ପ୍ରମୂଖ ଖବର
  • ନାବାଳିକା ଦୁଷ୍କର୍ମ ମାମଲାରେ କର୍ପୋରେଟର ଅମରେଶ ଜେନା ଗିରଫ, ଶନିବାର ଗିରଫ ହୋଇଥିଲେ ୫ ସହଯୋଗୀ
  • ||
  • ରାୟଗଡ଼ା : ଗ୍ୟାରେଜ୍‌ରେ ଲାଗିଲା ନିଆଁ, ଜଳିଗଲା ୩ ଗାଡ଼ି; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ଉତ୍ତରାଖଣ୍ଡ ହରିଦ୍ୱାର ଦେବୀ ମନ୍ଦିରରେ ଦଳଚକଟା, ୬ମୃତ ଅନେକ ଆହତ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ପ୍ରଥମ ଗେମ୍‌ ଡ୍ର’, ଆଜି ଖେଳିବେ ଦ୍ୱିତୀୟ କ୍ଲାସିକାଲ ଗେମ୍
  • ||
  • ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ସନ୍ଧ୍ୟାରେ ୪ ଘଣ୍ଟା ଦର୍ଶନ ମନା
  • ||
  • ଭଦ୍ରକ: ହଳଦୀଡିହ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା, ଉଛୁଳିଲା ବୈତରଣୀ, ଜଳକା, ଜମ୍ଭୀରା ନଦୀ,ପାଣିଘେରରେ ୩୦ରୁ ଅଧିକ ଗାଁ
  • ||
  • ଏଫ୍‌ଏମ୍‌ କଲେଜ ପୁଣି ଚର୍ଚ୍ଚାରେ, ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଗ୍ୟାସ୍‌ ଡେଲିଭରୀ ବୟର ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଗିରଫ
  • ||
  • ଏବେ ବଡ଼ ବର୍ଷା ନାହିଁ, ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ଆଲର୍ଟ
  • ||

ଖୋଲୁଛି ଗେଟ୍, ଫୁଲୁଛି ମହାନଦୀ; ନଦୀକୂଳିଆ ଲୋକଙ୍କୁ ସତର୍କ କଲା ଜିଲ୍ଲା ପ୍ରଶାସନ

Published By : Anindita Ratha | July 27, 2025 10:46 AM

ସାହାଜପାଲ,୨୭/୦୭: ଉପର ମୁଣ୍ଡରେ ପ୍ରବଳ ବର୍ଷା, ଖୋଲୁଛି ମହାନଦୀର ଗୋଟିଏ ପରେ ଗୋଟିଏ ଗେଟ୍ । ତେଣୁ ନଦୀରେ ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏନେଇ ବୌଦ୍ଧ ଜିଲ୍ଲା ତେନ୍ତୁଳିପାଲି ଅଞ୍ଚଳରେ ଲୋକଙ୍କୁ ସତର୍କ କରାଯାଇଛି ଜିଲ୍ଲା ପ୍ରଶାସନ । ନଦୀକୂଳିଆ ଅଞ୍ଚଳରେ ରହୁଥିବା ଗ୍ରାମବାସୀଙ୍କୁ ବନ୍ୟା ବେଳେ ନଦୀକୂଳ ନଯିବା ପାଇଁ କୁହାଯାଇଛି । ସେହିପରି କୌଣସି ପରିସ୍ଥିତି ବି ନଦୀକୁ ମାଛ ଧରିବାକୁ ନଯିବାକୁ କୁହାଯାଇଛି ।

ଶନିବାର ଅପରାହ୍ଣରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୌଦ୍ଧ ଜିଲ୍ଲା ବହିରା ପଞ୍ଚାୟତ ତେନ୍ତୁଳିପାଲି ଗାଁର ନଦୀକୂଳିଆ ଲୋକଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି । ବୌଦ୍ଧ ଅତିରିକ୍ତ ତହସିଲଦାର କୁମୁଦ ଚନ୍ଦ୍ର ଦଳ ବେହେରା, ଭାରପ୍ରାପ୍ତ ତହସିଲଦାର ମହମ୍ମଦ୍ ରୋଜାଏ ରସୁଲ, ରାଜସ୍ୱ ସୁପରଭାଇଜର ହମିଦ୍ ମଲ୍ଲିକ ପ୍ରମୁଖ ମହାନଦୀର ଖାଲୁଆ ଅଞ୍ଚଳରେ ରହୁଥିବା ତେନ୍ତୁଳିପାଲି ଓ ଅନ୍ୟାନ୍ୟ ଗ୍ରାମ ପରିଦର୍ଶନ କରି ଲୋକଙ୍କୁ ସଚେତନ କରାଇ ଥିଲେ । ନଦୀ ମଧ୍ୟକୁ ମାଛ ଧରିବା ପାଇଁ କିମ୍ବା ଅନ୍ୟ କୌଣସି କାର୍ଯ୍ୟରେ ନଯିବାକୁ ସଚେତନ କରାଯାଇଛି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.