ରାୟଗଡ଼ା,୨୭/୦୭: କୋରାପୁଟ ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ କଳିଙ୍ଗ ଅଟୋ ସିଣ୍ଡିକେଟ୍ ଗ୍ୟାରେଜରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୩ ଗାଡି ଜଳି ପାଉଁଶ ହୋଇଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଶନିବାର ରାତି ପ୍ରାୟ ୧୧ଟା ୩୦ରେ ଏହି ଅଗ୍ନିକାଣ୍ଡ ଘଟିଥିଲା ବୋଲି ସୂଚନା ମିଳିଛି ।
ସୂଚନା ମୁତାବକ, ଶନିବାର ରାତି ପ୍ରାୟ ୧୧ଟା ୩୦ରେ ଗାଡ଼ି ଗୁଡ଼ିକ ହଠାତ୍ ଜଳି ଉଠିଥିଲା । ଗ୍ୟାରେଜ୍ ଭିତରେ ଥିବା ୫ଟି ଗାଡ଼ି ମଧ୍ୟରୁ ୩ଟି ଗାଡି ପୋଡ଼ି ପାଉଁଶ ହୋଇଯାଇଛି । ପୋଡ଼ି ଯାଇଥିବା ଗାଡ଼ି ୨ ଦିନ ପୂର୍ବେ ମରାମତି ପାଇଁ ଗ୍ୟାରେଜକୁ ଆସିଥିଲା । ତେବେ ଏହି ଅଗ୍ନିକାଣ୍ଡରେ ପ୍ରାୟ ୨୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ପ୍ରାରମ୍ଭିକ ସୂଚନାରୁ ଆକଳନ କରାଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ଚାନ୍ଦିଲି ପୁଲିସ ପହଞ୍ଚି ଅନୁଧ୍ୟାନ କରୁଛି ।