ପ୍ରମୂଖ ଖବର
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ପୁଅକୁ ଝାଡ଼ାବାନ୍ତି, ମେଡିକାଲରେ ଟଳି ପଡିଲା ମା'

Published By : Rasmita Pradhan | June 19, 2025 1:48 PM

କେନ୍ଦ୍ରାପଡ଼ା, ୧୯/୦୬ : ପୁଅକୁ ଝାଡ଼ାବାନ୍ତି। ମେଡିକାଲରେ ଟଳିପଡ଼ିଲା ମା'। ରାଜ୍ୟରେ ଡାଇରିଆ ସ୍ଥିତି ଗମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚକ୍ରୋଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଝାଡ଼ାବାନ୍ତି ଘଟଣା ସାମ୍ନାକୁ ଆସିବା ପରେ ଆଶାକର୍ମୀ ଗାଁରେ ପହଞ୍ଚି ଲୋକମାନଙ୍କୁ ଓଆରଏସ୍ ବଣ୍ଟନ କରିବା ସହ ସଚେତନ କରିଛନ୍ତି। 

ସୂଚନାନୁଯାୟୀ, ଚକ୍ରୋଡା ଗାଁର ମଞ୍ଜୁଲତା ମଲ୍ଲିକଙ୍କ ପୁଅ ଡମ୍ବରୁଧର ଜେନାଙ୍କୁ ଗତ ସୋମବାର ଦିନ ଝାଡାବାନ୍ତି ହୋଇଥିଲା। ମଞ୍ଜୁଲତା ପୁଅକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ପୁଅର ଚିକିତ୍ସା ଚାଲିଥିବା ବେଳେ ମଞ୍ଜୁଲତାଙ୍କ ଦେହ ହଠାତ୍ ଅସୁସ୍ଥ ହୋଇ ପଡିଥିଲା। ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମଞ୍ଜୁଲତାଙ୍କ ସ୍ଵାମୀ ଶିବପ୍ରସାଦ କହିଛନ୍ତି ଯେ, ପୁଅକୁ ଡାଇରିଆ ହୋଇଥିବା ଅନୁମାନ କରି ମଞ୍ଜୁଲତା ଚାପଗ୍ରସ୍ତ ଓ ଭୟଭୀତ ହୋଇ ଯାଇଥିଲେ। ଏମିତିକି ପୁଅକୁ ଆମ୍ବୁଲାନ୍ସରେ ମଧ୍ଯ ହସ୍ପିଟାଲ ନେବାକୁ ମଞ୍ଜୁଲତା ଅରାଜି ହୋଇଥିଲେ। ପରେ ପରିବାର ଲୋକେ ପୁଅକୁ ଅଟୋ ଭଡା କରି ହସ୍ପିଟାଲ ନେଇଥିଲେ। ଚାପଗ୍ରସ୍ତ ହେବା ଯୋଗୁଁ ମଞ୍ଜୁଲତାଙ୍କ ମୃତ୍ୟୁ ହୋଇଥାଇ ପାରେ। 

ଅନ୍ୟପକ୍ଷରେ ଝାଡ଼ାବାନ୍ତି ଘଟଣା ସାମ୍ନାକୁ ଆସିବା ପରେ ଆଶାକର୍ମୀ ଗାଁରେ ପହଞ୍ଚି ଲୋକମାନଙ୍କୁ ଓଆରଏସ୍ ବଣ୍ଟନ କରିବା ସହିତ ସଚେତନ କରିଛନ୍ତି। ଗାଁ ନିକଟରେ ଏକ ଭୋଜି ଖାଇବା ପରେ ଏଠାରେ ଝାଡାବାନ୍ତି ହୋଇଥିବା ପରିବାର ଲୋକେ କହିଛନ୍ତି। ମଞ୍ଜୁଲତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେପଟେ ମେଡିକାଲରେ ଚିକିତ୍ସାଧିନ ଥିବା ଡମ୍ବରୁଧରଙ୍କୁ ପରିବାର ଲୋକେ ଦେଇନାହାଁନ୍ତି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.