ଦଶମନ୍ତପୁର, ୧୬/୭: ସ୍ଥାନୀୟ ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ ଲଦି ବେଢ଼ା ଘାଟି ବୁଲାଣି ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇ, ଜଣେ ଯୁବକ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇ ଥିବା ଜଣାପଡିଛି।
ମୃତ ଯୁବକ ଜଣକ ହେଲେ, ଲୁଲା ପଞ୍ଚାୟତ ଅଧିନସ୍ଥ ବନ୍ଦଗୁଡା ଗାଁର ବିକ୍ରମ ମୁଦୁଲି (୨୦) ଏବଂ ଅନ୍ୟ ଆହତ ମାନଙ୍କ ମଧ୍ୟରୁ ସେହି ବନ୍ଦଗୁଡା ଗାଁର ମଙ୍ଗଳୁ ନାୟକ (୧୭) ଏବଂ ସଞ୍ଜୟ ମୁଦୁଲି (୧୮) ହୋଇ ଥିବା ବେଳେ, ବେଢ଼ା ପଦର ପଞ୍ଚାୟତ ଅଧିନସ୍ଥ ମଙ୍ଗରାଗୁଡା ଗାଁର ମିନ ମୁଦୁଲି (୫୦) ଏବଂ ଭକ୍ତ ଗୈାଡ କନ୍ତି ଗାଁର ବୋଲି ଜଣାପଡିଛି। ମୃତ ଓ ଆହତ ମାନଙ୍କୁ ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଧାର କରି ଦଶମନ୍ତପୁର ଡାକ୍ତରଖାନାରେ ଭର୍ତ୍ତି କରିଥିବା ଦେଖିବାକୁ ମିଳିଛି।
ସୂଚନାରୁ ଜଣାପଡିଛି ଯେ ମୃତ ଯୁବକ ସହ ସେହି ଗାଁର ଆହତ ଯୁବକମାନେ ମିଶି ଗୋଟିଏ ବାଇକରେ କୈାଣସି କାମ ନେଇ ଦଶମନ୍ତପୁର ଠାରୁ ନିଜ ଗାଁ ଅଭିମୁଖେ ଦୃତ ଗତିରେ ଯାଉଥିଲେ। ଏହି ସମୟରେ ବିପରିତ ଦିଗରୁ ଅନ୍ୟ ଦୁଇ ଯୁବକ ଏକ ବାଇକରେ ଆସୁଥିଲେ। ଏହି ସମୟରେ ବୁଲାଣି ରାସ୍ତା ଠାରେ ଉଭୟ ବାଇକ ମଧ୍ୟରେ ହଠାତ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁଇ ବାଇକର ଅନ୍ୟ ଚାରିଜଣ ଛିଟିକି ପଡିଥିବା ବେଳେ ବିକ୍ରମଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।