ପ୍ରମୂଖ ଖବର
  • ନୀଳଗିରି ବିଜେଡିକୁ ଲାଗିଲା ଶକ୍ତ ଝଟକା।ବିଜେଡି ଛାଡିଲେ ବିଜେପିରେ ଦୁଇ ଜିଲ୍ଲାପରିଷଦ ସଭ୍ୟ ଓ ଶତାଧିକ ବିଜେଡି କର୍ମୀ ହେଲେ ସାମିଲ
  • ||
  • ରଥଯାତ୍ରା ପରିଚାଳନା ଭକ୍ତ ଓ ଭଗବାନଙ୍କ ବଦଳରେ ଭିଆଇପି କେନ୍ଦ୍ରୀତ ଥିଲା : ଭକ୍ତ
  • ||
  • ଗଞ୍ଜାମ : ବ୍ରାହ୍ମଣିଆପଲ୍ଲୀ ଗାଁରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଶରଧାବଲି ଘଟଣାରେ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ମୃତ ଭକ୍ତଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ରାଶି
  • ||
  • ଶରଧାବାଲି ଅଘଟଣରେ ବଡ଼ ଆକ୍ସନ, ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସ୍‌ପି, ..IAS ଚଞ୍ଚଲ ରଣା ଏବଂ IPS ପିନାକ ମିଶ୍ରକୁ ମିିଳିଲା ଗୁରୁଦାୟିତ୍ବ
  • ||
  • ମୟୂରଭଞ୍ଜ : ମୋରଡାରେ ବନ୍ୟା ପରିସ୍ଥିତି: ପୋଲ ଉପରେ ଚାଲୁଛି ବନ୍ୟାଜଳ
  • ||
  • ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନୀତିଗତ ନିଷ୍ପତ୍ତି, ରାଜ୍ୟର ଶିଶୁବାଟିକାରେ ନିଯୁକ୍ତ ହେବେ ‘ଶିଶୁ ସେବିକା’
  • ||
  • ରାଜଧାନୀରେ ଡେଙ୍ଗୁର କାୟା ବିସ୍ତାର: ୧୦୦ ମୁହାଁ ରୋଗୀ ସଂଖ୍ୟା, ଜୁନ୍‌ରେ ସର୍ବାଧିକ ପଜିଟିଭ
  • ||
  • କେନ୍ଦୁଝର : ପାନ ଦୋକାନରେ କଳାକନା ବୁଲାଇଲେ ଲୁଟେରା, ତାଲା ଭାଙ୍ଗି ନେଇଗଲେ ଦାମୀ ସାମଗ୍ରୀ
  • ||
  • ଶରଧାବାଲିରେ ତିନି ରଥ, ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତୀ, ଅପରାହ୍ନରେ ଆଡ଼ପ ପହଣ୍ଡି
  • ||
  • କିଏ ହେବେ ରାଜ୍ୟ ବିଜେପି ସଭାପତି ? ଆଜିଠୁ ତିନି ଦିନ ଚାଲିବ ନିର୍ବାଚନ ପ୍ରକ୍ରିୟା, ବିହାର ସାଂସଦ ସଞ୍ଜୟ ଜୟସ୍ୱାଲ ପର୍ଯ୍ୟବେକ୍ଷକ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା, ଆଜି ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||
  • ରଥଯାତ୍ରାରେ ବିଭ୍ରାଟ; ଶରଧାବାଲିରେ ବଡ଼ ଧରଣର ଠେଲାପେଲା, ୩ ଶ୍ରଦ୍ଧାଳୁ ମୃତ
  • ||

ମୌସୁମ ବର୍ଷାର ଆଗମନ ପରେ ପୋଡୁ ଚାଷୀ ପ୍ରସ୍ତୁତି; ଜବର ଦଖଲ ଜମିରେ ଆରମ୍ଭ ହେଲା ପୋଡୁ ଚାଷ

Published By : Bijay Swain | June 11, 2025 8:52 PM

ଦଶମନ୍ତପୁର, ୧୧/୬: ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ଆରମ୍ଭ ହୋଇଛି ପୋଡୁ ଚାଷ। ମୌସୁମୀ ବର୍ଷାର ଆଗମନ ପରେ ପୋଡୁ ଚାଷୀ ପ୍ରସ୍ତୁତି ହୋଇଛନ୍ତି। ଦିନେ ଛାଡି ଦିନେ ବର୍ଷା ହେଉଥିଲେ ମଧ୍ୟ ଚାଷୀ ମାନେ ଜଙ୍ଗଲ ଜମିରେ ଚାଷ କରିବା ଲାଗି ତତ୍ପରତା ହୋଇ ଉଠିଛନ୍ତି। 

