ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଟେକ୍ସାସରେ ତାଣ୍ଡବ ରଚିଲା ବନ୍ୟା; ଶତାଧିକ ଲୋକଙ୍କ ମୃତ୍ୟୁ, ୩୦ରୁ ଅଧିକ ନିଖୋଜ

Published By : Bijay Swain | July 8, 2025 10:57 PM

iamge courtesy: amarujala

ଟେକ୍ସାସ: ଆମେରିକା ଟେକ୍ସାସରେ ଥିବା ଗ୍ୱାଡାଲୁପ ନଦୀରେ ଆସିଥିବା ବନ୍ୟା ତାଣ୍ଡବ ରଚିଲା। ଏହି ଭୟଙ୍କର ବନ୍ୟା ଯୋଗୁଁ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ନିଖୋଜ ହୋଇଛନ୍ତି। ଆମେରିକାର ସର୍ଚ୍ଚ ଓ ରେସକ୍ୟୁ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ଏହି ଦଳ ବନ୍ୟାଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରିବା ସହ ବନ୍ୟାରେ ଉପରମୁଣ୍ଡରୁ ଭାସିଆସୁଥିବା କାଠକୁ ସଫା କରିବାରେ ନିୟୋଜିତ ହୋଇଛନ୍ତି। 

ଏହି ବନ୍ୟାରେ ଟେକ୍ସାସର ହିଲକଣ୍ଟ୍ରିରେ ଶହେ ବର୍ଷରୁ ଅଧିକ ସମୟ ଧରି ପାଳନ ହେଉଥିବା ସମର କ୍ୟାମ୍ପରୁ ୨୭ରୁ ଅଧିକ କ୍ୟାମ୍ପର ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ଅନ୍ୟପଟେ କେରର କାଉଣ୍ଟି ସୂଚନା ଦେଇ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ କ୍ୟାମ୍ପର ଓ ଜଣେ କାଉନସିଲର ନିଖୋଜ ରହିଛନ୍ତି। ତେବେ ଉଦ୍ଧାରକାରୀ ଦଳ ମିଷ୍ଟିକ କ୍ୟାମ୍ପ ତଥା ଅନେକ ସମର କ୍ୟାମ୍ପ ନିକଟରୁ ୨୮ ଜଣ ଶିଶୁଙ୍କ ସମେତ ମୋଟ୍ ୮୪ ଜଣଙ୍କ ଶବ ଉଦ୍ଧାର କରିଥିବା ନେଇ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଉକ୍ତ ଅଞ୍ଚଳରେ ଭାରି ବୃଷ୍ଟିପାତ ଲାଗି ରହିଥିବାରୁ ବର୍ତ୍ତମାନ ମଧ୍ୟ ବନ୍ୟାର ଭୟ ରହିଛି। ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଅଧିକାରୀ ମାନେ ସୂଚନା ପ୍ରଦାନ କରିଛନ୍ତି। 

ସୂଚନା ମୁତାବକ, ଗତ ଶୁକ୍ରବାର ଟେକ୍ସାସରେ ଥିବା ଗ୍ୱାଡାଲୁପ ନଦୀରେ ଭୟଙ୍କର ବନ୍ୟା ଆସିଥିଲା। ଏହି ବନ୍ୟା ଯୋଗୁଁ ନଦୀ ତଟରେ ତିଆରି ହୋଇଥିବା କ୍ୟାମ୍ପ ଓ ଘରଗୁଡିକୁ ଭସାଇ ନେଇଥିଲା। ଅଚାନକ ଆସିଥିବା ଏହି ବନ୍ୟା ଯୋଗୁଁ ଆତଙ୍କୀତ ହୋଇପଡିଥିବା ଲୋକ ନିଜ ନିଜର କ୍ୟାବିନ, ଟୋଟୋ ଓ ଟ୍ରେଲରରୁ ବାହିରି ଆସିଥିଲେ। ତେବେ ଉପରମୁଣ୍ଡରୁ ବହି ଆସିଥିବା କାଠଗଣ୍ଡି ଗୁଡିକ ନଦୀ ପାର ହେଉଥିବା ଲୋକଙ୍କୁ ଅନେକ ଦୁରକୁ ଭସାଇ ନେଇଥିଲେ। 

ବନ୍ୟାରେ ସଂଖ୍ୟାଧିକ ଲୋକଙ୍କ ମୃତ୍ୟୁ ହେବା ଯୋଗୁଁ ଆମେରିକାର ସୁରକ୍ଷା ଏଜେନ୍ସି ଗୁଡିକ ଏନେଇ ଯାଞ୍ଚ ଆରମ୍ଭ କରିଛନ୍ତି। ତେବେ ପାଣିପାଗ ବିଭାଗ ଦ୍ୱାରା ବ୍ୟାପକ ଭାବେ ସତର୍କ ସୂଚନା ଜାରି କରାଯାଇଥିଲେ ମଧ୍ୟ କଣ ପାଇଁ ନଦୀକୂଳରୁ ଲୋକମାନେ ହଟି ନଥିଲେ ସେନେଇ ଯାଞ୍ଚ ଜାରି ରହିଛି। ଅନ୍ୟପଟେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ବିପର୍ଯ୍ୟୟକୁ ଦେଶ ଉପରେ ବଡ ବିପତ୍ତି ଭାବେ ଘୋଷଣା କରିଛନ୍ତି। ସେ ବହୁ ଜଲଦି ଟେକ୍ସାସ ଗସ୍ତରେ ଆସିବା ନେଇ ମଧ୍ୟ ସୂଚନା ମିଳିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.