ପ୍ରମୂଖ ଖବର
  • ଝାଡ଼ଖଣ୍ଡରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୩ ନକ୍ସଲ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

ମାଲକାନଗିରିରେ ଲଗାଣ ବର୍ଷା : କାଲିମେଳା ପଡ଼ିଆକୁ ଯୋଗାଯୋଗ ବିଛିନ୍ନ, ପୋଟେରୁ ବ୍ରିଜ ଉପରକୁ ଲାଗିଲା ପାଣି

Published By : Gurupada Nath | July 25, 2025 4:44 PM

ମାଲକାନଗିରି/କାଲିମେଳା, ୨୫/୭ : ଗତ ୪ଦିନ ଧରି ସମଗ୍ର ମାଲକାନଗିରି ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି । ଏହି ବର୍ଷା ଦ୍ୱାରା କାଲିମେଳା କନ୍ୟାଶ୍ରମ ପୋଲଟି ବୁଡ଼ି ଯାଇଛି । ପୋଲ ଉପରେ ଦୁଇ ଫୁଟ ବନ୍ୟା ଜଳ ପ୍ରବାହିତ ହେବାରୁ ଯାନବାହାନ ଚଳାଚଳ ବ୍ୟାହତ ହେବା ସହ ଯାତାୟତ ବନ୍ଦ ହୋଇଛି । କାଲିମେଳା ବ୍ଲକ ସହିତ ପଡିଆ ବ୍ଲକକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି । ପୋଲ ବୁଡ଼ି ଯିବା ଯୋଗୁଁ ଯାତ୍ରୀବାହୀ ବସ୍ ସହ ଅନେକ ଯାନବାହାନ ଉଭୟ ପଟେ ଅଟକି ରହିଥିବା ଦେଖିବାକୁ ମିଳିଛି । କାଲିମେଳା ଅଂଚଳରେ ଝିପିଝିପି ବର୍ଷା ଲାଗି ରହିଥିବାବେଳେ ଆଜି ଦିନ ୯ଟାରେ ଏହି ପୋଲଟି ବୁଡ଼ି ଯାଇଥିବା ଦେଖିବାକୁ ମିଳିଛି। ଠିକ୍ ସେହିପରି ମାଲକାନଗିରି କାଲିମେଳା ୩୨୬ନମ୍ବର ଜାତୀୟ ରାଜପଥ ପୋଟେରୁ ବ୍ରିଜ, ଏମଭି ୯୬ ବ୍ରିଜ ଉପରକୁ ପାଣି ଲାଗି ଯାଇଛି । ବର୍ଷା ଅଧିକ ହେଲେ ଏହି ଦୁଇଟି ପୋଲ ବୁଡ଼ିଯିବାର ବହୁତ ସମ୍ଭବନା ରହିଛି ।            

ସେହିପରି ମାଲକାନଗିରି- ମୋଟୁ ୩୨୬ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡା ନାଳ ଉପରକୁ ମଧ୍ୟ ପାଣି ଲାଗି ଯାଇଛି । ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ସାବେରୀ, ସିଲେରୁ, ତମସା, ପାଙ୍ଗମ ବିଭିନ୍ନ ନଦୀ ନାଳର ଜଳସ୍ତର ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଯେପରି କୌଣସି ଧନ ଜୀବନ ହାନି ନ ହେବ ସେଥିପ୍ରତି ସତର୍କ ଦୃଷ୍ଟି ରଖାଯାଇଛି । ଗତ ୨୪ଘଣ୍ଟା ମଧ୍ୟରେ ଚିତ୍ରକୋଣ୍ଡା ବ୍ଲକରେ ସର୍ବାଧିକ ୧୧୯ମିଲିମିଟର, ମାଲକାନଗିରି ବ୍ଲକରେ ୯୫ମିଲି ମିଟର, ମାଥିଲି ବ୍ଲକରେ ୬୫ମିଲି ମିଟର, କାଲିମେଳା ବ୍ଲକରେ ୩୩ମିଲି ମିଟର ବର୍ଷା ହୋଇଥିବାବେଳେ ଖଇରପୁଟ ବ୍ଲକରେ ୯୫ମିଲିମିଟର, କୋରୁକୋଣ୍ଡା ବ୍ଲକରେ ୭୨ମିଲିମିଟର, ଓ ପଡିଆ ବ୍ଲକରେ ୪୫. ୩ମିଲିମିଟର ବର୍ଷା ହୋଇଥିବା ରେକର୍ଡ଼ କରାଯାଇଥିବାବେଳେ ସମଗ୍ର ଜିଲ୍ଲାରେ ହାରାହାରି ୭୪.୯୬ପ୍ରତିଶତ ମିଲି.ମିଟର ବର୍ଷା ହୋଇଥିବାର ଜିଲ୍ଲା ଜରୁରୀକାଳୀନ ବିଭାଗ ସୂତ୍ରରୁ ପ୍ରକାଶ । ସୂଚନାଯୋଗ୍ୟ ଯେ, ଗୋବିନ୍ଦପାଲିଠାରୁ ମୋଟୁ ୩୨୬ନମ୍ବର ଜାତୀୟ ରାଜପଥ ୧୫୮କିଲୋମିଟର ରାସ୍ତାରେ ୯ଟି ଉଚ୍ଚା ପୋଲ ନିର୍ମାଣ କାମ ଦୀର୍ଘ ୪ବର୍ଷ ଧରି ଚାଲିଛି । ଏହା ମନ୍ଥର ଗତିରେ ଚାଲିଥିବାରୁ ପ୍ରତି ବର୍ଷ ବର୍ଷା ଦିନେ ପାଙ୍ଗମ, ଯବାଗଡ଼, ତମସା, ପୋଟେରୁ, କାଙ୍ଗୁରକୋଣ୍ଡା, ଏମଭି ୯୦, ଏମଭି ୯୬ ଏହି ସବୁ ନୀଚା ପୋଲ ଗୁଡିକ ବୁଡି ଯାଇ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଥାଏ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.