ପ୍ରମୂଖ ଖବର
  • ଟେଷ୍ଟରୁ ସନ୍ନ୍ୟାସ ନେଇପାରନ୍ତି ଯଶପ୍ରୀତ ବୁମ୍‌ରା ! ସାମ୍ନାକୁ ଆସିଲା ବଡ଼ କାରଣ
  • ||
  • ଯାଜପୁର : ହୋଟେଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଝାଡ଼ଖଣ୍ଡରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୩ ନକ୍ସଲ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

'ଖୁଚୁରା ନିଅ, ଏମଆରଆଇ ମେସିନ୍ ସଜାଡ଼' ; ଏସସିବି କର୍ତ୍ତୃପକ୍ଷଙ୍କୁ ଘେରିଲେ କଂଗ୍ରେସ ନେତା ଓ କର୍ମୀ

Published By : Gurupada Nath | July 25, 2025 4:13 PM

କଟକ,୨୫/୭ :  ଏସସିବି ମେଡିକାଲରେ ଏମଆରଆଇ ମେସିନ୍ ଖରାପ ହେଇ ପଡିଛି । ଏହାକୁ ନେଇ ଆଜି କଂଗ୍ରେସ ତରଫରୁ ନିଆରା ଢଙ୍ଗରେ ପ୍ରତିବାଦ କରାଯାଇଛି । ଏସସିବି ମେଡ଼ିକାଲ ଅଧିକ୍ଷକଙ୍କୁ ଖୁଚୁରା ଗିଫ୍ଟ ଦିଆଯାଇଛି । ଶୀଘ୍ର ସଜାଡ଼ ଏମଆରଆଇ  ମେସିନ । ଗଣମାଧ୍ୟମରେ ଏସସିବି ମେଡିକାଲ କଲେଜରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଧର୍ମପତ୍ନୀଙ୍କୁ ଚିକିତ୍ସା ନ ମିଳିବା ପ୍ରସଙ୍ଗ ଖବର ପ୍ରସାରଣ ପରେ ବର୍ଷିଲା କଂଗ୍ରେସ। ଏସସିବି ମେଡିକାଲରେ ପହଁଚିଲା ମାନସ ଚୌଧୁରୀ ନେତୃତ୍ୱାଧୀନ ଏକ କଂଗ୍ରେସ ପ୍ରତିନିଧି ମଣ୍ଡଳୀ । 

ଅଧିକ୍ଷକ ଡା ଗୌତମ ଶତପଥିଙ୍କୁ ଭେଟି ଖୁଚୁରା ଟଙ୍କା ଦେବା ସହ ଏମଆରଆଇ ମେସିନକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଅଧିକ୍ଷକଙ୍କୁ ଦାବି କରିଛି କଂଗ୍ରେସ। ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କୁ ଚିକିତ୍ସା ମିଳି ପାରୁନି ସେଠାରେ ସାଧାରଣ ଲୋକଙ୍କ ଚିକିତ୍ସା କିପରି ହେଉଥିବ ତାହା ଏହି ଘଟଣାରୁ ଜଣାପଡ଼ିଯାଉଛି । ଏହା ବ୍ୟତୀତ କଟକ ବାରବାଟୀ ବିଧାୟିକା ଓ ସହରବାସୀ ଟଙ୍କା ଆଦାୟ କରି ମେଡିକାଲ ଅଧିକ୍ଷକଙ୍କୁ ଦେବା ପାଇଁ ନିବେଦନ କରିଛନ୍ତି ମାନସ ଚୌଧୁରୀ। ଅନ୍ୟପଟେ ଏହି ଅଭିଯୋଗ ଭିତ୍ତିହୀନ ଓ ଭୁଲ ଖବର ପ୍ରସାରଣ ହୋଇଥିବା କହିଛନ୍ତି ଅଧିକ୍ଷକ।  ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ବୁଧୁବାର ଆସିଥିଲେ ଏମଆରଆଇ ପାଇଁ ଏବଂ ତାଙ୍କର ସଠିକ ରୂପେ ଏମଆରଆଇ ହୋଇଥିବା କହିଛନ୍ତି ଅଧୀକ୍ଷକ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.