକିଛି ଥାଇପାରେ । କିନ୍ତୁ ଆମ ପାଖରେ ଫିଦାୟୀନ ଅଛନ୍ତି । ଯେଉଁ ପାଣ୍ଠି ମୁଜାହିଦ୍‌ମାନଙ୍କୁ ଦିଆଯାଇଛି ଦରକାର ପଡିଲେ ତାକୁ ଜିହାଦରେ ବ୍ୟବହାର କରାଯିବ । ଧାର୍ମିକ ନେତାଙ୍କ ତୁଳନାରେ ପାକିସ୍ତାନକୁ ମୁଜାହିଦ୍‌ଙ୍କ ଆଶୀର୍ବାଦ ଦରକାର । ଆମ ପାଖରେ ୩୦ ହଜାର ମୁଜାହିଦ୍‌ ଅଛନ୍ତି । ଏଥିସହ ୧୦ ହଜାର ଫିଦାୟୀନ ମଧ୍ୟ ପ୍ରସ୍ତୁତ ଅଛନ୍ତି । ସେମାନେ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇରହିଛନ୍ତି । 

ଗତ ୫ ତାରିଖରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମୁଖ୍ୟ ତଥା ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟୋ କହିଥିଲେ କି ମସୁଦ ତାଙ୍କ ଦେଶରେ ନାହିଁ । ହୁଏତ ସେ ଆଫଗାନିସ୍ତାନରେ ଥାଇପାରେ । ତେବେ ଭାରତ ଯଦି ମସୁଦର ଠିକଣା ଦେବ ପାକିସ୍ତାନ ତାକୁ ଧରିବ । ବିଲାୱଲଙ୍କ ଏଭଳି ବୟାନ ପରେ ମୁସଦ ଭିଡିଓ ଜାରି କରି ପାକ୍‌ରେ ନିଜର ଉପସ୍ଥିତି ଜାହିର କରିଛି । ଭାରତ ଭୟରେ ମସୁଦ ଗତ ୧୦ ବର୍ଷ ହେଲା ପାକିସ୍ତାନରେ ଲୁଚି ରହିଛି । ଏହି ସମୟ ଭିତରେ ତାର କୌଣସି ଅଡିଓ କିମ୍ବା ଭିଡିଓ ସାମ୍‌ନାକୁ ଆସିନାହିଁ କିମ୍ବା ସାର୍ବଜନୀନ ହୋଇନାହିଁ । ତେଣୁ ଏଠାରେ ପ୍ରଶ୍ନ ଉଠୁଛି କି ଭାରତର ଅପରେସନ ସିନ୍ଦୂର ପରେ ଏଭଳି କଣ ହେଲା ଯେ ପାକିସ୍ତାନ ମସୁଦର ଚେହେରାକୁ ପୁଣିଥରେ ସାମ୍‌ନାକୁ ଆଣିବା ଲାଗି ପ୍ରୟାସ କରୁଛି । 

