ହରିଚନ୍ଦନପୁର, ୨୬।୭: ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଚକ୍ରଧରପୁର ଗାଁରେ ଏକ ସରକାରୀ କ୍ଵାଟର୍ସରୁ ଏହି ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ମୃତ ମହିଳା ଜଣକ ଆୟୁଷ ଡାକ୍ତର ବିଭୁପ୍ରସାଦ ନାଏକଙ୍କ ସ୍ତ୍ରୀ ରୋଜିନା ନାୟକ ବୋଲି ଜଣାପଡ଼ିଛି ।
ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।