ପ୍ରମୂଖ ଖବର
  • ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ପରେ ଆନ୍ଦୋଳନରୁ ହଟିଲା ଓଏଏସ ସଂଘ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ
  • ||
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

୨ ବର୍ଷ ୯ ମାସର ଶିଶୁ, ଅନର୍ଗଳ ଆବୃତ୍ତି କରୁଛି ଶ୍ଲୋକ ଓ ମନ୍ତ୍ର : ଇଣ୍ଡିଆ ବୁକ ଅଫ ରେକର୍ଡରେ ପାଇଲେ ସ୍ଥାନ

Published By : Suraj Kumar | July 3, 2025 5:17 PM

କେନ୍ଦ୍ରାପଡ଼ା, ୩।୭ :  ବୟସ ମାତ୍ର ଦୁଇ ବର୍ଷ ନ ମାସ l କିନ୍ତୁ ଅନର୍ଗଳ ଆବୃତ୍ତି କରୁଛନ୍ତି ବିଭିନ୍ନ ମନ୍ତ୍ର ଓ ଶ୍ଲୋକ l କେନ୍ଦ୍ରାପଡା ଜିଲା ପାଣ୍ଡିରି ଗାଁର ଏହି ବିସ୍ମୟ ଶିଶୁ ହେଉଛନ୍ତି ଆରିୟାନ୍ସ ମହାନ୍ତି l ଏଥିପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଆରିୟାନ୍ସ l ନିଜର ଅଦ୍ଭୁତ ଧୀଶକ୍ତି ଯୋଗୁ ଏତେ କମ ବୟସରେ ସେ ମନେ ରଖି ପାରିଛନ୍ତି ନାନା ପ୍ରକାର ସାଧାରଣ ଜ୍ଞାନର ଉତ୍ତର ସମେତ ବିଭିନ୍ନ ପ୍ରକାର ରାଇମ୍, ଜାତୀୟ ସଙ୍ଗୀତ ଓ ଭକ୍ତିସଙ୍ଗୀତ l ନିଜ ପିଲାର ଏହି ଚମତ୍କାରିତା ପାଇଁ ଏବେ ଆରିୟାନ୍ସ ର ପିତାମାତା ବେଶ୍ ଖୁସି l 