ଚାଷିମାନେ ଏହି ପଦ୍ଧତିରେ ଡଙ୍ଗର ଧାନଠାରୁ ଆରମ୍ଭ କରି ସୁଆଁ, ମାଣ୍ଡିଆ, କାଙ୍ଗୁ, ଖେଡଜନି ଭଳି ଅନ୍ୟାନ୍ୟ ଚାଷ କରୁଛନ୍ତି। ଅଧିକ ବର୍ଷା ନ ହେବା ପୂର୍ବରୁ ପୋଡୁ ଚାଷ କରିବାକୁ ପଡିବ। ନ ହେଲେ ଏହି ପୋଡୁ ଚାଷ ହେବ ନାହିଁ ବୋଲି ଦେଉଳ ଗୁଡା, ଡାଲି ଗୁଡା, କେନ୍ଦୁ ଗୁଡ଼ା, ଚିଟିକା ସିଲ୍, ଗଦଲି ଗୁମା ପ୍ରଭୁତି ଗ୍ରାମର ପୋଡୁ ଚାଷୀ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ ପୂର୍ବ ପୁରୁଷ, ଜଙ୍ଗଲ ଜମିରେ ଚାଷ କରି ଆସୁଛନ୍ତି। ସମତଳ ଭୂମି ଚାଷ କରିବା ଲାଗି ଅଭାବ ଥିବାରୁ ସେମାନେ ସଂରକ୍ଷଣ ଜଙ୍ଗଲ କାଟି ଚାଷ କରିବା ଲାଗି ବାଧ୍ୟ ହେଉଛନ୍ତି। ଜଙ୍ଗଲ ଜମିରେ ଚାଷ କରିବା ଲାଗି ବହୁତ କ୍ଷତି ମଧ୍ୟ ହେଉଛି। 

ପୂର୍ବ ଭଳି ଜଙ୍ଗଲ ଜାତ ଦ୍ରବ୍ୟ ଆଉ ମିଳୁନାହିଁ। ମହୁ ଲାଖ ଠାରୁ ଆରମ୍ଭ କରି ଫୁଲ ଝାଡୁ, ଜାଳେଣି କାଠ, ଦାନ୍ତ କାଠି, ଶିଆଳି ପତ୍ର ଆଦି ମିଳୁନାହିଁ। ପର୍ବପର୍ବାଣୀ ଦିନରେ ଏ ସବୁ ଦ୍ରବ୍ୟ ଆଗ ଭଳି ମିଳୁନାହିଁ ବୋଲି ଚାଷୀମାନେ ମଧ୍ୟ ସ୍ୱୀକାର କରିଛନ୍ତି। କେବଳ ସେତିକି ନୁହେଁ, ଜଙ୍ଗଲ ନଷ୍ଟ ହେବା ଠାରୁ ବନ୍ୟପ୍ରାଣୀ ମଧ୍ୟ ଲୋପ ପାଇଗଲେଣି। ବାଘ ପଲ, ଭାଲୁ, ହରିଣ, ସମ୍ବର କୁଟୁରା, ମୟୁର ଆଦି ଆଉ ଦେଖିବାକୁ ମିଳୁନାହାନ୍ତି। ସରକାର ଯଦି ଚାଷ କରିବା ଲାଗି ଆମକୁ ଅନ୍ୟ ପ୍ରକାର ବିକଳ୍ପ ବ୍ୟାବସ୍ଥା କରନ୍ତେ ତେବେ ଆମେ ଆଉ ପୋଡୁ ଚାଷ କରିବା ଛାଡି ଦେବୁ ବୋଲି ଚାଷୀମାନେ କହିଛନ୍ତି। 

ଯାହା ସମତଳ ଜମି ରହିଛି, ସେହି ଜମି ମାନଙ୍କରେ ଜଳସେଚନର ବ୍ୟବସ୍ଥା ନାହିଁ। ଠିକାଦାରମାନଙ୍କୁ ଜଳସେଚନ କାମ କରିବା ଦାୟିତ୍ଵ ଦେଲେ ସେମାନେ ନିଜ ସ୍ବାର୍ଥ ପାଇଁ ନିମ୍ନ ମାନର କାମ କରି ଚାଲି ଯାଉଛନ୍ତି। ପ୍ରଶାସନର ଅପାରଗତା ଯୋଗୁଁ ଚାଷୀ ଜମିରେ ପାଣି ମାଡିପାରୁନାହିଁ। ଫଳରେ ବ୍ଲକର ୭୦ ପ୍ରତିଶତ ସମତଳ ଜମିରେ ନିଳଗିରି ଚାଷ କରାଯାଇଛି। ଯଦି ଜିଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ନିଳଗିରି ଚାଷ ପରିବର୍ତ୍ତେ ଜଳସେଚନ ବ୍ୟବସ୍ଥା କରି ସମତଳ ଜମିରେ ପନିପରିବା ଚାଷ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଚାଷ ସୁବିଧା କରାଗଲେ ଜବର ଦଖଲ ପୋଡୁ ଚାଷ ହ୍ରାସ ପାଇବ ବୋଲି ସାଧାରଣରେ କୁହାଯାଇଛି। 

ତେବେ ଏ ସମ୍ପର୍କରେ ଅତିରିକ୍ତ ତହସିଲଦାର ଜଗୁ ପୂଜାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ପୂର୍ବ ଅପେକ୍ଷା ବର୍ତମାନ ପୋଡୁ ଚାଷ କମି ଯାଇଛି। ସର୍ବେକ୍ଷଣ, ସମସ୍ତ ବନବାସୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି। ଏବଂ ସଂରକ୍ଷଣ ଜଙ୍ଗଲ ନଷ୍ଟ ନ କରିବା ଲାଗି ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି ବୋଲି ପ୍ରକାଶ କରିଛନ୍ତି। ଏଥିରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ସମତଳ ଜମିରେ ବିଭିନ୍ନ ଚାଷ ପାଇଁ ଜଳସେଚନ ବ୍ୟବସ୍ଥା କରାଗଲେ ଚାଷୀ ଉପକୃତ ହେବେ ବୋଲି କୁହାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.