ପ୍ରମୂଖ ଖବର
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ପ୍ରଥମ ଗେମ୍‌ ଡ୍ର’, ଆଜି ଖେଳିବେ ଦ୍ୱିତୀୟ କ୍ଲାସିକାଲ ଗେମ୍
  • ||
  • ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ସନ୍ଧ୍ୟାରେ ୪ ଘଣ୍ଟା ଦର୍ଶନ ମନା
  • ||
  • ଭଦ୍ରକ: ହଳଦୀଡିହ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା, ଉଛୁଳିଲା ବୈତରଣୀ, ଜଳକା, ଜମ୍ଭୀରା ନଦୀ,ପାଣିଘେରରେ ୩୦ରୁ ଅଧିକ ଗାଁ
  • ||
  • ଏଫ୍‌ଏମ୍‌ କଲେଜ ପୁଣି ଚର୍ଚ୍ଚାରେ, ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଗ୍ୟାସ୍‌ ଡେଲିଭରୀ ବୟର ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଗିରଫ
  • ||
  • ଏବେ ବଡ଼ ବର୍ଷା ନାହିଁ, ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ଆଲର୍ଟ
  • ||

ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ : ରୋଗୀଙ୍କୁ ମିଳୁନି ଉନ୍ନତମାନର ଚିକିତ୍ସା ସୁବିଧା

Published By : Suraj Kumar | July 26, 2025 9:56 PM

କେନ୍ଦୁଝର ସଦର ,୨୬/୭(ଆପ୍ର) କେନ୍ଦୁଝର ଧରଣୀଧର ଭେଷଜ ମହାବିଦ୍ୟାଳୟ ଆରମ୍ଭ ହେବାର ତିନି ମାସ ବିତିଯାଇଥିଲେ ମଧ୍ୟ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ମିଳୁ ନ ଥିବା ଅଭିଯୋଗ ହେଉଛି। । ଆବଶ୍ୟକୀୟ ଉପକରଣ ନ ଥିବାରୁ  ରୋଗ ନିରୂପଣ ପାଇଁ  ବିଭିନ୍ନ ପରୀକ୍ଷା ହୋଇ ପାରୁ ନାହିଁ। ଫଳରେ ରୋଗୀମାନେ ବାହାରେ ବିଭିନ୍ନ ପରୀକ୍ଷା କରି ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ଭେଷଜ ମହାବିଦ୍ୟାଳୟରୁ ଲୋକମାନେ ଉନ୍ନତ ଚିକିତ୍ସା ସେବା ଆଶା ରଖିଥିବା ବେଳେ ଏବେ ତାହା ଫସର ଫାଟିଯାଇଛି।

ଭେଷଜ ମହାବିଦ୍ୟାଳୟରେ ବର୍ତ୍ତମାନ ସୁଦ୍ଧା ଅଲଟ୍ରାସାଉଣ୍ଡ, ସିଟି ସ୍କାନ, ଏମଆରଆଇ ସମେତ ବିଭିନ୍ନ ରୋଗ ନିରୂପଣ ପରୀକ୍ଷା ହୋଇପାରୁ ନାହିଁ। ଟ୍ରମା କେୟାର ସେଣ୍ଟର ପାଇଁ ମାତ୍ର ତିନୋଟି ହ୍ବିଇଲ ଚେୟାର ଦିଆଯାଇଛି। ଏଥିଯୋଗୁଁ ହ୍ବିଇଲ ଚେୟାରେ ରୋଗୀ ଯିବା ଆସିବା କରିବା ପାଇଁ ରୋଗୀମାନଙ୍କ ମଧ୍ୟରେ ବିଭିନ୍ନ ସମୟରେ ଯୁକ୍ତି ତର୍ତ୍କ ହେଉଥିବାର ଦେଖିବାକୁ ମିଳିଛି। ମେଡିକାଲ କଲେଜ ପରିସର ଅନେକ ସ୍ଥାନରେ ମୋବାଇଲ୍ ନେଟୱାର୍କ ନଥିବା ଯୋଗୁଁ ରୋଗୀ ଓ ପରିବାର ସଦସ୍ୟଙ୍କ ମଧ୍ୟରେ ଯୋଗାଯୋଗ ହୋଇପାରୁ ନାହିଁ। ଫଳରେ ରୋଗୀଙ୍କ ପରିବାର ବର୍ଗ ନାନା ଦୁଶ୍ଚିନ୍ତାରେ ରହିଥାନ୍ତି। ଆହାର କେନ୍ଦ୍ର, ଭେଣ୍ଡିଙ୍ଗ ଜୋନ ଆଦିର ବ୍ୟବସ୍ଥା ନଥିଵା ଯୋଗୁଁ ରୋଗୀଙ୍କ ସଂପର୍କୀୟ ମାନେ ଖାଦ୍ୟ ପାନୀୟ ଓ ଆନୁଷଙ୍ଗିକ ଜିନିଷ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବୟସ୍କ, ଭିନ୍ନକ୍ଷମ ମାନଙ୍କ ନିମନ୍ତେ ସ୍ବତନ୍ତ୍ର ଔଷଧ ବିତରଣ କେନ୍ଦ୍ର ଖୋଲା ଯାଉ ନାହିଁ। ଫଳରେ ସେମାନେ ଘଣ୍ଟା ଘଣ୍ଟା ଧରି ଔଷଧ ନେବା ପାଇଁ ଧାଡିରେ ରହିବାକୁ ବାଧ୍ୟ ହେଉଛନ୍ତି। 

