ପ୍ରମୂଖ ଖବର
  • ବୟକଟ୍ ଇଣ୍ଡିଆରୁ ୱେଲକମ୍ ମୋଦି, ମାଳଦ୍ଵୀପ ବିମାନ ବନ୍ଦରରେ ମୋଦିଙ୍କୁ ସ୍ଵାଗତ କଲେ ମୁଇଜ୍ଜୁ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ : ରିଟର୍ଣ୍ଣିଂ ଏବଂ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
  • ||
  • ଅଶ୍ଳୀଳ କଣ୍ଟେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ୨୫ ଭିଡିଓ ପ୍ଲାଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ, ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି
  • ||
  • ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌, ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସିତ
  • ||
  • ଜୟପୁର: ଭିଜିଲାନ୍ସ ପଞ୍ଝାରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍
  • ||
  • ବିକାଶ ହେବ ୬ ବୟନଶିଳ୍ପ ପାର୍କ, ଆଜି ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାମ୍ବୋଡିଆ-ଥାଇଲାଣ୍ଡ ଭୟଙ୍କର ଯୁଦ୍ଧ, ଆକାଶରୁ ବର୍ଷୁଛି ବୋମା, ଗୁଳିମାଡ଼ରେ ୧୩ ଥାଇ ନାଗରିକଙ୍କ ମୃତ୍ୟୁ
  • ||
  • ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର, ଶସ୍ତା ହେବ ବ୍ରିଟେନ୍‌ ହ୍ୱିସ୍କି, କାର୍‌, ସଫ୍ଟଡ୍ରିଙ୍କ, ଫୁଟ୍‌ୱେର୍‌
  • ||
  • ମଣିପୁରରେ ଆଉ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ, ସଂସଦରେ ପ୍ରସ୍ତାବକୁ ମଞ୍ଜୁରୀ, ଅଗଷ୍ଟ ୧୩ରୁ ଲାଗୁ
  • ||
  • ଅବପାତ ରୂପ ନେବ ଲଘୁଚାପ, ୩୦ ଯାଏ ପ୍ରବଳ ବର୍ଷିବ, ସମୁଦ୍ର ଅଶାନ୍ତରୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ
  • ||

ମାଓ ଯୋଜନା ପଣ୍ଡ : କମ୍ବିଂ ଅପରେସନ ବେଳେ ୨୭ଟି ଜିଲୋଟିନ୍ ଷ୍ଟିକ୍ ଜବତ

Published By : Rasmita Pradhan | July 24, 2025 8:00 AM

ବୈପାରୀଗୁଡ଼ା, ୨୪/୦୭ : ମାଓ ଯୋଜନା ପଣ୍ଡ। ବିଏସଏଫ୍‌ ଯବାନଙ୍କୁ ଟାର୍ଗେଟ୍ କରି ଖଞ୍ଜା ଯାଇଥିବା ବିସ୍ଫୋରକ କମ୍ଵିଂ ଅପରେସନ ବେଳେ ଜବତ। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଗୁପ୍ତେଶ୍ଵର ପଞ୍ଚାୟତ ଘୋଡ଼ାଘାଟ ସାବେରୀ ନଦୀ କୂଳରୁ ଜିଲୋଟିନ୍ ଷ୍ଟିକ୍ ଜବତ ହୋଇଛି। 

ମାଓ ଗତିବିଧି ନେଇ ବିଶେଷ ସୂତ୍ରରୁ ଖବର ପାଇ ରାମଗିରି ୧୮୦ ବିଏସଏଫ ଯବାନ ଉକ୍ତ ଅଞ୍ଚଳରେ ଜୋରଦାର କମ୍ଵିଂ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ସାବେରୀ ନଦୀ କୂଳ ଘୋଡାଘାଟ ପାହାଡ଼ର ଏକ ପଥର ତଳେ ଜିଲୋଟିନ ଷ୍ଟିକ୍ ଥିବା ଜଣାପଡିଥିଲା। ଅତି ସତର୍କତାର ସହ ସମସ୍ତ ଜିଲୋଟିନ ଷ୍ଟିକ୍ ବାହାର କରାଯାଇଥିଲା। ବିଏସଏଫ୍ କ୍ୟାମ୍ପକୁ ଆଣିବା ପରେ ଜବତ କରାଯାଇଥିବା ଜିଲୋଟିନ ଷ୍ଟିକ୍ ଗଣିବାରୁ ସେଥିରେ ୨୭ଟି ଷ୍ଟିକ୍ ରହିଥିବା ଜଣାପଡିଛି। ଏସବୁ ବିସ୍ଫୋରକ ସାମଗ୍ରୀକୁ ବୈପାରୀଗୁଡ଼ା ଥାନାକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.