ପ୍ରମୂଖ ଖବର
  • SIR ରେଜଲ୍ଟ: ବିହାର ଭୋଟର ତାଲିକାରୁ କଟିଲା ୬୫ ଲକ୍ଷ ନାଁ, ମୋଟ ୭.୨୪ କୋଟି ମତଦାତା
  • ||
  • ବିହାରରେ ବଢ଼ୁଛି ଅପରାଧ, ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ହତ୍ୟା ଧମକ
  • ||
  • ନାବାଳିକା ଦୁଷ୍କର୍ମ ମାମଲାରେ କର୍ପୋରେଟର ଅମରେଶ ଜେନା ଗିରଫ, ଶନିବାର ଗିରଫ ହୋଇଥିଲେ ୫ ସହଯୋଗୀ
  • ||
  • ରାୟଗଡ଼ା : ଗ୍ୟାରେଜ୍‌ରେ ଲାଗିଲା ନିଆଁ, ଜଳିଗଲା ୩ ଗାଡ଼ି; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ଉତ୍ତରାଖଣ୍ଡ ହରିଦ୍ୱାର ଦେବୀ ମନ୍ଦିରରେ ଦଳଚକଟା, ୬ମୃତ ଅନେକ ଆହତ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ପ୍ରଥମ ଗେମ୍‌ ଡ୍ର’, ଆଜି ଖେଳିବେ ଦ୍ୱିତୀୟ କ୍ଲାସିକାଲ ଗେମ୍
  • ||
  • ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ସନ୍ଧ୍ୟାରେ ୪ ଘଣ୍ଟା ଦର୍ଶନ ମନା
  • ||
  • ଭଦ୍ରକ: ହଳଦୀଡିହ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା, ଉଛୁଳିଲା ବୈତରଣୀ, ଜଳକା, ଜମ୍ଭୀରା ନଦୀ,ପାଣିଘେରରେ ୩୦ରୁ ଅଧିକ ଗାଁ
  • ||
  • ଏଫ୍‌ଏମ୍‌ କଲେଜ ପୁଣି ଚର୍ଚ୍ଚାରେ, ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଗ୍ୟାସ୍‌ ଡେଲିଭରୀ ବୟର ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଗିରଫ
  • ||
  • ଏବେ ବଡ଼ ବର୍ଷା ନାହିଁ, ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ଆଲର୍ଟ
  • ||

ଶ୍ରୀଜଗନ୍ନାଥ ବିମାନ ବନ୍ଦର, ୨୭ ହେକ୍ଟର ଜଙ୍ଗଲ ଜମିର କିସମ ବଦଳିବ

Published By : Prameya | July 24, 2025 2:26 PM

ପୁରୀ,୨୪/୦୭: ପ୍ରସ୍ତାବିତ ଗ୍ରୀନ ଫିଲ୍ଡ ଏୟାରପୋର୍ଟ ପାଇଁ ଜାରି ରହିଛି ସରକାରୀ ଉଦ୍ୟମ ।  ପୁରୀ ଗସ୍ତରେ ଆସି କେନ୍ଦ୍ରୀୟ ୱାଇଲ୍ଡ ଲାଇଫ୍‌ ଇଷ୍ଟିଚ୍ୟୁଟ୍‌  ଅଫ୍‌ ଇଣ୍ଡିଆର ବିଶେଷଜ୍ଞ ଟିମ୍‌ ଶ୍ରୀଜଗନ୍ନାଥ ବିମାନ  ବନ୍ଦର ନିମନ୍ତେ ପ୍ରସ୍ତାବିତ ଜମିକୁ ଯାଇ ବୁଧବାର  ଅନୁଧ୍ୟାନ କରିଛନ୍ତି । କେନ୍ଦ୍ର ସରକାରଙ୍କ ସୁପାରିସରେ  ଭାରତୀୟ ବନ୍ୟଜନ୍ତୁ ପ୍ରତିଷ୍ଠାନର ମତାମତ ଲୋଡିଥିଲେ  ରାଜ୍ୟ ସରକାର । ଜଙ୍ଗଲ ଜମି କିସମ ପରିବର୍ତ୍ତନ  ହେବାକୁ ଥିବା ୨୭.୮୭୭ ହେକ୍ଟର ଜମିର ସ୍ଥିତି ଏହି  ଟିମ୍‌ ଅନୁଧ୍ୟାନ କରିଛନ୍ତି । ସ୍ଥିତି ଦେଖିବା ପରେ ଏହି  ଟିମ୍‌ ନିଜର ମତାମତ ପୁରୀ ଡିଏଫ୍‌ଓଙ୍କୁ ଦେଇଛନ୍ତି ।  

ସେହିପରି ୱାଇଲ୍ଡ ଲାଇଫ୍‌ ଇଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର  ବିଶେଷଜ୍ଞ ଟିମ୍‌ ଏଠାରେ ପ୍ରକଳ୍ପ ହେଲେ ବିଦେଶୀ ପକ୍ଷୀ,  ଡଲ୍‌ଫିନ୍‌, ଅଲିଭ ରିଡ୍‌ଲେଙ୍କ ଆତଯାତରେ କିପରି  ପ୍ରତିକୂଳ ପ୍ରଭାବ ପଡ଼ିବ ତାହାକୁ ଆକଳନ କରିଥିଲେ ।  ଯାହାକୁ ସେମାନେ ପୁରୀ ଡିଏଫ୍‌ଓଙ୍କ ନିକଟରେ ଉପସ୍ଥାପିତ କରିଥିବା ଟିମ୍‌ ସଦସ୍ୟମାନେ ମତ  ଦେଇଛନ୍ତି । ସେହିପରି ଏହାକୁ ନେଇ ଏହି ବିଶେଷଜ୍ଞ  ଟିମ୍‌ ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେବ ।  ଉଭୟ ଜୈବ ବିବିଧତା ଓ ବନ୍ୟଜନ୍ତୁ ଅନୁଶୀଳନକୁ  ନେଇ ଏହି ରିପୋର୍ଟ ପ୍ରସ୍ତୁତ ହେବ । ଡିଏଫ୍‌ଓ ଏହାକୁ  ଦୃଷ୍ଟିରେ ରଖି ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି  ଜଣାପଡ଼ିଛି ।  

ସୂଚନା ଥାଉକି, ପୁରୀରେ ବିଶ୍ୱସ୍ତରୀୟ ସହରରେ  ପରିଣତ କରିବା ସହ ଏହାର କାୟା ପରିବର୍ତ୍ତନ ନିମନ୍ତେ  ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଯାହା ଭିତରେ  ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ଲକ୍ଷ୍ୟ ରହିଛି ।  ଏବାବଦରେ ପରିବେଶ ମଞ୍ଜୁରି ଓ ଅନ୍ୟାନ୍ୟ ଆବଶ୍ୟକ  ମଞ୍ଜୁରି ନିମନ୍ତେ ସରକାର ପଦକ୍ଷେପ ଜୋରଦାର  କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.