ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଲଗାଣ ବର୍ଷାରେ ଭୁଶୁଡ଼ିଲା ୬ ପରିବାରର ଘର

Published By : Suraj Kumar | July 2, 2025 7:18 PM

ଦଶମନ୍ତପୁର, ୨/୭;  ଗତ କିଛି ଦିନ ହେଲା ଅବିଶ୍ରାନ୍ତ ଭାବେ ବର୍ଷି ଚାଲିଛି ବର୍ଷା। ଯାହା ଫଳରେ ଅଞ୍ଚଳ ରେ ଅନେକ ଲୋକଙ୍କ କ୍ଷୟକ୍ଷତି ଘଟିଛି। କେଉଁଠି ବର୍ଷା ଜଳରେ କଲଭର୍ଟ ଧୋଇ ଯାଇଛି ତ ଆଉ କାହାର ବାସ ଘର ଭୁଶୁଡ଼ି ପଡ଼ିଛି। ଦଶମନ୍ତପୁରରେ ବର୍ଷାରେ ୬ ପରିବାରର ଘର କାନ୍ଥ ଭୁଶୁଡି ପଡିଛି। 

ଗାଡିଆଗୁଡା ପଞ୍ଚାୟତ ଅଧିନସ୍ଥ   ବାଲି ଘାଟ ଗାଁର ଜଗବନ୍ଧୁ କମାର, ଗାଦିଆଗୁଡା ପଞ୍ଚାୟତ  ବଗେଇ ପଦର ଗାଁର କିଶୋର ଖରା,   ପାଇକ ଫୁଲ ବେଢ଼ାର  ମୁକ୍ତା ଡଙ୍ଗ୍ରି, ଦଶମନ୍ତପୁର ସଦର ମହକୁମାର ଶତୃଘ୍ନ ନାଗ,  ଫୁଲ ବେଢ଼ା ମଇନା ମାଲର  ଝିମିତି ଜାନୀ,  ଚଣା ବାଡ଼ ପଞ୍ଚାୟତ ଅଧିନସ୍ଥ କିଟେସର ବସନ୍ତ ଖୋସଲାଙ୍କ ଘର ବର୍ଷାରେ ଭୁଶୁଡି ପଡିଛି। ବର୍ଷା ପାଣିରେ  ଘର କାନ୍ଥ ଭୁଶୁଡ଼ି ଯାଇ ଥିବା ଅତିରିକ୍ତ ତହସିଲଦାର ଜଗୁ ପୂଜାରୀ ସୂଚନା ଦେଇ ଛନ୍ତି। ସେମାନଙ୍କୁ ତୁରନ୍ତ ଆର୍ ଆଇ ମାନଙ୍କ ଦ୍ବାରା ଜରୁରୀ କାଳୀନ ଭାବେ ପଲିଥିନ ଦିଆଯିବ। କ୍ଷୟକ୍ଷତି ଆକଳନ କରି ଜିଲ୍ଲା କାର୍ଯ୍ୟାଳୟକୁ ପଠା ଯିବ ବୋଲି ପ୍ରକାଶ କରିଛନ୍ତି। ଏହି ପରିବାର ମାନଙ୍କୁ ସରକାର ପକ୍ଷରୁ ଆବାସ ଘର ଖଣ୍ଡେ ଲେଖାଏଁ ଯୋଗାଇ ଦେଲେ ସେମାନେ ଉପକୃତ ହେବେ ବୋଲି ନିବେଦନ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.