 ଏତେ କମ ବୟସରେ ଏତେ ସବୁ ଶବ୍ଦ ମନେରଖି ନିର୍ଭୁଲ ଭାବେ ଉଚ୍ଚାରଣ କରି ପାରୁଥିବା ଏହି ଶିଶୁଟି ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ପାଣ୍ଡିରି ଗାଁର ଆରିୟାନ୍ସ ମହାନ୍ତି l ଆରିୟାନ୍ସ କେବଳ ଶ୍ଲୋକ କି ମନ୍ତ୍ର ଉଚ୍ଚାରଣ କରୁ ନାହାଁନ୍ତି ବରଂ ବିଭିନ୍ନ ପ୍ରକାର ରାଇମ୍ ଓ ଜାତୀୟ ସଙ୍ଗୀତ ମଧ୍ୟ ବୋଲି ପାରୁଛନ୍ତି l ଏହି ବିସ୍ମୟ ଶିଶୁଟି ମୁହଁରେ ବିଭିନ୍ନ ପ୍ରକାର ସାଧରଣ ଜ୍ଞାନ ପ୍ରଶ୍ନ ଉତ୍ତର, ମାସ  ବାର, ରଙ୍ଗ, ଓ ସମ୍ପୂର୍ଣ୍ଣ ଇଂରାଜୀ ବର୍ଣ୍ଣମାଳା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ l ତେବେ ଉଭୟ ଓଡିଆ   ଇଂରାଜୀ ଓ ହିନ୍ଦୀ ଭାଷାକୁ ଆୟତ୍ତ କରିପାରିଛନ୍ତି ଆରିୟାନ୍ସ l ଚିତ୍ର ଦେଖି ବିଭିନ୍ନ ପ୍ରକାର ଫୁଲ ଓ ଫଳର ନାମ ମଧ୍ୟ ସେ କହି ପାରନ୍ତି l ଯଦି କେହି ତାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଙ୍କ ନାମ ପଚାରନ୍ତି ଚଟାପଟ ଉତ୍ତର ଦେବାରେ ସେ ହେଳା କରନ୍ତି ନାହିଁ l ଏହି ଚମତ୍କାରିତା ପାଇଁ ଆରିୟାନ୍ସ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି l ମାତ୍ର ଦେଢବର୍ଷ ବୟସରୁ ଆରିୟାନ୍ସ ଏସବୁ ଶିଖିବା ଆରମ୍ଭ କଲେ l ପୁଅ ଭିତରେ ଥିବା ଚମତ୍କାର ସ୍ମୃତି ଶକ୍ତି ଓ ଶିଖିବାର ଆଗ୍ରହ ଦେଖି ବାପା ମାଆ ନାନା ପ୍ରକାର ବିଷୟରେ ଶିକ୍ଷା ଦେଇଥିଲେ l କାନ୍ଥରେ ଚିତ୍ର ଝୁଲାଇ ଫୁଲ  ଫଳ, ପଶୁ, ପକ୍ଷୀ ଓ ମହାପୁରୁଷଙ୍କ ନାମ ସ୍ମରଣ କରାଇଥିଲେ l ଧୀରେ ଧୀରେ ଆରିୟାନ୍ସ ଏହିସବୁକୁ ଆୟତ୍ତ କରି ପାରିଥିଲେ l ଏବେ ସୁଦ୍ଧା ଆରିୟାନ୍ସ ୧୪ ଜିକେ, ୫ ଟି ରାଇମ୍, ୬ଟି ଶ୍ଲୋକ ସମେତ ବିଭିନ୍ନ ଦେଶର ନାମ ଇତ୍ୟାଦି ମନେ ରଖି ଅକ୍ଲେଶରେ କହି ପାରୁଛନ୍ତି l 

ତେବେ ଗତ ମେ ମାସ ୨୬ ତାରିଖରେ ଆରିୟାନ୍ସ ଙ୍କ ବାପା ଚିତ୍ତରଞ୍ଜନ ମହାନ୍ତି ଓ ମା ତପସ୍ଵିନୀ ଏ ନେଇ ଇଣ୍ଡିଆ ବୁକ ଅଫ ରେକର୍ଡରେ ଅନଲାଇନ୍ ଆବେଦନ କରିଥିଲେ l ପୁଅର ସମସ୍ତ କାର୍ଯ୍ୟକଳାପ ର ରେକର୍ଡ ମଧ୍ୟ ସମ୍ପୃକ୍ତ ସଂସ୍ଥା କୁ ଅନଲାଇନ ପଠା ଯାଇଥିଲା l ତାର କିଛିଦିନ ପରେ ଇଣ୍ଡିଆ ବୁକ ଅଫ ରେକର୍ଡ ପକ୍ଷରୁ ଆରିୟାନ୍ସ ଙ୍କ ପରିବାର ସହ ଯୋଗାଯୋଗ କରାଯାଇଥିଲା ଏବଂ ଆରିୟାନ୍ସ ଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା l ଏହି ଖବର୍ ଜଣାପଡିବା ପରେ ଆରିୟାନ୍ସ ଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି l ଝାରସୁଗୁଡ଼ା ର ଏକ ଘରୋଇ ସଂସ୍ଥା ରେ କାର୍ୟ୍ୟରତ ଆରିୟାନ୍ସ ଙ୍କ ବାପା ଚିତ୍ତରଞ୍ଜନ ନିଜ ପୁଅର ଭବିଷ୍ୟତ ନେଇ ବେଶ୍ ଆଶାବାଦୀ l ଭବିଷ୍ୟତ ରେ ପୁଅକୁ ଡାକ୍ତର କରିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.