ପ୍ରମୂଖ ଖବର
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଆଳିରେ ସିରିଜ୍‌ ଚୋରି; ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ

Published By : Harapriya Sethi | July 2, 2025 10:07 AM

ନମୌଜା,୦୨/୦୭: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରେ କିଛି ଦିନର ବ୍ୟବଧାନରେ ଲୁଟେରାମାନେ ପୁଣି ଥରେ ସକ୍ରିୟ ହୋଇଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ଆଳି ଥାନା ସିଙ୍ଗିରି ପଞ୍ଚାୟତ ବାଙ୍କେଶ୍ୱର ଗ୍ରାମର ତିନିଟି ସ୍ଥାନରୁ ସିରିଜ୍‌ ଚୋରି ହୋଇଥିବା ଜଣାପଡିଛି ।

ଆଳି ଥାନା ଅନ୍ତର୍ଗତ ବାଙ୍କେଶ୍ୱର ହରିଜନ ସାହିର ଲକ୍ଷ୍ମୀଧର ମଲିକଙ୍କ ପତ୍ନୀ ଅଞ୍ଜଳି ମଲିକଙ୍କ ଘରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଏତଲା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଅଞ୍ଜଳି, ତାଙ୍କ ବୋହୂ ଏବଂ ଦୁଇ ନାତୁଣୀଙ୍କ ସହ ରାତ୍ରି ଭୋଜନ ପରେ ଶୋଇବାକୁ ଯାଇଥିଲେ । ଘରେ କେହି ପୁରୁଷ ନଥିବାର ଏବଂ ଅନ୍ଧାର ରାତିର ସୁଯୋଗ ନେଇ ଲୁଟେରାମାନେ ଘର ଭିତରକୁ ପଶିଥିଲେ । ପରେ ସମସ୍ତେ ଶୋଇଥିବା ବେଳେ ଘରକୁ ବାହାର ପଟୁ ବନ୍ଦ କରି ଦେଇଥିଲେ । ଅଞ୍ଜଳିଙ୍କ ଘରୁ ଏକ ଦସ୍ତା ବାକ୍ସରେ ଥିବା ଗୋଟିଏ ସୁନା ହାର, ୨ଟି ସୁନା ମଙ୍ଗଳସୂତ୍ର, ୨ ହଳ ସୁନା ବାହୁଟି, ୫ ଟି ସୁନା ମୁଦି,  ୩ ହଳ ସୁନା କାନଫୁଲ, ୯ ଟି ସୁନା ନାକ ଫୁଲ, ୩ ହଳ ରୁପା ପାଉଁଜି, ଗୋଟିଏ ସୁନା ଚେନ୍‌ ଲୁଟି ନେଇଥିଲେ । ଯାହାର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ । ଏହାସହିତ ନଗଦ ୧୦ ହଜାର ଟଙ୍କା ଲୁଟେରା ମାନେ ଲୁଟି ନେଇଥିବା ନେଇ ଆଳି ଥାନାରେ ଅଞ୍ଜଳି ଅଭିଯୋଗରେ ଦର୍ଶାଇଛନ୍ତି । ଅଞ୍ଜଳିଙ୍କ କହିବା ଅନୁଯାୟୀ ଗ୍ରାମର ଅନ୍ୟ କିଛି ଘରୁ ମଧ୍ୟ ଚୋରି ହୋଇଛି । ଏନେଇ ସେ ବୁଧବାର ସକାଳୁ ଆଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଅପରପକ୍ଷେ ଉକ୍ତ ଗ୍ରାମର ଅଶୋକ ମଲିକଙ୍କ ଘର ଭିତରକୁ ଲୁଟେରା ମାନେ ତାଲା ଭାଙ୍ଗି ଭିତରକୁ ପଶିଥିବା ବେଳେ କିଛି ନପାଇ ଏକ ଲୁଗାପଟା ଥିବା ବାକ୍ସକୁ ଆଣି ବାହାରେ ଫିଙ୍ଗିଦେଇଥିବା ଦେଖିବାକୁ ମିଳିଛି । ସେହିପରି ସୁରେଶ ମଲିକଙ୍କ ଘର ତାଲା ପଡ଼ିଥିବା ଘରର କବାଟକୁ ତାଡ଼ି ଭିତରେ କିଛି ନପାଇ ଫେରିଯାଇଥିଲେ । ଘଟଣା ପରେ ଆଳି ପୁଲିସ ଏତଲା ଆଧାରରେ ତଦନ୍ତ ଚଳାଇଥିବା ନେଇ ସୂଚନା ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.