ସେହିପରି ମେଡିକାଲ କଲେଜ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଉତ୍ତମ ଯୋଗାଯୋଗ ଓ ସମନ୍ବୟ ନଥିବାରୁ ମେଡିକାଲ କଲେଜର  ଡାକ୍ତରଙ୍କ ପରାମର୍ଶ ପରେ ଅଟୋ ବା ଆମ୍ବୁଲାନ୍ସ ଭଡ଼ା କରି ମୁଖ୍ୟ ଚିକିତ୍ସାଳୟ ଯାଇ ସେଠାରେ ମଧ୍ଯ ଅଲଟ୍ରାସାଉଣ୍ଡ ଓ ଅନ୍ୟାନ୍ୟ ପରୀକ୍ଷାରୁ ବଞ୍ଚିତ ହେଉଛନ୍ତି। ବିଭିନ୍ନ ସମୟରେ ରୋଗୀ ମାନଙ୍କୁ ମେଡିକାଲ କଲେଜରୁ ମୁଖ୍ୟ ଚିକିତ୍ସାଳୟ ଏବଂ ମୁଖ୍ୟ ଚିକିତ୍ସାଳୟରୁ  ମେଡିକାଲ କଲେଜକୁ ଚିକିତ୍ସା ପାଇଁ ପଠା ଯାଇଥିବା ବେଳେ ସେଠାରେ ମଧ୍ୟ ଚିକିତ୍ସା ନପାଇ ରୋଗୀ ମାନେ ହତାଶ ହୋଇ ଫେରଛନ୍ତି। ଶନିବାର ମେଡ଼ିକାଲ କଲେଜରୁ ଅନେକ ରୋଗୀ ଅଲଟ୍ରାସାଉଣ୍ଡ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ ମଧ୍ୟ ସେମାନଙ୍କ ଅଲଟ୍ରାସାଉଣ୍ଡ ହୋପାରିନଥିଲା। ଫଳରେ ରୋଗୀମାନେ ଅଧିକ ଖର୍ଚ୍ଚାନ୍ତ ହୋଇ ଘରୋଇ ଅଲଟ୍ରାସାଉଣ୍ଡ କେନ୍ଦ୍ରକୁ ଯାଇ ଅଲଟ୍ରାସାଉଣ୍ଡ କରାଇଥିଲେ।

 ତୁରନ୍ତ ମେଡିକାଲ କଲେଜରେ ସିଟି ସ୍କାନ, ଅଲଟ୍ରାସାଉଣ୍ଡ, ଏମାରଆଇ, ସମସ୍ତ ରୋଗର ପରୀକ୍ଷା, ଅଧିକ ହୁଇଲ ଚେୟାର, ଆହାର କେନ୍ଦ୍ର, ଭେଣ୍ଡିଂ ଜୋନ, ଉପଯୁକ୍ତ ମୋବାଇଲ ନେଟୱାର୍କ ଆଦିର ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଏଥିସହିତ  ସହିତ ମେଡିକାଲ କଲେଜରୁ ମୁଖ୍ୟ ଚିକିତ୍ସାଳୟ ଓ ମୁଖ୍ୟ ଚିକିତ୍ସାଳୟରୁ ମେଡିକାଲ କଲେଜକୁ ବସ ସେବା ଯୋଗାଇ ଦିଆଯାଉ। ଏଥି ସହିତ ମୁଖ୍ୟ ଚିକିତ୍ସାଳୟରେ ଅଧିକ ଦୁଇଟି ଅଲଟ୍ରାସାଉଣ୍ଡ ମେସିନର ବ୍ୟବସ୍ତା କରିବା ବୟସ୍କ ଓ ବିକଳାଙ୍ଗ ମାନଙ୍କ ପାଇଁ ଔଷଧ ବିତରଣ କେନ୍ଦ୍ର ଖୋଲା ରଖିବା ସହିତ ଜିଲ୍ଲାରେ ସ୍ବାସ୍ଥ୍ୟ ସେବାର ସମସ୍ତ ଆଧୁନିକ ବ୍ୟବସ୍ତା କାର୍ଯ୍ୟକାରୀ କରିବାକୁ ଜିଲ୍ଲାବାସୀ ଦାବି କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.