ବିଶେଷଜ୍ଞଙ୍କ କହିବାନୁଯାୟୀ ମସୁଦ୍‌ର ଏହି ଅଡିଓ ଜାରି ପାକିସ୍ତାନର ଭାରତ ବିରୋଧରେ ସୁଚିନ୍ତିତ ତଥା ଯୋଜନାବଦ୍ଧ ଷଡଯନ୍ତ୍ରର ଏକ ଅଂଶ । କାରଣ ବର୍ତ୍ତମାନ ଭାରତରେ ଅମରନାଥ ଯାତ୍ରା ଆରମ୍ଭ ହୋଇଛି । ଶ୍ରଦ୍ଧାଳୁଙ୍କୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ଏହି ଅଡିଓକୁ ଜାରି କରାଯାଇଛି । ଯାହାଫଳରେ କି ଆତଙ୍କୀମାନେ ଉତ୍ସାହିତ ହୋଇ ଅମରନାଥ ଯାତ୍ରୀଙ୍କ ଉପରେ ଆକ୍ରମଣ କରିବେ । ଏଭଳି କରି ପାକିସ୍ତାନ ଆତଙ୍କୀଙ୍କ ସ୍ଲିପର ସେଲ୍‌କୁ ପୁଣିଥରେ ସକ୍ରିୟ କରାଇବାକୁ ଉଦ୍ୟମ କରୁଛି । ତା’ଛଡା ଏହି ଅଡିଓ ମାଧ୍ୟମରେ ଆତଙ୍କୀ ହିଂସା ପାଇଁ ପାଣ୍ଠି ସଂଗ୍ରହ ସହଜ ହେବ । ଏପରିକି ବିଦେଶରୁ ମଧ୍ୟ ହାୱାଲା ମାଧ୍ୟମରେ ପାଣ୍ଠି ଆସିପାରିବ ବୋଲି ପାକିସ୍ତାନ ବିଶ୍ୱାସ କରୁଛି । ମସୁଦ କହିଛି କି ଅନ୍ୟମାନଙ୍କର ମିସାଇଲ ଅଛି କିନ୍ତୁ ତାଙ୍କ ପାଖରେ ଫିଦାୟୀନ ଅଛନ୍ତି । ଏହାର ଅର୍ଥ ପାକିସ୍ତାନ ବର୍ତ୍ତମାନ ଭାରତରେ ହିଂସାକାଣ୍ଡ ଭିଆଇବାକୁ ନୂଆ ଯୋଜନା ପ୍ରସ୍ତୁତ କରୁଛି । ଏଥିପାଇଁ ଫିଦାୟୀନଙ୍କୁ ହୁଏତ ବ୍ୟବହାର କରିପାରେ । କାରଣ ଫିଦାୟୀନମାନେ ଏକାକୀ ଯେକୌଣସି ସ୍ଥାନକୁ ଯାଇ ସେଠାରେ ଆକ୍ରମଣ କରିପାରନ୍ତି । ଏଥିପାଇଁ ସେମାନଙ୍କର ସହଯୋଗ ଦରକାର ପଡି ନଥାଏ । 

ଜମ୍ମୁକାଶ୍ମୀରରେ ସୁରକ୍ଷା ବାହିନୀର ଦୃଢ଼ ପଦକ୍ଷେପ ଯୋଗୁ ପାକିସ୍ତାନର ପାରମ୍ପରିକ ସୀମାପାର ଆତଙ୍କବାଦୀ ଅନୁପ୍ରବେଶ ଯୋଜନା ଏବେ ପ୍ରାୟତଃ ବନ୍ଦ ହୋଇଗଲାଣି । ତେଣୁ ନୂଆ ଶୈଳୀରେ ଆକ୍ରମଣ କରିବାକୁ ପାକିସ୍ତାନ ଯୋଜନା କରୁଛି ଏବଂ ଏଥିପାଇଁ ମସୁଦର ଅଡିଓ ଚଳାଇ ଫିଦାୟୀନଙ୍କୁ ଉତ୍ସାହିତ କରିବା ଲାଗି ଉଦ୍ୟମ ଚଳାଇଛି । ସୂଚନାଯୋଗ୍ୟ ଯେ ୨୦୦୧ ସଂସଦ ଭବନ ଆକ୍ରମଣ, ୨୦୦୮ ମୁମ୍ବାଇ ଆକ୍ରମଣ (୨୬/୧୧), ୨୦୧୬ ପଠାନକୋଟ ଆକ୍ରମଣ ଏବଂ ୨୦୧୯ ପୁଲୱାମା ଆକ୍ରମଣ ସମେତ ଭାରତରେ ଘଟିଥିବା ପ୍ରମୁଖ ଆତଙ୍କୀ ହମଲା ଘଟଣାରେ ମସୁଦର ସମ୍ପୃକ୍ତି ରହିଛି । ୨୦୧୯ରେ ଜାତିସଂଘ ତାକୁ ବୈଶ୍ୱିକ ଆତଙ୍କବାଦୀ ଭାବେ ଘୋଷଣା କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.