ପ୍ରମୂଖ ଖବର
  • ନାବାଳିକା ଦୁଷ୍କର୍ମ ମାମଲାରେ କର୍ପୋରେଟର ଅମରେଶ ଜେନା ଗିରଫ, ଶନିବାର ଗିରଫ ହୋଇଥିଲେ ୫ ସହଯୋଗୀ
  • ||
  • ରାୟଗଡ଼ା : ଗ୍ୟାରେଜ୍‌ରେ ଲାଗିଲା ନିଆଁ, ଜଳିଗଲା ୩ ଗାଡ଼ି; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ଉତ୍ତରାଖଣ୍ଡ ହରିଦ୍ୱାର ଦେବୀ ମନ୍ଦିରରେ ଦଳଚକଟା, ୬ମୃତ ଅନେକ ଆହତ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ପ୍ରଥମ ଗେମ୍‌ ଡ୍ର’, ଆଜି ଖେଳିବେ ଦ୍ୱିତୀୟ କ୍ଲାସିକାଲ ଗେମ୍
  • ||
  • ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ସନ୍ଧ୍ୟାରେ ୪ ଘଣ୍ଟା ଦର୍ଶନ ମନା
  • ||
  • ଭଦ୍ରକ: ହଳଦୀଡିହ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା, ଉଛୁଳିଲା ବୈତରଣୀ, ଜଳକା, ଜମ୍ଭୀରା ନଦୀ,ପାଣିଘେରରେ ୩୦ରୁ ଅଧିକ ଗାଁ
  • ||
  • ଏଫ୍‌ଏମ୍‌ କଲେଜ ପୁଣି ଚର୍ଚ୍ଚାରେ, ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଗ୍ୟାସ୍‌ ଡେଲିଭରୀ ବୟର ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଗିରଫ
  • ||
  • ଏବେ ବଡ଼ ବର୍ଷା ନାହିଁ, ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ଆଲର୍ଟ
  • ||

ଶ୍ରୀମନ୍ଦିର ଉତ୍ତରଦ୍ୱାର ଭିତର ଗୁମୁଟ କବାଟ ହେବ ପିତ୍ତଳ ଛାଉଣୀ, ନୂଆରେ ଖର୍ଚ୍ଚ ହେବ ୧୯ ଲକ୍ଷ

Published By : Prameya | July 27, 2025 11:24 AM

ପୁରୀ,୨୭/୦୭: ରଥଯାତ୍ରା ସମୟରେ କାଢ଼ି ଦେଲେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ଭିତର ଗୁମୁଟ କବାଟ । କୁରୁମ ବେଢ଼ାର ଉତ୍ତର ଦ୍ୱାରରେ ଥିବା ପୁରୁଣା କବାଟ ସ୍ଥାନରେ ନୂଆ କବାଟ ଲଗାଇବା ନିମନ୍ତେ ପଦକ୍ଷେପ ନିଆଯାଇଛି । ସ୍ୱତନ୍ତ୍ର ଧରଣର ଶାଗୁଆନ୍‌ କାଠରେ ନୂଆ ଦ୍ୱାର ତିଆରି କରି ଲଗାଯିବ । ଏହି କବାଟ ଉପରେ ପିତ୍ତଳ ଛାଉଣୀ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ଟେଣ୍ଡର ଡାକିବା ସହ ପଦକ୍ଷେପ ଆରମ୍ଭ କରିସାରିଛି। ଦୁଇମାସରେ କାମ ସାରିବାକୁ ଲକ୍ଷ୍ୟ ରହିଛି ।  

ଅରୁଣ ସ୍ତମ୍ଭ ଚାରିପାଶ୍ୱର୍ରେ ପିତ୍ତଳ ବ୍ୟାରିକେଡ୍‌ ଲଗାଯିବା ପରେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ଭିତର ଗୁମୁଟ କବାଟକୁ ନୂଆ ଭାବେ ନିର୍ମାଣ କରିବା ସହ ଏହା ଉପରେ ପିତ୍ତଳ ଛାଉଣୀ ଲାଗି ପଦକ୍ଷେପ  ନିଆଯାଇଛି । ଏଥିନିମନ୍ତେ ପ୍ରାୟ ୧୯ ଲକ୍ଷ ୭୫  ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଛି । 

ଉତ୍ତର ଦ୍ୱାର ଦେଇ ଦିବ୍ୟାଙ୍ଗଙ୍କ ଦର୍ଶନ  ବ୍ୟବସ୍ଥା କରିବାକୁ ଏଏସ୍‌ଆଇ ପକ୍ଷରୁ ଖଣ୍ଡୋଲାଇଟ୍‌ ପଥର ବ୍ୟବହାର କରି  ସ୍ୱତନ୍ତ୍ର ର‌୍ୟାମ୍ପ କରାଯାଇଛି । ଏଏସ୍‌ଆଇ ଓ ଶ୍ରୀମନ୍ଦିର ପ୍ରଶାସନର ମିଳିତ  ବୁଝାମଣାରେ ସମସ୍ତ କାମ ହେଉଛି । ର‌୍ୟାମ୍ପ୍‌ ନିର୍ମାଣ କାମ ଏଏସ୍‌ଆଇ କରିଥିବା ବେଳେ ପିତ୍ତଳ ଛାଉଣୀ ନୂଆ କବାଟ ଲଗାଇବା କାମ ଶ୍ରୀମନ୍ଦିର  ପ୍ରଶାସନ କରୁଛି । ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିରର ପ୍ରାୟ ୮ଟି ଦ୍ୱାରକୁ  ରୁପା ଛାଉଣୀ କରିଥିଲା । ସିଂହଦ୍ୱାର ଭିତର ପତିତପାବନ ମନ୍ଦିର ଓ ପାଶ୍ୱର୍  ଗୁମୁଟ ଖିଲଣ ରୁପା ଛାଉଣୀ ହୋଇଥିଲା । ରତ୍ନଭଣ୍ଡାର ଭିତର ଦ୍ୱାରକୁ ସୁନା  ଛାଉଣୀ ଓ ବାହାର ଦ୍ୱାରକୁ ରୁପା ଛାଉଣୀ କରିବାକୁ ଯୋଜନା ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.