ପ୍ରମୂଖ ଖବର
  • ଯାଜପୁର : ହୋଟେଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଝାଡ଼ଖଣ୍ଡରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୩ ନକ୍ସଲ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

ବାସୁଦେବପୁର କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ନେଇ ଅହୋରାତ୍ର ଧାରଣା

Published By : Rasmita Pradhan | July 25, 2025 1:54 PM

ବାସୁଦେବପୁର, ୨୫/୦୭ : ଭଦ୍ରକ ଜିଲ୍ଲା ବାସୁଦେବପୁର କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ନେଇ ଅହୋରାତ୍ର ଧାରଣା। ପ୍ରେସ୍ କ୍ଲବ ସମ୍ମୁଖରେ କଂଗ୍ରେସ ନେତା ଏବଂ କର୍ମୀ ଧାରଣାରେ ବସିଛନ୍ତି। ବାସୁଦେବପୁର ବିଧାୟକଙ୍କ ସମେତ ଯୁବ କଂଗ୍ରେସ, ନଗର କଂଗ୍ରେସ ଏବଂ ସାଧାରଣ ଲୋକମାନେ ଏହି ଧାରଣାରେ ସାମିଲ ହୋଇଛନ୍ତି। ଜାମୁଝାଡିରୁ ଧାମରା ରାସ୍ତାର ପ୍ରଶସ୍ତିକରଣ, ବେତଡ଼ା, ବାସୁଦେବପୁର, ବିଦେଇପୁରରେ ବାଇପାସ୍ ରାସ୍ତା ନିର୍ମାଣ, ବେକାରୀ ଯୁବକ ଯୁବତୀଙ୍କୁ ନିଯୁକ୍ତି, ଧାମରା ବନ୍ଦର ଦ୍ୱାରା ବାସୁଦେବପୁରକୁ ଉନ୍ନତି କରିବା ଆଦି ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି। 

କଂଗ୍ରେସ ଅଭିଯୋଗ ଆଣିଛି ଯେ, ଧାମରା ବନ୍ଦର ହେବା ଦିନ ଠାରୁ ଜାମୁଝଡ଼ିରୁ ଧାମରା ମଧ୍ୟରେ ବହୁ ଜନ ଜୀବନ ହାନି ଘଟିଲାଣି। ଆଉ ସହି ହେବ ନାହିଁ। ତେଣୁ ଯେତେ ପର୍ଯ୍ୟନ୍ତ ଧାମରା କର୍ତ୍ତୃପକ୍ଷ ଆସି ଲିଖିତ ପ୍ରତିଶୃତି ନଦେବେ ସେପର୍ଯ୍ୟନ୍ତ ଆମେ ଧାରଣାରୁ ହଟିବେ ନାହିଁ ବୋଲି ବିଧାୟକ ଚେତାବନୀ ଦେଇଛନ୍ତି। ଖବର ପାଇ ସ୍ଥାନୀୟ ତହସିଲଦାର ପ୍ରିୟବ୍ରତ ଦାସ, ଏସଡିପିଓ ବିଚିତ୍ରାନନ୍ଦ ସେଠି, ଥାନାଧିକାରିଣୀ ଲୋପାମୁଦ୍ରା ନାୟକ ପହଞ୍ଚି ବୁଝାସୁଝା କରିଛନ୍ତି। ଅନ୍ୟପଟେ ଧାମରା ବନ୍ଦରକୁ ଆସୁଥିବା ଲୁହା ପଥର ଗୁଣ୍ଡ ଗାଡିକୁ ଅଟକ ରଖି ପୁଣି ଜାମୁଝାଡି ଅଭିମୁଖେ ଫେରାଇ ଦିଆଯାଉଛି। ସମାଧାନ ନହେବା ଯାଏ ଧାମରାରୁ ବାଣିଜ୍ୟ ମଧ୍ୟ ବନ୍ଦ କରିଛି କଂଗ୍ରେସ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.