ପ୍ରମୂଖ ଖବର
  • ନାବାଳିକା ଦୁଷ୍କର୍ମ ମାମଲାରେ କର୍ପୋରେଟର ଅମରେଶ ଜେନା ଗିରଫ, ଶନିବାର ଗିରଫ ହୋଇଥିଲେ ୫ ସହଯୋଗୀ
  • ||
  • ରାୟଗଡ଼ା : ଗ୍ୟାରେଜ୍‌ରେ ଲାଗିଲା ନିଆଁ, ଜଳିଗଲା ୩ ଗାଡ଼ି; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ଉତ୍ତରାଖଣ୍ଡ ହରିଦ୍ୱାର ଦେବୀ ମନ୍ଦିରରେ ଦଳଚକଟା, ୬ମୃତ ଅନେକ ଆହତ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ପ୍ରଥମ ଗେମ୍‌ ଡ୍ର’, ଆଜି ଖେଳିବେ ଦ୍ୱିତୀୟ କ୍ଲାସିକାଲ ଗେମ୍
  • ||
  • ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ସନ୍ଧ୍ୟାରେ ୪ ଘଣ୍ଟା ଦର୍ଶନ ମନା
  • ||
  • ଭଦ୍ରକ: ହଳଦୀଡିହ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା, ଉଛୁଳିଲା ବୈତରଣୀ, ଜଳକା, ଜମ୍ଭୀରା ନଦୀ,ପାଣିଘେରରେ ୩୦ରୁ ଅଧିକ ଗାଁ
  • ||
  • ଏଫ୍‌ଏମ୍‌ କଲେଜ ପୁଣି ଚର୍ଚ୍ଚାରେ, ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଗ୍ୟାସ୍‌ ଡେଲିଭରୀ ବୟର ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଗିରଫ
  • ||
  • ଏବେ ବଡ଼ ବର୍ଷା ନାହିଁ, ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ଆଲର୍ଟ
  • ||

ଏଫ୍‌ଏମ୍ ବିଶ୍ୱବିଦ୍ୟାଳୟ ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା: ଅଭିଯୁକ୍ତଙ୍କ ବାପା କହିଲେ ପୁଅ ମାନସିକ ରୋଗୀ

Published By : Prameya | July 27, 2025 2:04 PM

ବାଲେଶ୍ୱର/ରେମୁଣା,୨୭/୦୭: ବାଲେଶ୍ୱର ଜିଲ୍ଲାର ଏଫ୍‌ ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ମାମଲା ଶାନ୍ତ ନପଡ଼ୁଣୁ ଉକ୍ତ କଲେଜ  କ୍ୟାମ୍ପସ ପରିସରରେ ରହୁଥିବା ଜଣେ ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ  ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ଆସିଛି । ନୀଳଗିରି ବ୍ଲକ୍‌ ମର୍ଦ୍ଦରାଜପୁର ଅଞ୍ଚଳର ଅଭିଯୁକ୍ତ ଶଙ୍କର ଓରଫ  ହରିହର ପାତ୍ର(୨୧) ଗିରଫ କରିଛି ପୁଲିସ। ଥାନାରେ ଅଭିଯୁକ୍ତଙ୍କୁ ପଚରାଉଚାର କରିଛି। ପରେ ଅଭିଯୁକ୍ତ ଶଙ୍କରଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ଏହି ଘଟଣା ପରେ ଏଫ୍‌ଏମ୍‌ ବିଶ୍ୱବିଦ୍ୟାଳୟରେ ସୁରକ୍ଷା ବଢ଼ିଛି।

ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଅଭିଯୁକ୍ତର ବାପା । ସେ କହିଛନ୍ତି ତାଙ୍କ ପୁଅ ଜଣେ ମାନସିକ ରୋଗୀ । ଦୀର୍ଘ ଦିନ ଧରି ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହେଉଥିଲେ । ସେ ଘରେ ଥିଲେ ବାପା, ମା’ ତାଙ୍କୁ ନଜରରେ ରଖିଥାନ୍ତି । ସେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ । ମାନସିକ ରୋଗ କାରଣରୁ ଏମିତି କରିଥିବା ଅଭିଯୁକ୍ତର ବାପା ଗଣମାଧ୍ୟମଙ୍କୁ କହିଛନ୍ତି । 

