ପ୍ରମୂଖ ଖବର
  • ବରଗଡ : ବଜ୍ରପାତରେ ଚାଲିଗଲା୨ ମହିଳାଙ୍କ ଜୀବନ
  • ||
  • ଢେଙ୍କାନାଳ : ମଶାଣିରୁ ଝୁଲନ୍ତା ମୃତଦେହ ଠାବ, ପରିଚୟ ଅସ୍ପଷ୍ଟ
  • ||
  • ରାଉରକେଲା : ବିସ୍ଫୋରକ ଲୁଟି ସରଣ୍ଡା ଜଙ୍ଗଲକୁ ନେଇଛନ୍ତି ମାଓବାଦୀ, ପ୍ରାଥମିକ ତଦନ୍ତରୁ ଖୁଲାସା
  • ||
  • ଝାରସୁଗୁଡ଼ା : ସ୍କୁଟିକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ଚାଲିଗଲା ୨ ଜୀବନ
  • ||
  • କନ୍ଧମାଳ : ତହସିଲ ଅଫିସରେ ଲାଞ୍ଚ ନେବା ଭିଡିଓ ଭାଇରାଲ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଉପଜିଲ୍ଲାପାଳ
  • ||
  • କେନ୍ଦୁଝର : ସାପ କାମୁଡାରେ ଯୁବକ ମୃତ
  • ||
  • ପୁରୀ: ନିଶାସକ୍ତ ପୁଅର ନୃଶଂସ କାଣ୍ଡ, ଗାଁ ଦାଣ୍ଡରେ ମା'କୁ କୋଦାଳରେ ହାଣି ମାରିଲା ପୁଅ
  • ||
  • ଗଜପତି: ହୋମଗାର୍ଡ ଇଣ୍ଟରଭ୍ୟୁ ଦେବାକୁ ଆସି ଯୁବକ ମୃତ
  • ||
  • ଲକ୍ଷପତି ଦିଦି ସମ୍ମିଳନୀ-୨୦୨୫: ଆଜି ଏକାଠି ହେବେ ୨୫ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ଲକ୍ଷପତି ଦିଦି
  • ||
  • IPL 2025: ଆଜି ପଞ୍ଜାବ- ବେଙ୍ଗାଲୁରୁ ପ୍ରଥମ କ୍ୱାଲିଫାୟର, ଜିତିଲେ ଫାଇନାଲ ଟିକେଟ୍
  • ||
  • ଗଞ୍ଜାମ : ଟ୍ରକ୍‌କୁ ପିଟିଲା ଯାତ୍ରୀବାହୀ ବସ୍‌, ୨୦ ଆହତ
  • ||
  • ଓଡ଼ିଶାରେ ମୌସୁମୀ ବାୟୁ: ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା,୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ମହିପୁରୁ ଠାରୁ ବାହାଡ଼ା ଝୋଲା ପୂର୍ତ୍ତ ବିଭାଗ ରାସ୍ତା କାମରେ ଅହେତୁକ ବିଳମ୍ଵ, ରାସ୍ତାରେ ଶଗଡ଼ ଥୋଇ ପ୍ରତିବାଦ

Published By : Rasmita Pradhan | May 28, 2025 1:56 PM

ବାହାଡ଼ା ଝୋଲା, ୨୮/୦୫ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ୫୭ନଂ ଜାତୀୟ ରାଜପଥ ମହିପୁରୁ ଠାରୁ ବାହାଡ଼ା ଝୋଲା ପୂର୍ତ୍ତ ବିଭାଗ ରାସ୍ତାର ଉନ୍ନତୀକରଣ କାମରେ ଅହେତୁକ ବିଳମ୍ଵ। ତିନି ବର୍ଷ ତଳେ କାର୍ଯ୍ୟ ଆରମ୍ଭ ହୋଇଥିଲେ ବି ଏପର୍ଯ୍ୟନ୍ତ ସରୁନି। ବାରମ୍ଵାର ଅଭିଯୋଗ ସତ୍ତ୍ଵେ ରାସ୍ତା କାମ ଆଗୋଉନି। ପ୍ରତିଶୃତି ପାଲଟିଛି ପାଣିର ଗାର। ତୁରନ୍ତ ରାସ୍ତା ନିର୍ମାଣ ଦାବିରେ ବୁଧବାର ପୁଣି ଥରେ ରାସ୍ତାକୁ ଓହ୍ଲାଇଲେ ଗାତେରୀ ଗ୍ରାମବାସୀ। ରାସ୍ତାରେ ଶଗଡ଼ ଥୋଇ କଲେ ପ୍ରତିବାଦ। 

ସୂଚନା ଥାଉକି, ରାସ୍ତା ନିର୍ମାଣ ଦାବିରେ ଗତ ୨୧ ତାରିଖରେ ଗାତେରୀ ଗ୍ରାମବାସୀ ରାସ୍ତାରୋକ କରିଥିଲେ। ପୂର୍ତ୍ତ ବିଭାଗ ଜେଇ ଦୁଇଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରତିଶୃତି ଦେଇଥିଲେ। କିନ୍ତୁ ରାସ୍ତା କାମରେ ବିଳମ୍ବ ହେବାରୁ ଆଜି ପୁଣି ଥରେ ଗ୍ରାମବାସୀ ରାସ୍ତାରେ ଶଗଡ଼ ଥୋଇ ପ୍ରତିବାଦ କରିଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ମହିପୁରୁ ପୋଲିସ ଅତିରିକ୍ତ ତହସିଲଦାର ଓ ପୂର୍ତ୍ତ ବିଭାଗ ଜେଇ ଉପସ୍ଥିତ ରହିଛନ୍ତି। ରାସ୍ତାରୋକ ଜାରି ରହିଛି। ପୂର୍ତ୍ତ ବିଭାଗ ଜେଇଙ୍କୁ ପଚାରିବାରୁ ବର୍ଷା ଯୋଗୁଁ ପିଚୁ ପଡ଼ିପାରୁ ନଥିବା କହିଛନ୍ତି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.