ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଦୁର୍ଘଟଣାରେ ଯୁବକ ଗୁରୁତର, ଡେଣାରୁ ଛିଣ୍ଡିଗଲା ହାତ

Published By : Suraj Kumar | November 30, 2024 10:06 PM

ଭାପୁର,୩୦।୧୧(ଆପ୍ର): ଫତେଗଡ ଥାନା ଅନ୍ତର୍ଗତ ଭାପୁର ବ୍ଲକ ଅଧୀନ ଶାଳପଡା ପଞ୍ଚାୟତ ମାଣିବନ୍ଧ ନୁଆସାହି ଗ୍ରାମର ଜଣେ ଯୁବକଙ୍କ ଦୁର୍ଘଟଣାରେ ଡାହାଣ ହାତର  ଡେଣା ଠାରୁ   ଅଲଗା ହୋଇଯାଇଛି। ହାତ ଛିଣ୍ଡି ତଳେ ପଡିଯାଇଛି।  ଗୁରୁତର ଯୁବକ ଜଣକ ହେଲେ ପ୍ରକାଶ କୁମାର ସ୍ବାଇଁ ।

ମାଣିବନ୍ଧ ନୁଆସାହି ଗ୍ରାମର ସ୍ୱର୍ଗତ ପରିଆ ସ୍ୱାଇଁଙ୍କ ତ୍ର ପୁଅ ପ୍ରକାଶ କୁମାର ସ୍ୱାଇଁ ଭୁବନେଶ୍ୱରରେ ଏକ କମ୍ପାନୀରେ ଗାଡ଼ି ଡ୍ରାଇଭର ଭାବରେ କାମ କରନ୍ତି । ଆଜି ଗାଡ଼ିରେ ମାଲ୍ ଲୋଡ ହେଉଥିବା ବେଳେ ଗାଡିଟି ଆଗକୁ ଗଡ଼ି ଯାଇଥିଲା। ପ୍ରକାଶ ଗାଡ଼ିକୁ ଅଟାଇବା ପାଇଁ ଗାଡିରେ ଚଢି ବ୍ରେକ୍ ଲକ କରୁଥିବା ବେଳେ ପାଖରେ ଥିବା ଅନ୍ୟ ଏକ ଗାଡ଼ି ସହ ଘସି ହୋଇଯାଇଥିଲା। ଫଳରେ ତାଙ୍କର ତାଙ୍କର ଡାହାଣ ହାତ ଡେଣାଠାରୁ ଛିଣ୍ଡି ତଳେ ପଡ଼ିଯାଇଥିଲା। ବର୍ତ୍ତମାନ ସେ କଟକ ମେଡିକାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.