ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବାଇକ୍ ଚାଳକଙ୍କ ଉପରେ ଚଢିଗଲା ଟ୍ରକ, ଜଳଖିଆ ଆଣି ଆସୁଥିଲେ...

Published By : Ankita S | June 30, 2025 12:08 PM

ପାଟକୁରା,୩୦/୦୬: ମୃତ୍ୟୁ କେତେବେଳେ କେଉଁ ବାଟେ ଆସିବ କାହାକୁ ଜଣାନଥାଏ । ଘରୁ ବାହାରି ଜଳଖିଆ ଦୋକାନକୁ ଗଲେ । ସେଠୁ ଜଳଖିଆ କିଣି ଜମିରେ ମଜୁରିଆଙ୍କୁ ଦେବାକୁ ଯାଉଥିଲେ । ହେଲେ ବାଟରେ ଜଗି ବସିଥିଲା ମୃତ୍ୟୁ । ଟ୍ରକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ନୂଆପଡ଼ା ଗାଁରୁ ଆସିଛି ଏହି ଦୁଃଖଦ ଖବର ।

ନୂଆପଡା ରାସ୍ତା କାନାଡ଼ା ବ୍ୟାଙ୍କ ନିକଟରେ ବାଇକ୍‌ ଆରୋହୀଙ୍କ ଉପରେ ଟ୍ରକ ଚଢିଯିବାରୁ ଟ୍ରକ ଚକା ତଳେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ନୂଆପଡା ଗାଁର ମଥୁରାନନ୍ଦ ବେହେରାଙ୍କ ପୁଅ ସୁଶାନ୍ତ ବେହେରା (୩୫) । ନୂଆପଡା ବଜାରରୁ ଜଳଖିଆ ନେଇ ବିଲରେ ଚାଷ କରୁଥିବା ମୁଲିଆଙ୍କୁ ଦେବାକୁ ଯାଉଥିବା ବେଳେ କାନାଡ଼ା ବ୍ୟାଙ୍କ ନିକଟରୁ ୧୦୦ ମିଟର ଦୂରରେ ତାଙ୍କୁ ଟ୍ରକ ଧକ୍କା ଦେଇଥିଲା ।

ଗରଦପୁରରୁ ନୂଆପଡା ଆଡକୁ ଆସୁଥିବା ଏକ ୧୦ ଚକିଆ ଟ୍ରକ ଓଡି-୨୧ଜେ୨୬୯୧ ସୁଶାନ୍ତଙ୍କ ଉପରେ ମାଡି ଯାଇଥିଲା । ବାଇକ୍‌ଟି ଟ୍ରକ ଚକା ତଳେ ଚାପି ହୋଇଯାଇଥିଲା । ନିକଟ ଚାଷ ଜମିରେ କାମ କରୁଥିବା ଲୋକମାନେ ଘଟଣାସ୍ଥଳକୁ ଆସି  ଟ୍ରକକୁ ଅଟକାଇଥିଲେ । ସୁଶାନ୍ତଙ୍କୁ ଟ୍ରକ ତଳୁ ବାହାର କରିବା ସମ୍ଭବ ହୋଇପାରନଥିଲା । ଶେଷରେ ଆଖି ବୁଜିଥିଲେ ସେ ।

ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା । ଡ୍ରାଇଭରକୁ ଅଟକ ରଖି ଲୋକମାନେ  ପୁଲିସକୁ ଖବର ଦେଇଥିଲେ ।  ପାଟକୁରା ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଜା କରିଥିଲେ । କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ । ମୃତଦେହକୁ ବ୍ୟବଚ୍ଛେଦ କରିବାକୁ ଛାଡିନଥିଲେ । ଘଟଣାସ୍ଥଳରେ ଗରଦପୁରର ହସିଲଦାର ତୃପ୍ତି ଦାସ ପହଞ୍ଚି ଲୋକମାନଙ୍କୁ ବୁଝାସୁଜା କରିଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.