ପ୍ରମୂଖ ଖବର
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ବସ୍ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ରାସ୍ତାରେ ଲୁଟେରାଙ୍କ ଆତଙ୍କ, ବାଇକ୍ ଆରୋହୀଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ପୋଡ଼ିଦେଲେ ବାଇକ୍

Published By : Krishna Priya | May 20, 2025 12:34 PM

ଦଶପଲ୍ଲା ୨୦/୦୫: ଭଞ୍ଜନଗର ରାସ୍ତାରେ ଲୁଟେରାଙ୍କ ଆତଙ୍କ। ବାଇକ୍ ଆରୋହୀଙ୍କୁ ବ୍ଲେଡ୍ ରେ ଆକ୍ରମଣ ପରେ ପୋଡ଼ିଦେଲେ ବାଇକ୍। ଗୁରୁତର ବାଇକ ଚାଳକ ହସ୍ପିଟାଲରେ ଭର୍ତ୍ତି । ଘଟଣାର ତଦନ୍ତ କରୁଛି ପୋଲିସ।

ସୂଚନା ଅନୁଯାୟୀ, ଦଶପଲ୍ଲା ଥାନା ଖଣ୍ଡପଡ଼ା ଗ୍ରାମର ଜଟିଆ ବେହେରା । କୌଣସି ଏକ କାମରେ ବାଇକ୍‌ ଯୋଗେ ସେ ଭଞ୍ଜନଗର ଯାଉଥିଲେ। ହେଲେ ରାସ୍ତାରେ କିଛି ଦୃର୍ବୁତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ। ଭଞ୍ଜନଗର ରାଜ୍ୟ ରାଜପଥର ଦଶପଲ୍ଲା ଥାନା ସାକେଣୀ ଗାଁ ଠାରୁ କିଛି ଦୂରରେ ୮ଜଣ ଦୃର୍ବୁତ୍ତ ଏକ କଳା ସ୍କ୍ରପିଓରେ ଆସି ଜଟିଆଙ୍କୁ ଅଟକାଇଥିଲେ। ପରେ ସେମାନେ ତାଙ୍କୁ ବ୍ଲେଡରେ ଆକ୍ରମଣ କରିବା ସହ ତାଙ୍କ ବାଇକ୍ ମଧ୍ୟ ରାସ୍ତାକଡରେ ପୋଡି ଦେଇଥିଲେ । ରକ୍ତ ଯୁଡୁ ବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅନ୍ୟ ପକ୍ଷରେ ଦଶପଲ୍ଲା ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.