ସେପଟେ ଏ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଶ୍ବବିଦ୍ୟାଳୟ କୁଳପତି ସନ୍ତୋଷ କୁମାର ତ୍ରିପାଠୀ । ସେ କହିଛନ୍ତି, ଅଭିଯୁକ୍ତ ଯୁବକ ଜଣକ ଗ୍ୟାସ୍  ଡେଲିଭରୀ ଦେବା ବାହାନାରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଭିତରକୁ ପ୍ରବେଶ କରିଥିଲେ । କ୍ୱାର୍ଟରରେ ମହିଳାଙ୍କୁ ଏକୁଟିଆ ଦେଖି ଘର ଭିତରକୁ ପ୍ରବେଶ କରିଥିଲେ ଓ ଦୁଷ୍କର୍ମ ଉଦ୍ୟମ କରିଥିଲେ । ମହିଳା ଜଣକ ପାଟି କରିବାରୁ ସିକ୍ୟୁରିଟି ଗାର୍ଡ ଯୁବକଙ୍କୁ କାବୁ କରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲେ । ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିବା କୁଳପତି କହିଛନ୍ତି । ଏ ଘଟଣା ସମୟରେ କାର୍ଯ୍ୟରତ ଜଣେ ସିକ୍ୟୁରିଟି ଗାର୍ଡ ବହିଷ୍କାର କରାଯାଇଛି। ପ୍ରତି ଗେଟ୍‌ରେ ୨ ଜଣ ସିକ୍ୟୁରିଟି ଗାର୍ଡ ମୁତୟନ କରାଯାଇଛି। କ୍ୟାମ୍ପସରେ କାମ କରୁଥିବା ଶ୍ରମିକଙ୍କୁ ଆଧାର କାର୍ଡ ଯାଞ୍ଚ କରିବାକୁ ନିର୍ଦେ୍ଦଶ ଦିଆଯାଇଛିି।ଏଥିସହିତ କ୍ୟାମ୍ପସରେ ଫାଣ୍ଡି କରିବାକୁ ଡିଜିପିଙ୍କୁ ଚିଠି ଲେଖିବୁ କୁଳପତି କହିଛନ୍ତି। ଅନ୍ୟପଟେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଜାରି ରଖିଛନ୍ତି। 

ସୂଚନା ମୁତାବକ, ଏଫ୍‌ ଏମ୍‌ କଲେଜ କ୍ୟାମ୍ପସ ଭିତରେ ସପରିବାର ରହୁଛନ୍ତି ଜଣେ ପ୍ରାଧ୍ୟାପକ । ଶନିବାର ଅପରାହ୍ଣରେ ପ୍ରାଧ୍ୟାପକ  ଜଣକ ଘରେ ନ ଥିଲେ । ଏହାର  ସୁଯୋଗ ନେଇ ଶଙ୍କର ତାଙ୍କ ଘରକୁ  ଯାଇଥିଲା । ଗ୍ୟାସ୍‌ ଡେଲିଭରୀ ବୟ  ବୋଲି ନିଜକୁ ପରିଚୟ ଦେଇ ଘର ଭିତରକୁ ପଶିବା ସହ ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା ।  ମହିଳାଙ୍କ ଚିତ୍କାର ଶୁଣି ଅନ୍ୟମାନେ  ଆସିବା ଭୟରେ ଶଙ୍କର ସେଠାରୁ  ପଳାଇଯାଇଥିଲା । ଏନେଇ ପ୍ରାଧ୍ୟାପକ  ରେମୁଣା ଥାନାରେ ଲିଖିତ ଅଭିଯୋଗ  କରିଛନ୍ତି । ଅଭିଯୋଗ କ୍ରମେ କେସ  ନଂ ୧୩୧/୨୫ରେ ମାମଲା ରୁଜୁ କରି  ପୁଲିସ ତଦନ୍ତ କରୁଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.