ପ୍ରମୂଖ ଖବର
  • ନାବାଳିକା ଦୁଷ୍କର୍ମ ମାମଲାରେ କର୍ପୋରେଟର ଅମରେଶ ଜେନା ଗିରଫ, ଶନିବାର ଗିରଫ ହୋଇଥିଲେ ୫ ସହଯୋଗୀ
  • ||
  • ରାୟଗଡ଼ା : ଗ୍ୟାରେଜ୍‌ରେ ଲାଗିଲା ନିଆଁ, ଜଳିଗଲା ୩ ଗାଡ଼ି; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ଉତ୍ତରାଖଣ୍ଡ ହରିଦ୍ୱାର ଦେବୀ ମନ୍ଦିରରେ ଦଳଚକଟା, ୬ମୃତ ଅନେକ ଆହତ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ପ୍ରଥମ ଗେମ୍‌ ଡ୍ର’, ଆଜି ଖେଳିବେ ଦ୍ୱିତୀୟ କ୍ଲାସିକାଲ ଗେମ୍
  • ||
  • ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ସନ୍ଧ୍ୟାରେ ୪ ଘଣ୍ଟା ଦର୍ଶନ ମନା
  • ||
  • ଭଦ୍ରକ: ହଳଦୀଡିହ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା, ଉଛୁଳିଲା ବୈତରଣୀ, ଜଳକା, ଜମ୍ଭୀରା ନଦୀ,ପାଣିଘେରରେ ୩୦ରୁ ଅଧିକ ଗାଁ
  • ||
  • ଏଫ୍‌ଏମ୍‌ କଲେଜ ପୁଣି ଚର୍ଚ୍ଚାରେ, ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଗ୍ୟାସ୍‌ ଡେଲିଭରୀ ବୟର ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଗିରଫ
  • ||
  • ଏବେ ବଡ଼ ବର୍ଷା ନାହିଁ, ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ଆଲର୍ଟ
  • ||

ଜନ୍ମଦିନ ପାଳୁଥିବା ଯୁବକଙ୍କୁ ଆକ୍ରମଣ କଲେ ଅଦୃଶ୍ୟ ମହିଳା, ଭୂତର ଛବି ଓ କରୁଣ କ୍ରନ୍ଦନକୁ କଏଦ କରିଥିବା ଦାବି...

Published By : Prameya | July 27, 2025 9:14 AM

ପୁରୀ, ୨୭/୦୭: ପୁରୀ ସମୁଦ୍ରକୂଳ ରାସ୍ତାର ବଳିଆପଣ୍ଡା ଅଞ୍ଚଳରେ ଭୂତ ଆତଙ୍କ ନେଇ ଗୁଜବ ଚାଲିଛି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି । ତେବେ ଏହା କେତେ ସତ୍ୟ ଜଣାପଡ଼ିନି । 

ସୂଚନା ମୁତାବକ, ସମୁଦ୍ରକୂଳ  ରାସ୍ତାର ସିପସରୁବାଲିର ଏକ ତାରକା ହୋଟେଲ ନିକଟରେ ଶୁକ୍ରବାର ରାତିରେ କିଛି ଯୁବକ ଜନ୍ମଦିନ ପାଳନ କରି କେକ୍‌ କାଟୁଥିଲେ । ଏହି ସମୟରେ ହଠାତ୍‌ ଏକ ଦଲକା ପବନ ଆସିଥିଲା । ଯାହା ପରେ ଜଣେ ଅଦୃଶ୍ୟ ମହିଳା ଗୋଡ଼ାଇ ଗୋଡ଼ାଇ ଯୁବକମାନଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣରେ ଜଣେ ଯୁବକଙ୍କ ପିଠି ଓ ଅନ୍ୟ ସ୍ଥାନରେ ଗୁରୁତର ଆଘାତ ଲାଗିଛି । ସେପଟେ ଜନ୍ମଦିନର ଭିଡିଓ ଉଠାଉଥିବା ଜଣେ ବ୍ୟକ୍ତି ତାଙ୍କ ମୋବାଇଲ୍‌ରେ ଭୂତର ଛବି ଓ ତାହାର କରୁଣ କନ୍ଦଣାକୁ କଏଦ କରିଥିବା ଦାବି କରିଛନ୍ତି । 

କିଛି ବର୍ଷ ତଳେ ଏଠାରେ ଜଣେ  ମହିଳାଙ୍କୁ ହତ୍ୟା କରାଯାଇଥିଲା । ଏହି  ଅତୃପ୍ତ ଆତ୍ମା ନିଜ ପ୍ରଭାବ ଏଠାରେ ଦେଖାଉଥିବା ଅଭିଯୋଗ ହୋଇଛି । କିଛି ଲୋକ ଏହାକୁ ବିଶ୍ୱାସ କରୁଥିବା ବେଳେ ଅନେକ ଅବିଶ୍ୱାସ କରୁଛନ୍ତି ।  ଅବିଶ୍ୱାସ କରୁଥିବା ଲୋକେ ଏହା ଏକ  ଷଡ଼ଯନ୍ତ୍ର ହୋଇପାରେ ବୋଲି ମତ  ଦେଇଛନ୍ତି । ତେବେ ଏନେଇ ପୁଲିସ  କିମ୍ବା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.