ପ୍ରମୂଖ ଖବର
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ବାଣୁଆ ଗୁଳିରେ ଆମ୍ୱ ଗୋଟାଳି ମୃତ, ଶିକାରୀକୁ ଅଟକ ରଖିଲେ ଗ୍ରାମବାସୀ

Published By : Harapriya Sethi | May 30, 2025 10:23 AM

ନୟାଗଡ଼, ୩୦/୦୫: ଜଙ୍ଗଲରେ ଆମ୍ୱ ଗୋଟାଉଥିବା ବେଳେ ଅଭାବନୀୟ ଘଟଣା। ବାଣୁଆ ଗୁଳିରେ ଚାଲିଗଲା ଆମ୍ବ ଗୋଟାଳିଙ୍କ ଜୀବନ । ମୃତକ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଗୋଚ୍ଛା ଗାଁର ହିନ  ବୋଲି ଜଣାପଡ଼ିଛି । ଏହି ଘଟଣା ପରେ ଶିକାରୀକୁ ଅଟକ ରଖିଛନ୍ତି ଗୋଚ୍ଛା ଗ୍ରାମବାସୀ । ଘଟଣା ସମ୍ପର୍କରେ ଖବର ପାଇ ଶରଣକୁଳ ଥାନା ପୁଲିସ୍ ଏବଂ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । 

ସୂଚନା ମୁତାବକ, ଶରଣକୁଳ ଥାନା ବଧି ଗାଁର ସନ୍ତୋଷ କୁମାର ସାହୁ (୪୦) ୩ଜଣ ବାଣୁଆଙ୍କୁ ସାଥିରେ ନେଇ ଗୁରୁବାର ରାତିରେ ପଞ୍ଚରିଡା ରେଞ୍ଜର ଗୋଚ୍ଛା ଜଙ୍ଗଲକୁ ଜନ୍ତୁ ଶିକାର କରିବାକୁ ଯାଇଥିଲେ । ଭୋର ସମୟରେ ହିନ ନାମକ ବ୍ୟକ୍ତି ଜଙ୍ଗଲରେ ଆମ୍ବ ଗୋଟାଉଥିଲେ । ହିନଙ୍କୁ ଜଙ୍ଗଲୀ ଜନ୍ତୁ ଭାବି ଗୁଳି କରିଦେଇଥିଲେ ସନ୍ତୋଷ କୁମାର ସାହୁ । ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗୋଚ୍ଛା ଗ୍ରାମବାସୀ ଶିକାରୀକୁ ଅଟକ ରଖି ସମାଧାନ କରୁଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ଖବର ପାଇ ଶରଣକୁଳ ଥାନା ପୁଲିସ୍ ଏବଂ ବନ ବିଭାଗ ତଦନ୍ତ କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.