ପୁରୀ,୨୭/୦୭: ସମୁଦ୍ରରେ ସ୍ନାନ କରିବା ବେଳେ ଯୁବକ ମୃତ। ମୃତ ଯୁବକ ଛତିଶଗଡ଼ର ମୁକେଶ ଗୁପ୍ତା (୩୦ ବର୍ଷ) ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ମୁକେଶ ତାଙ୍କ ୫ ଜଣ ସାଙ୍ଗଙ୍କ ସହ ପୁରୀ ବୁଲି ଆସିଥିଲେ । ରବିବାର ସକାଳେ ସେମାନେ ପୁରୀରେ ପହଞ୍ଚିଥିଲେ। ସାଙ୍ଗମାନଙ୍କ ସହ ସମୁଦ୍ରରେ ଗାଧୋଇବା ସମୟରେ ପିଙ୍କ୍ ହାଉସ ବେଳାଭୂମି ନିକଟରେ ଭାସି ଯାଇଥିଲି । ମତ୍ସ୍ୟଜୀବୀ ଏଲ୍ ପିଣ୍ଟୁ ମଝି ସମୁଦ୍ରରୁ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।