ପ୍ରମୂଖ ଖବର
  • ମହୁଆରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ତେଜ ପ୍ରତାପ ଯାଦବ
  • ||
  • ଟ୍ରମ୍ପ ପ୍ରଶାସନର ମନମାନୀ, ବାଧ୍ୟ ହୋଇ ନାସାରୁ ଚାକିରି ଛାଡ଼ିବେ ୩୮୭୦ କର୍ମଚାରୀ
  • ||
  • ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ ଲାଗି ବିଜେପିର ଦାବି
  • ||
  • ଯୁଯୁମୁରା ଦେବଝରଣ ଜଳପ୍ରପାତରେ ବୁଡି ୨ ଡାକ୍ତରୀ ଛାତ୍ରଛାତ୍ରୀ ମୃତ
  • ||
  • ଗୟାଜୀରେ ଗ୍ୟାଙ୍ଗରେପ୍ ! ହୋମଗାର୍ଡ ଆଶାୟୀଙ୍କୁ ଆମ୍ବୁଲାନ୍ସରେ ଗଣଦୁଷ୍କର୍ମ ଅଭିଯୋଗ
  • ||
  • କଟକ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାକିରି ଦେବାକୁ କହି ଠକେଇ, ଜଣେ ଗିରଫ
  • ||
  • ସଫେଇ କର୍ମଚାରୀଙ୍କୁ ବଡ଼ ଭେଟି : ୧୦ ଲକ୍ଷର ଜୀବନବୀମା, କର୍ମକ୍ଷେତ୍ରରେ ମୃତ୍ୟୁ ହେଲେ ପରିବାରକୁ ୩୦ ଲକ୍ଷ
  • ||
  • ଦୁଇ ଦଶନ୍ଧି ପରେ ଚିନ୍ତାର କାରଣ ପାଲଟିଛି ଚିକନଗୁନିଆ, ଭାରତ ପାଇଁ କେତେ ବିପଦ ?
  • ||
  • ବିଜେଡ଼ି ଆଣିବ ଅନାସ୍ଥା ପ୍ରସ୍ତାବ ! ଇଙ୍ଗିତ ଦେଲେ ବରିଷ୍ଠ ବିଧାୟକ ଅରୁଣ ସାହୁ
  • ||
  • ଟେଷ୍ଟରୁ ସନ୍ନ୍ୟାସ ନେଇପାରନ୍ତି ଯଶପ୍ରୀତ ବୁମ୍‌ରା ! ସାମ୍ନାକୁ ଆସିଲା ବଡ଼ କାରଣ
  • ||
  • ଯାଜପୁର : ହୋଟେଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଝାଡ଼ଖଣ୍ଡରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୩ ନକ୍ସଲ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଦୁଇବର୍ଷିଆ ବିଏଡ୍ ପ୍ରାର୍ଥୀଙ୍କୁ ମିଳିବ ସୁଯୋଗ; ହାଇକୋର୍ଟ

Published By : Anindita Ratha | July 26, 2025 9:14 AM

ଭୁବନେଶ୍ବର,୨୬/୦୭: ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଏଣିକି କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଦୁଇବର୍ଷିଆ ବିଏଡ୍ ପାଠ୍ୟକ୍ରମ‌ ସଂପୂର୍ଣ୍ଣ କରିଥିବା ପ୍ରାର୍ଥୀଙ୍କୁ ମିଳିବ ସୁଯୋଗ । ସ୍ନାତକ ପରେ ଦୁଇବର୍ଷିଆ ବିଏଡ୍ ପ୍ରାର୍ଥୀଙ୍କୁ ଅଯୋଗ୍ୟ ଘୋଷଣା ସହିତ ତାଙ୍କ ପ୍ରାର୍ଥିତ୍ବ ଖାରଜ କରି ୨୦୨୪, ଜୁଲାଇ ୨୫ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି।  ତେବେ କନିଷ୍ଠ ଶିକ୍ଷକ ପଦ ପାଇଁ ୨୦୨୩ ବିଜ୍ଞପ୍ତି ଆଧ‌ା‌ରରେ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାର ପ୍ରକାଶିତ ପ୍ରୋଭିଜନାଲ୍‌ ମେଧା ତାଲିକାରେ ଆବେଦନକାରୀଙ୍କ ନାଁ ପୁନଃସ୍ଥାପିତ କରାଯିବ। ଏହାପରେ ଆବେଦନକାରୀଙ୍କ ନିଯୁକ୍ତି ପ୍ରସଙ୍ଗରେ ପରବର୍ତ୍ତୀ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରାଯିବ ବୋଲି ହାଇକୋର୍ଟ କହିଛନ୍ତି।

ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ ଟଣ୍ଡନ ଓ ମାନସ ରଞ୍ଜନ ପାଠକଙ୍କୁ ନେଇ ଗଠିତ ଖଣ୍ଡପୀଠ ସନ୍ତୋଷ କୁମାର ବେହେରାଙ୍କ ତରଫରୁ ଦାୟର ରିଟ୍ ଅପିଲର ଶୁଣାଣି କରି ଏପରି ରାୟ ପ୍ରଦାନ  କରାଯାଇଛି।  ପ୍ରକାଶ ଥାଉକି,  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶରେ ଓସେପା ପକ୍ଷରୁ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲଗୁଡ଼ିକରେ ପ୍ରାୟ ୨୦ ହଜାର କନିଷ୍ଠ ଶିକ୍ଷକ ପଦ ପୂରଣ ପାଇଁ ୨୦୨୩, ସେପ୍ଟେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ୨୦୨୩, ଅଗଷ୍ଟ ୨୨ରେ ପ୍ରକାଶିତ ସର୍ତ୍ତାବଳୀ ଲାଗୁ ହେବ ବୋଲି କୁହାଯାଇଥିଲା। ଏନ୍‌ସିଟିଇ ବିଜ୍ଞପ୍ତି ଅନୁସାରେ ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରାଯାଇଥିବା କୁହାଯାଇଥିଲା। ପ୍ରାର୍ଥୀ ଅନ୍ୟ ଶିକ୍ଷାଗତ ଯୋଗ୍ୟତା ସହିତ ଏକବର୍ଷିଆ ବିଏଡ୍ କରିଥିଲେ ଏହି ପଦବୀ ପାଇଁ ଆବେଦନ କରିପାରିବେ ବୋଲି ସ୍ପଷ୍ଟ କରାଯାଇଥିଲା। ଆବେଦନକାରୀ ଦୁଇବର୍ଷିଆ ବିଏଡ୍ କରିଥିବା ବେଳେ ଏହି ପଦବୀ ପାଇଁ ଦରଖାସ୍ତ ଦାଖଲ କରିଥିଲେ। ପ୍ରକାଶିତ ଚିଠା ମେଧା ତାଲିକାରେ ଆବେଦନକାରୀ ସ୍ଥାନ ପାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏକବର୍ଷିଆ ବିଏଡ୍ କରି ନଥିବାରୁ ଆବେଦନକାରୀଙ୍କ ପ୍ରାର୍ଥିତ୍ବ ଖାରଜ କରାଯାଇଥିଲା।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.