ନମୌଜା,୦୮/୦୭: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଅଘଟଣ । କେନାଲରେ ଭାସି ୮ ବର୍ଷର ବାଳକ ନିଖୋଜ । ନିଖୋଜ ବାଳକ ହେଲେ ଅଭିମନ୍ୟୁ ବାରିକଙ୍କ ପୁଅ ମାନସ ବାରିକ୍ ।
ସୂଚନା ମୁତାବକ, ନାବାଳକ ଜଣକ ଗାଁ ମଧ୍ୟକୁ ବୁଲିବାକୁ ଯାଇ ସାଇକେଲରେ ଫେରୁଥିଲେ । ସେହି ସମୟରେ ଗ୍ରାମ ଦେଇ ଯାଇଥିବା ଥିବା ଖରସ୍ରୋତା ନଦୀର ଶାଖା କେନାଲ ମାହାରା କଲଭର୍ଟରେ ଖସିପଡ଼ିଥିଲେ ଏବଂ ପ୍ରଖର ସ୍ରୋତରେ ଭାସିଯାଇଥିଲେ । ଅଘଟଣାକୁ ୩ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏଯାବତ ପିଲାଟିର କୌଣସି ସୂଚନା ମିଳିପାରିନାହିଁ । ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି ଜାରି ରଖିଛି ।